ଗୋବିନ୍ଦଙ୍କୁ କଚାଡ଼ି ଦେଲା ହାତୀ

ରାଜଗାଙ୍ଗପୁର (ଗୌତମ ମିଶ୍ର): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ସିଆଲଜୋର ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଗୋବିନ୍ଦ ସା (୫୦)। ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ ଛଅ ଟିକିଆ ହାତୀ ପଲ ସିଆଲଜୋର ଗାଁ ପାଖରେ ଥିବା ବିଲକୁ ପାଚିଲା ଧାନ ଖାଇବା ପାଇଁ ପଶିଥିଲେ। ଗାଁର କିଛି ଲୋକେ ମିଶି ହାତୀ ଘଉଡ଼ାଇବା ବେଳେ ଅନ୍ଧାର ଯୋଗୁ ଗୋବିନ୍ଦ ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। […]

sundergarh

Jyoshna Pradhan
  • Published: Friday, 29 November 2019
  • , Updated: 29 November 2019, 01:50 PM IST

ରାଜଗାଙ୍ଗପୁର (ଗୌତମ ମିଶ୍ର): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ସିଆଲଜୋର ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଗୋବିନ୍ଦ ସା (୫୦)।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ ଛଅ ଟିକିଆ ହାତୀ ପଲ ସିଆଲଜୋର ଗାଁ ପାଖରେ ଥିବା ବିଲକୁ ପାଚିଲା ଧାନ ଖାଇବା ପାଇଁ ପଶିଥିଲେ। ଗାଁର କିଛି ଲୋକେ ମିଶି ହାତୀ ଘଉଡ଼ାଇବା ବେଳେ ଅନ୍ଧାର ଯୋଗୁ ଗୋବିନ୍ଦ ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ କଚାଡ଼ି ମାରି ଦେଇଥିଲା। ଖବର ପାଇ ବଡ଼ଗାଁ ବନ ବିଭାଗର ଅଧିକାରୀ ଏବଂ କୁତ୍ରା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତକକଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ମିଳିବ ବୋଲି ଫରେଷ୍ଟର କହିଛନ୍ତି।

ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ପାଇଁ କୌଣସି ପଦକ୍ଷେପ ନିଆ ଯାଉନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗକୁ ଫରେଷ୍ଟର ଅସ୍ୱୀକାର କରିଛନ୍ତି।

Related story