କଚାଡ଼ି କଚାଡ଼ି ମାରିଦେଲା ହାତୀ

ନରସିଂହପୁର(ଓଡ଼ିଶା ରିପୋର୍ଟର): ପୁଣି ଜୀବନ ନେଲା ହାତୀ। କଟକ ଜିଲ୍ଲା ବଡ଼ମ୍ୱା ଥାନା ଅନ୍ତର୍ଗତ ଖଇରାପଙ୍ଗା ଗାଁ ନିକଟ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ସେ ହେଲେ ଖଇରିପଙ୍ଗା ଗାଁର ବିନୋଦ ବରାଡ଼(୫୪)। ବିନୋଦ କାଜୁ ବଗିଚା ଜଗୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରୁ ଆଉ ୨ ଜଣ  ଖସି ପଳାଇ ଥିବା ବେଳେ ବିନୋଦ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଡରେ କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ […]

attack

Rakesh Mallick
  • Published: Sunday, 20 May 2018
  • , Updated: 20 May 2018, 11:50 AM IST

ନରସିଂହପୁର(ଓଡ଼ିଶା ରିପୋର୍ଟର): ପୁଣି ଜୀବନ ନେଲା ହାତୀ। କଟକ ଜିଲ୍ଲା ବଡ଼ମ୍ୱା ଥାନା ଅନ୍ତର୍ଗତ ଖଇରାପଙ୍ଗା ଗାଁ ନିକଟ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ସେ ହେଲେ ଖଇରିପଙ୍ଗା ଗାଁର ବିନୋଦ ବରାଡ଼(୫୪)। ବିନୋଦ କାଜୁ ବଗିଚା ଜଗୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରୁ ଆଉ ୨ ଜଣ  ଖସି ପଳାଇ ଥିବା ବେଳେ ବିନୋଦ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଡରେ କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ଗାଁ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବନ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

Related story