ଶୌଚ ପାଇଁ ଯାଇଥିବା ବେଳେ କଚାଡି ଦେଲା ହାତୀ

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ଶୌଚ ପାଇଁ ଯାଇଥିବା ବେଳେ କଚାଡି ଦେଲା ହାତୀ। ଏପରି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁର ଫରେଷ୍ଟ ରେଞ୍ଜର କିଞ୍ଜିରକେଲା ସେକ୍ସନ ରଷ୍ଟି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ମୁରଲୀ ଖଡ଼ିଆ  । ସୂଚନା ଅନୁସାରେ, ଆଜି ସକାଳେ ମୁରଲି ନିଜ ଶ୍ୱଶୁର ‌ଓ ପୁଅ ସହିତ ଶୌଚ ପାଇଁ ଗାଁ ମୁଣ୍ଡ ନାଳକୁ ଯାଇଥିଲେ। ଏହି ସମୟରେ ସେଠାକୁ ଦୁଇଟି ହାତୀ ଆସିଯାଇଥିଲେ। ହାତୀକୁ ଦେଖି ମୁରଲିଙ୍କ ଶ୍ୱଶୁର […]

Dead

Tapaswini Nayak
  • Published: Sunday, 21 November 2021
  • , Updated: 21 November 2021, 10:49 AM IST

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ଶୌଚ ପାଇଁ ଯାଇଥିବା ବେଳେ କଚାଡି ଦେଲା ହାତୀ। ଏପରି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁର ଫରେଷ୍ଟ ରେଞ୍ଜର କିଞ୍ଜିରକେଲା ସେକ୍ସନ ରଷ୍ଟି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ମୁରଲୀ ଖଡ଼ିଆ  ।

ସୂଚନା ଅନୁସାରେ, ଆଜି ସକାଳେ ମୁରଲି ନିଜ ଶ୍ୱଶୁର ‌ଓ ପୁଅ ସହିତ ଶୌଚ ପାଇଁ ଗାଁ ମୁଣ୍ଡ ନାଳକୁ ଯାଇଥିଲେ। ଏହି ସମୟରେ ସେଠାକୁ ଦୁଇଟି ହାତୀ ଆସିଯାଇଥିଲେ। ହାତୀକୁ ଦେଖି ମୁରଲିଙ୍କ ଶ୍ୱଶୁର ଓ ପୁଅ ସେଠାରୁ ଦୌଡ଼ି ପଳାଇଯାଇଥିଲେ। ମୁରଲି ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀ ତାଙ୍କୁ କଚାଡି ମାରିଦେଇଥିବା ଜଣାଯାଇଛି।

ଖବର ପାଇ କିଞ୍ଜିରକେଲା ଥାନା ପୁଲିସ ଏବଂ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଗତ ଦୁଇ ସପ୍ତାହ ହେବ କିଛି ବଣୁଆ ହାତୀ ଏହି ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ।

ଗତ ୫ ତାରିଖ କାଂକେରଜୁରା ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟ ହୋଇଥିଲା। ହାତୀ ପଲକୁ ବନ ବିଭାଗ ଘଉଡାଇବାରେ ବିଫଳ ହୋଇଛି ।

 

Related story