ଶର୍ମିଷ୍ଠାଙ୍କୁ କଚାଡ଼ି ଦେଲା ହାତୀ

ବାରିପଦା (ମାଲିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଜି ବ୍ଲକ୍‌ ଜାମୁନ୍ତି ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଶର୍ମିଷ୍ଠା ମହାନ୍ତ (୫୦)। ଗତକାଲି ରାତିରେ ଶିର୍ମିଷ୍ଠା ପଞ୍ଚାୟତ କାର୍ଯ୍ୟାଳୟକୁ ଶୋଇବାକୁ ଯାଉଥିବା ବେଳେ  ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ ରାସ୍ତାରେ କଚାଡ଼ି ଦେଇଥିଲା। ସେ ପଞ୍ଚାୟତ କାର୍ଯ୍ୟାଳୟରେ ଜଗୁଆଳି ଭାବେ କାମ କରୁଥିଲେ। ସୂଚନାଯୋଗ୍ୟ, ତିନି ଦିନ ତଳେ କରଞ୍ଜିଆ ବନଖଣ୍ଡ ଅଧୀନରେ ହାତୀ ଦଳି ଦେବାରୁ  ଜଣଙ୍କର […]

deadbody

deadbody

Jitendra Garnayak
  • Published: Thursday, 23 August 2018
  • Updated: 23 August 2018, 08:11 AM IST

Sports

Latest News

ବାରିପଦା (ମାଲିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଜି ବ୍ଲକ୍‌ ଜାମୁନ୍ତି ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଶର୍ମିଷ୍ଠା ମହାନ୍ତ (୫୦)।

ଗତକାଲି ରାତିରେ ଶିର୍ମିଷ୍ଠା ପଞ୍ଚାୟତ କାର୍ଯ୍ୟାଳୟକୁ ଶୋଇବାକୁ ଯାଉଥିବା ବେଳେ  ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ ରାସ୍ତାରେ କଚାଡ଼ି ଦେଇଥିଲା। ସେ ପଞ୍ଚାୟତ କାର୍ଯ୍ୟାଳୟରେ ଜଗୁଆଳି ଭାବେ କାମ କରୁଥିଲେ।

ସୂଚନାଯୋଗ୍ୟ, ତିନି ଦିନ ତଳେ କରଞ୍ଜିଆ ବନଖଣ୍ଡ ଅଧୀନରେ ହାତୀ ଦଳି ଦେବାରୁ  ଜଣଙ୍କର ମୃତ୍ୟୁ ଘଟିଥିଲା।

ଝାଡ଼ଖଣ୍ଡରୁ କିଛି ହାତୀ ପଳାଇ ଆସି ଆଖପାଖ ଜଙ୍ଗଲରେ ରହୁଛନ୍ତି। ହେଲେ ବନ ବିଭାଗ ସେମାନଙ୍କୁ ଘଉଡ଼ାଇବାରେ ବିଫଳ ହୋଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos