ରାତି ଅଧରେ ଗାଁକୁ ପଶି ଆସିଲେ ବଣୁଆ ହାତୀ...

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବଣୁଆ ହାତୀଙ୍କ ଆତଙ୍କ ଜାରି ରହିଛି। ହାତୀ ମଣିଷ ଲଢ଼େଇକୁ ନେଇ ପ୍ରଶାସନ ମଧ୍ୟ ଚିନ୍ତାରେ। ବିଶେଷକରି ବଣ କମି କମି ଯାଉଥିବାରୁ ଏବଂ ବଣରେ ଖାଦ୍ୟ କମୁଥିବାରୁ ଜଙ୍ଗଲ ପାଖ ଗାଁ ଗୁଡ଼ିକୁ ମଝିରେ ମଝିରେ ହାତୀ ଚାଲି ଆସୁଛନ୍ତି। କେତେବେଳେ ଜୀବନ ନେଉଛନ୍ତି ତ କେତେବେଳେ ଧନସମ୍ପତ୍ତି ନଷ୍ଟ କରୁଛନ୍ତି। ଫସଲ ବି ଉଜାଡ଼ି ଦେଉଛନ୍ତି। ଗତକାଲି ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ରାଇବୋଲ […]

40945408-aaa6-4a17-9951-13ddba669cae

Ordigital Desk
  • Published: Saturday, 19 May 2018
  • , Updated: 19 May 2018, 08:12 PM IST

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବଣୁଆ ହାତୀଙ୍କ ଆତଙ୍କ ଜାରି ରହିଛି। ହାତୀ ମଣିଷ ଲଢ଼େଇକୁ ନେଇ ପ୍ରଶାସନ ମଧ୍ୟ ଚିନ୍ତାରେ। ବିଶେଷକରି ବଣ କମି କମି ଯାଉଥିବାରୁ ଏବଂ ବଣରେ ଖାଦ୍ୟ କମୁଥିବାରୁ ଜଙ୍ଗଲ ପାଖ ଗାଁ ଗୁଡ଼ିକୁ ମଝିରେ ମଝିରେ ହାତୀ ଚାଲି ଆସୁଛନ୍ତି। କେତେବେଳେ ଜୀବନ ନେଉଛନ୍ତି ତ କେତେବେଳେ ଧନସମ୍ପତ୍ତି ନଷ୍ଟ କରୁଛନ୍ତି। ଫସଲ ବି ଉଜାଡ଼ି ଦେଉଛନ୍ତି।

ଗତକାଲି ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ରାଇବୋଲ ଅନନ୍ତପୁର ମୁଣ୍ଡାସାହିରେ ହାତୀ ଆତଙ୍କ ଦେଖାଦେଇଛି। ଗତକାଲି ରାତିରେ ହଠାତ ବଣୁଆ ହାତୀ ଚାଲିଆସି ଗାଁରେ ପଶି ଯାଇଥିଲେ। ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଗାଁର ମଧୁ ମୁଣ୍ଡା ଓ ନରସିଂହ ମୁଣ୍ଡାଙ୍କର ଦୁଇ ଦୁଇ ବଖରା, ଏହିପରି ମୋଟ ୪ ବଖରା ଘର ହାତୀ ଭାଙ୍ଗି ଦେଇଛନ୍ତି। ଉଭୟେ ଗରିବ ଲୋକ ହୋଇଥିବାରୁ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି। ଜଙ୍ଗଲ ବିଭାଗ ପକ୍ଷରୁ ସେମାନଙ୍କୁ କ୍ଷତିପୂରଣ ଦେବାକୁ ସମାଜସେବୀ ଲକ୍ଷ୍ମୀଧର ବେହେରା ଦାବି କରିଛନ୍ତି।

Related story