ଗାଁ ଛାଡ଼ି ଯାଉନାହାନ୍ତି ହାତୀ

ବାରିପଦା(ଓଡ଼ିଶା ରିପୋର୍ଟର) ମୟୂରଭଞ୍ଜ କରଞ୍ଜିଆରେ ହାତୀ ଆତଙ୍କ। ୨୨ ଟିକିଆ ହାତୀ ପଲ ଗତ ୧୧ ଦିନ ହେଲା ଉପଦ୍ରବ ଚଳାଇଛନ୍ତି । ହାତୀ ପଲ ବ୍ୟାପକ ଅଞ୍ଚଳରେ ଧାନ ଫସଲ ନଷ୍ଟ କରିବା ସହ ୫ରୁ ଅଧିକ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି । ବର୍ତମାନ ଧାନ ଅମଳ ସମୟ  ହଇଥିବା ବେଳେ ହାତୀପଲ ଧାନ ଖାଇବା ସହିତ ମାଡି ମକଚି ବହୁ ଫସଲ ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଗତ […]

Carcass-of-an-elephant-found-in-kuldiha-sanctuary-in-baleswar-districts

Carcass-of-an-elephant-found-in-kuldiha-sanctuary-in-baleswar-districts

Tapas Behera
  • Published: Monday, 26 October 2020
  • Updated: 26 October 2020, 03:55 PM IST

Sports

Latest News

ବାରିପଦା(ଓଡ଼ିଶା ରିପୋର୍ଟର) ମୟୂରଭଞ୍ଜ କରଞ୍ଜିଆରେ ହାତୀ ଆତଙ୍କ। ୨୨ ଟିକିଆ ହାତୀ ପଲ ଗତ ୧୧ ଦିନ ହେଲା ଉପଦ୍ରବ ଚଳାଇଛନ୍ତି । ହାତୀ ପଲ ବ୍ୟାପକ ଅଞ୍ଚଳରେ ଧାନ ଫସଲ ନଷ୍ଟ କରିବା ସହ ୫ରୁ ଅଧିକ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି । ବର୍ତମାନ ଧାନ ଅମଳ ସମୟ  ହଇଥିବା ବେଳେ ହାତୀପଲ ଧାନ ଖାଇବା ସହିତ ମାଡି ମକଚି ବହୁ ଫସଲ ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଗତ ରାତିରେ ହାତୀ ପଲ କରଞ୍ଜିଆ ବ୍ଲକ ଅନ୍ତର୍ଗତ ଚାଞ୍ଚବଣି ଗାଁରେ ଥିବା ଏକ ରାଇସ ମିଲ, ଚୁଡା ମିଲ ଏବଂ ଗୋଟିଏ ଫାର୍ମ ହାଉସର ବଡ଼ ବଡ଼ ପାଚେରୀ ଭାଙ୍ଗିବା ସହ ବହୁ ଜିନିଷ ପତ୍ର ନଷ୍ଟ କରିଛନ୍ତି । ହାତୀ ପଲଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । ତେବେ ହାତୀ ପଲ ଜନବସତି ଅଞ୍ଚଳ ଛାଡ଼ି ଯାଉ ନଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos