କୂଅରେ ପଡ଼ିଛି ହାତୀ

Ordigital Desk
  • Published: Monday, 27 November 2017
  • , Updated: 27 November 2017, 12:33 PM IST
<p>ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ବାମରୁ ରେଞ୍ଜ୍ ଅନ୍ତର୍ଗତ କଂସାରୀକୁଦ ଗାଁ କୂଅରେ ଏକ ହାତୀ ଖସି ପଡ଼ିଛି। ଆଜି ସକାଳେ ହାତୀଟି ଖସିପଡ଼ିଥିବା ଦେଖି ଗାଁଲୋକେ ବନ ବିଭାଗକୁ ଖବର ଦେଇଥିଲେ।&nbsp; ଏହାପରେ ବନବିଭାଗ ଅଧିକାରୀ ଓ କର୍ମଚାରୀ ସେଠାରେ ପହଞ୍ଚି ଜେସିବି ମେସିନ୍ ସାହାଯ୍ୟରେ କୂଅ ଚାରିପଟ ମାଟି ଖୋଳି ହାତୀଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି।</p> <p>ଏବେ ଧାନ ଫସଲ ଅମଳ ହୋଇସାରିଥିବାରୁ ହାତୀଟି ଜନବସତି ଆଡକୁ ଖାଦ୍ୟ ଅନ୍ୱେଷଣରେ ଚାଲି ଆସିଥିବା ସନ୍ଦେହ କରାଯାଉଛି।&nbsp; ଏହା ଏକ ମାଈ ହାତୀ ହୋଇଥିବା ଜଣାପଡ଼ିଛି।</p>

Related story