ହାତୀ ହଜାଇଛି ନିଦ, ମଞ୍ଚାରେ କଟୁଛି ରାତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାତୀ ଭୟରେ ହଜିଗଲାଣି ଲୋକଙ୍କ ନିଦ। ଗାଁ ମୁହାଁ ହାତୀପଲ କେତେବେଳେ ଘରଦ୍ୱାର ଭାଙ୍ଗି ଦେଉଛନ୍ତି ତ କେତେବେଳେ କ୍ଷେତରେ ପଶି ଫସଲ ନଷ୍ଟ କରି ଦେଉଛନ୍ତି। ରାଜ୍ୟର ଅନେକ ଜିଲ୍ଲାରେ ଏବେ ଦେଖା ଦେଇଛି ଏହି ସମସ୍ୟା। ପ୍ରାୟ ପ୍ରତ୍ୟେକ ଦିନ ରାଜ୍ୟର କୌଣସି ନା କୌଣସି ସ୍ଥାନରୁ ଆସୁଛି ଏଭଳି ଅଭିଯୋଗ। କେନ୍ଦୁଝର ଜିଲ୍ଲା ହାତୀ ଉତ୍ପାତରୁ ଫସଲକୁ ରକ୍ଷା କରିବାରୁ ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ। ସେଥିପାଇଁ ବିଲରେ ଗଛ ଉପରେ […]

hati-1..

hati-1..

Niharika Rout
  • Published: Thursday, 29 August 2019
  • Updated: 29 August 2019, 03:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାତୀ ଭୟରେ ହଜିଗଲାଣି ଲୋକଙ୍କ ନିଦ। ଗାଁ ମୁହାଁ ହାତୀପଲ କେତେବେଳେ ଘରଦ୍ୱାର ଭାଙ୍ଗି ଦେଉଛନ୍ତି ତ କେତେବେଳେ କ୍ଷେତରେ ପଶି ଫସଲ ନଷ୍ଟ କରି ଦେଉଛନ୍ତି। ରାଜ୍ୟର ଅନେକ ଜିଲ୍ଲାରେ ଏବେ ଦେଖା ଦେଇଛି ଏହି ସମସ୍ୟା। ପ୍ରାୟ ପ୍ରତ୍ୟେକ ଦିନ ରାଜ୍ୟର କୌଣସି ନା କୌଣସି ସ୍ଥାନରୁ ଆସୁଛି ଏଭଳି ଅଭିଯୋଗ।

କେନ୍ଦୁଝର ଜିଲ୍ଲା ହାତୀ ଉତ୍ପାତରୁ ଫସଲକୁ ରକ୍ଷା କରିବାରୁ ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ। ସେଥିପାଇଁ ବିଲରେ ଗଛ ଉପରେ ମଞ୍ଚା କରି ରାତି କାଟୁଛନ୍ତି ଲୋକେ। ଜୀବନ ପ୍ରତି ଭୟ ଥିଲେ ବି କଷ୍ଟରେ କରିଥିବା ଫସଲକୁ ବଞ୍ଚାଇବାକୁ ସେମାନେ ଏପରି ପଦକ୍ଷେପ ନେବାକୁ ସେମାନେ ବାଧ୍ୟ ହେଉଛନ୍ତି।

କିଛି ଦିନ ହେଲା ଜିଲ୍ଲାର ସଦର ବନାଞ୍ଚଳ ଅନ୍ତର୍ଗତ କୁସୁମିତା ଅଞ୍ଚଳକୁ ୧୯ରୁ ଅଧିକ ହାତୀ ପଶି ଆସି ଉପଦ୍ରବ କରୁଛନ୍ତି। ମକା, ଧାନ ଓ ପନିପରିବା ଚାଷ ନଷ୍ଟ କରିବା ସହ ଘର ଭାଙ୍ଗି ଦେଉଥିବାରୁ ଭୟରେ ଲୋକେ ଘର ଛାଡ଼ି ଗଛରେ ରହୁଛନ୍ତି।  ହାତୀପଲକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରହିଛି ବୋଲି ବନ ବିଭାଗ କହିଛି।

ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ବୀରମହାରାଜପୁର ବ୍ଲକ୍‌ରେ ହାତୀମାନେ ଶହ ଶହ ଏକରର ଧାନ ଚାଷ ନଷ୍ଟ କରି ଦେଲେଣି। ସ୍ୱଳ୍ପ ବୃଷ୍ଟିପାତ ସତ୍ତ୍ୱେ ଯାହା କିଛି ଫସଲ ହୋଇଥିଲା ତାକୁ ହାତୀ ଉଜାଡ଼ି ଦେଲେଣି। ଏଣୁ ଚାଷୀ ଚିନ୍ତାରେ ପଡ଼ିଯାଇଛି। ଏନେଇ ଅଭିଯୋଗ କଲେ ବି ବିନ ବିଭାଗ କୌଣସି ପଦକ୍ଷେପ ନେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ  ସରକାରୀ ନିୟମ ଅନୁସାରେ କ୍ଷୟକ୍ଷତି ଆକଳନ କରାଯାଇ ସେମାନଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ଡିଏଫ୍‌ଓ କହିଛନ୍ତି।

ହାତୀଙ୍କ ଉତ୍ପାତରୁ ବଲାଙ୍ଗିର ଜିଲ୍ଲା ବି ବର୍ତ୍ତି ପାରିନି। ଜିଲ୍ଲାର ତୁରେଇକେଲାରେ ହାତୀପଲ କରୁଛନ୍ତି। ଏଠାରେ ୨୫ରୁ ଅଧିକ ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ହାତୀପଲକୁ ଘଉଡ଼ାଇବାକୁ ବନବିଭାଗ ଉଦ୍ୟମ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos