ରାଗ ରଖିଲେ ହାତୀ ପଲ; ବୃଦ୍ଧାଙ୍କୁ ଦଳିଦେଲେ, ଶବ ସତ୍କାର କରାଇ ଦେଲେନି

ବାରିପଦା (ମାଣିକ ଲାଲ ପାଣି): ରାଗ ରଖିଲେ ହାତୀ ପଲ। ଜଣେ ବୃଦ୍ଧାଙ୍କୁ ଜୀବନରୁ ମାରିଦେବା ପରେ ମଧ୍ୟ ସେମାନଙ୍କ ରାଗ ଶାନ୍ତ ହେଲାନି। ପ୍ରାୟ ୧୨ ଘଣ୍ଟା କାଳ ମୃତଦେହ ସତ୍କାର କରିବାକୁ ଦେଲେନି।  ଗତକାଲି ସନ୍ଧ୍ୟାରୁ ମୃତଦେହକୁ ସତ୍କାର କରିବାକୁ ଅପେକ୍ଷା କରିଥିବା ପରିବାର ଲୋକେ ଶେଷରେ ଆଜି ସକାଳେ ଏହି କାମ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜ ଅଧୀନ ରାଇପାଳ ଗାଁରେ ଘଟିଛି ଏହି ଘଟଣା। ଗତ କାଲି ମାୟା ମୁର୍ମୁ […]

elephant

Niharika Rout
  • Published: Friday, 10 June 2022
  • , Updated: 10 June 2022, 02:56 PM IST

ବାରିପଦା (ମାଣିକ ଲାଲ ପାଣି): ରାଗ ରଖିଲେ ହାତୀ ପଲ। ଜଣେ ବୃଦ୍ଧାଙ୍କୁ ଜୀବନରୁ ମାରିଦେବା ପରେ ମଧ୍ୟ ସେମାନଙ୍କ ରାଗ ଶାନ୍ତ ହେଲାନି। ପ୍ରାୟ ୧୨ ଘଣ୍ଟା କାଳ ମୃତଦେହ ସତ୍କାର କରିବାକୁ ଦେଲେନି।  ଗତକାଲି ସନ୍ଧ୍ୟାରୁ ମୃତଦେହକୁ ସତ୍କାର କରିବାକୁ ଅପେକ୍ଷା କରିଥିବା ପରିବାର ଲୋକେ ଶେଷରେ ଆଜି ସକାଳେ ଏହି କାମ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜ ଅଧୀନ ରାଇପାଳ ଗାଁରେ ଘଟିଛି ଏହି ଘଟଣା।

ଗତ କାଲି ମାୟା ମୁର୍ମୁ ପାଣି ଆଣିବାକୁ ଯାଇଥିବା ବେଳେ ଗାଁ ମୁଣ୍ଡରେ ହାତୀପଲ ହାବୁଡ଼ରେ ପଡି ଯାଇଥିଲେ । ଏକ ହାତୀ ତାଙ୍କୁ ଦଳି ଦେବାରୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବାରିପଦା ମେଡିକାଲ କଲେଜ ନେଇଯାଇଥିଲେ। ମାତ୍ର ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ବ୍ୟବଚ୍ଛେଦ ଶେଷ ହେବା ପରେ ପରିବାର ଲୋକେ ମୃତଦେହକୁ ଗାଁକୁ ଆଣି ସତ୍କାର ନିମନ୍ତେ ଜଙ୍ଗଲକୁ ନେଇଥିଲେ।

[caption id="attachment_740463" align="aligncenter" width="650"] ଜଙ୍ଗଲରେ ମୃତଦେହ ପଡ଼ିଥିବା ବେଳେ ପରିବାର ଲୋକେ ସତ୍କାର କରି ପାରୁ ନାହାନ୍ତି।[/caption]

ଏହି ସମୟରେ ଜଙ୍ଗଲରେ ହାତୀ ପଲ ବୁଳୁଥିବା ବେଳେ ହଠାତ୍‌ ଏକ ହାତୀ ଆସି ଶବ ଉଠାଇ ଫିଙ୍ଗି ଦେଇଥିଲା। ଏହାପରେ ହାତୀପଲ ସେଠାରେ ରାତି ତମାମ ଜଗି ରହିଥିଲେ । ଫଳରେ ସକାଳ ସୁଦ୍ଧା ଶବ ସତ୍କାର ହୋଇପାରି ନ ଥିଲା।

ହାତୀ ପଲରେ ୧୨ଟି ହାତୀ ଥିବା ବେଳେ ସେମାନେ ରାତିରେ ମୃତକଙ୍କ ଘର ସଂପୂର୍ଣ୍ଣ ଭାଙ୍ଗି ଦେବା ସହ ଆଖପାଖ ତିନୋଟି ଘରକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ରାତି ତମାମ ଗାଁରେ ହାତୀଙ୍କ ଉତ୍ପାତ ଯୋଗୁଁ ଲୋକମାନେ ଡରି ଯାଇଥିଲେ। ଆଜି ସକାଳେ ହାତୀପଲ ସେଠାରୁ ପଳାଇବା ପରେ ଉକ୍ତ ବୃଦ୍ଧାଙ୍କ ଶବ ସତ୍କାର କରାଯାଇଥିଲା।

[caption id="attachment_740464" align="aligncenter" width="650"] ହାତୀ ପଲ ଭାଙ୍ଗି ଦେଇଥିବା ଘର ।[/caption]

ସୂଚନାଯୋଗ୍ୟ, ଗତ କିଛି ଦିନ ହେଲାଣି ଝାଡ଼ଖଣ୍ଡ ଆଡୁ ୭୦ ଟିକିଆ ହାତୀପଲ ଆସି ଛୋଟ ଛୋଟ ଦଳରେ ବିଭିନ୍ନ ଜଙ୍ଗଲରେ ବୁଲୁଥିବା ବେଳେ ବହୁ ଧନଜୀବନ ନଷ୍ଟ କରୁଛନ୍ତି। ବନ ବିଭାଗ ମଧ୍ୟ ସେମାନଙ୍କୁ ଘଉଡାଇବାରେ ଫେଲ ମାରିଛି।

Related story