ମାତିଛନ୍ତି ହାତୀ; ଫସଲ ନଷ୍ଟ କରୁଛନ୍ତି, ଘର ଭାଙ୍ଗୁଛନ୍ତି

କେନ୍ଦୁଝର(ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ କରୁଛନ୍ତି। ଚମକପୁର ହୁଡ଼ିସାହିରେ ଦୁଇଟି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଚମ୍ପୁଆ ରେଞ୍ଜ ଚମକପୁର, ମିରିଗିସିଙ୍ଗା, ମୁକୁନ୍ଦପୁର, ସରଗତଳିଆ ଓ ମଙ୍ଗଳପୁର ଅଞ୍ଚଳରେ ଗତ  ଦୁଇମାସ ଧରି ହାତୀଙ୍କ ଉପଦ୍ରବ ଜାରି ରହିଛି। ପ୍ରାୟ ୨୦ରୁ ଅଧିକ ହାତୀ ଗାଁରେ ପଶି ଫସଲ ନଷ୍ଟ କରିଦେଉଛନ୍ତି। ହାତୀପଲକୁ ନେଇ ଲୋକଙ୍କ ମଧ୍ୟରେ […]

bagkhali_,,,

Rakesh Mallick
  • Published: Wednesday, 27 June 2018
  • , Updated: 27 June 2018, 08:16 AM IST

କେନ୍ଦୁଝର(ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ କରୁଛନ୍ତି। ଚମକପୁର ହୁଡ଼ିସାହିରେ ଦୁଇଟି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଚମ୍ପୁଆ ରେଞ୍ଜ ଚମକପୁର, ମିରିଗିସିଙ୍ଗା, ମୁକୁନ୍ଦପୁର, ସରଗତଳିଆ ଓ ମଙ୍ଗଳପୁର ଅଞ୍ଚଳରେ ଗତ  ଦୁଇମାସ ଧରି ହାତୀଙ୍କ ଉପଦ୍ରବ ଜାରି ରହିଛି। ପ୍ରାୟ ୨୦ରୁ ଅଧିକ ହାତୀ ଗାଁରେ ପଶି ଫସଲ ନଷ୍ଟ କରିଦେଉଛନ୍ତି। ହାତୀପଲକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ହାତୀଙ୍କୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ୧୫ଟି ସ୍କ୍ୱାଡ୍‌ ଗଠନ କରାଯାଇଛି।  ରାତିରେ ଟର୍ଚ୍ଚ ଲାଇଟ ଏବଂ ଦିନରେ ବାଣ  ଫୁଟାଇ କରି ହାତୀକୁ ଘଉଡାଯାଉଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related story