କେନ୍ଦୁଝରରେ ହାତୀ ଉପଦ୍ରବ,ନଷ୍ଟ କରି ଦେଉଛନ୍ତି ଧାନ ଫସଲ

Ordigital Desk
  • Published: Friday, 13 October 2017
  • , Updated: 13 October 2017, 01:15 PM IST
<p>କେନ୍ଦୁଝର: କେନ୍ଦୁଝର ବନଖଣ୍ଡର ୫ଟି ରେଞ୍ଜରେ ହାତୀ ଉପଦ୍ରବ କରୁଛନ୍ତି। ଜିଲ୍ଲାର ଚମ୍ପୁଆ ସଦର, ତେଲକୋଇ ଓ ଘଟଗାଁ ରେଞ୍ଜରେ ହାତୀପଲ ଆସି ଚାଷୀଙ୍କ ଏକର ଏକର ଧାନ ଫସଲ ମାଡ଼ି ନଷ୍ଟ କରି ଦେଉଛନ୍ତି। ହାତୀ ପଲକୁ ଚାଷୀ ବାରମ୍ବାର ଘଉଡ଼ାଇ ଥିଲେ ମଧ୍ୟ ସେଠାରୁ ସେମାନେ ଯାଉ ନାହାନ୍ତି। ଫଳରେ ଅଧା ଧାନ ହାତୀ ଖୋଜାରେ ଉଜଡି ଯାଉଥିବାରୁ ଚାଷୀ ବହୁ କ୍ଷତି ସହୁଛି। ତେଣୁ ବାଧ୍ୟ ହୋଇ କିଛି ଅମଳ ଆଶାରେ ଅଧା ପାଚିଲା ଧାନକୁ ଚାଷୀ କାଟିବାରେ ଲାଗିଛି । ଏପରିକି ନଷ୍ଟ ହୋଇଥିବା ଧାନ ଫସଲର ଉଚିତ କ୍ଷତିପୂରଣ ଦିଆଯାଉ ନ ଥିବାରୁ ଚାଷୀର ଚିନ୍ତା ବଢ଼ି ଯାଇଛି। ଦେଢ଼ ଶହ ଏକର ହେକ୍ଟର ଜମିର ଧାନ ଫସଲ ନଷ୍ଟ ହୋଇଥିବା ଏସିଏଫ୍ ସ୍ୱୀକାର କରିଛନ୍ତି। ତେବେ ପରିସ୍ଥିତି ଉପରେ ବନ ବିଭାଗ ନଜର ରଖିବା ସହ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦିଆଯିବାକୁ ସେ କହିଛନ୍ତି।</p>

Related story