ରଘୁନନ୍ଦନ ଲାଇବ୍ରେରୀ ଭଙ୍ଗା ଯିବାକୁ ନେଇ ଆପତ୍ତି ଉଠାଇଲେ ମହନ୍ତ

ପୁରୀ (ପ୍ରଦୀପ ମହାନ୍ତି): ପୁରୀ ଏମାର ମଠ ଉଚ୍ଛେଦ କାର୍ଯ୍ୟକୁ ନେଇ ମଠ ମହନ୍ତ ରାଜଗୋପାଳ ରାମାନୁଜଦାସ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ବିନା ଅନୁମତିରେ ମଠ ଭିତରେ ଥିବା ରଘୁନନ୍ଦନ ଲାଇବ୍ରେରୀ ଭଙ୍ଗା ଯିବାକୁ ନେଇ ସେ ଆପତ୍ତି ଉଠାଇଛନ୍ତି। କିଛି ଦିନ ତଳେ ଲାଇବ୍ରେରୀର ନବୀକରଣ କରାଯାଇଥିଲା। ଏଥିନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହା ଅସୁରକ୍ଷିତ ନଥିଲା ତେଣୁ ଏହାକୁ ଭଙ୍ଗାଯିବା ଠିକ୍ ହୋଇନି ବୋଲି ମହନ୍ତ ରାଜଗୋପାଳ ରାମାନୁଜଦାସ ଓଟିଭିକୁ କହିଛନ୍ତି। […]

puri

Jyoshna Pradhan
  • Published: Friday, 30 August 2019
  • , Updated: 30 August 2019, 02:46 PM IST

ପୁରୀ (ପ୍ରଦୀପ ମହାନ୍ତି): ପୁରୀ ଏମାର ମଠ ଉଚ୍ଛେଦ କାର୍ଯ୍ୟକୁ ନେଇ ମଠ ମହନ୍ତ ରାଜଗୋପାଳ ରାମାନୁଜଦାସ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ବିନା ଅନୁମତିରେ ମଠ ଭିତରେ ଥିବା ରଘୁନନ୍ଦନ ଲାଇବ୍ରେରୀ ଭଙ୍ଗା ଯିବାକୁ ନେଇ ସେ ଆପତ୍ତି ଉଠାଇଛନ୍ତି। କିଛି ଦିନ ତଳେ ଲାଇବ୍ରେରୀର ନବୀକରଣ କରାଯାଇଥିଲା। ଏଥିନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହା ଅସୁରକ୍ଷିତ ନଥିଲା ତେଣୁ ଏହାକୁ ଭଙ୍ଗାଯିବା ଠିକ୍ ହୋଇନି ବୋଲି ମହନ୍ତ ରାଜଗୋପାଳ ରାମାନୁଜଦାସ ଓଟିଭିକୁ କହିଛନ୍ତି।

ମଠ ଭିତରେ ଥିବା ଅସୁରକ୍ଷିତ ଓ ଅବ୍ୟବହୃତ ଘରଗୁଡିକୁ ଭାଙ୍ଗି ଦେବାକୁ ପ୍ରଶାସନ ସହ ଆଲୋଚନା ହୋଇଥିଲା। ଜନସାଧାରଣଙ୍କ କାମରେ ଆସିବ ଭାବି ସେ ଏଥିନିମନ୍ତେ ଅନୁମତି ଦେଇଥିବା କହିଛନ୍ତି।

ଅନ୍ୟପକ୍ଷରେ ମଠ ଭିତରେ ମୌନ ବ୍ରତରେ ବସିଥିବା ଖବରକୁ ମହନ୍ତ ଖଣ୍ଡନ କରିଛନ୍ତି।  ସେହିପରି ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯିବା ଖବରରେ ମଧ୍ୟ କୌଣସି ସତ୍ୟତା ନଥିବା ସେ କହିଛନ୍ତି।

Related story