ବଂଶୀଧର ପଣ୍ଡାଙ୍କ ସ୍ମୃତିସଭାରେ ଯୋଗଦେଲେ ଜାତୀୟ ସ୍ତରର ରାଜନେତା

Ordigital Desk
  • Published: Wednesday, 06 June 2018
  • , Updated: 06 June 2018, 09:49 PM IST
<p>ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଡକ୍ଟର ବଂଶୀଧର ପଣ୍ଡାଙ୍କ ସ୍ମୃତିସଭା ଆଜି ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ଓ କଂଗ୍ରେସର ଜାତୀୟ ସ୍ତରର ବହୁ ରାଜନେତା ଯୋଗ ଦେଇ ସ୍ୱର୍ଗତ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।</p> <p>&lt;a href=&quot;&quot;&gt;(image) &lt;/a&gt;ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ, ବରିଷ୍ଠ ବିଜେପି ନେତା ଏଲ୍.କେ. ଆଡଭାନୀ, ମୂରଲୀ ମନୋହର ଯୋଶୀ, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ଗଜେନ୍ଦ୍ର ସିଂ ଶେଖାଓ୍ୱତ, ଏମ. ଜେ. ଆକବର, ରାଜ୍ୟବର୍ଦ୍ଧନ ସିଂ ରାଠୋର, ପୀୟୂଷ ଗୋୟଲ, ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ, ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ, ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ, ମଣିଶଙ୍କର ଆୟରଙ୍କ ସହ ଦିଲ୍ଲୀରେ ରହୁଥିବା ବିଶିଷ୍ଟ ଓଡ଼ିଆ ଚିତ୍ରଶିଳ୍ପୀ ଯତୀନ ଦାସ&nbsp; ଏବଂ ଶକ୍ତିକାନ୍ତ ଦାଶ ପ୍ରମୁଖଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।</p> <p>https://www.youtube.com/watch?v=jG8gb1wOo_Y</p>

Related story