ଆରପାରିରେ ‘ଶିଶୁ ସଂସାର’ର ‘ବଡ଼ଭାଇ’ ନଦିୟା ବିହାରୀ

କଟକ(ଓଡ଼ିଶା ରିପୋର୍ଟର): କଟକ ଆକାଶବାଣୀ କେନ୍ଦ୍ରର ଲୋକପ୍ରିୟ କାର୍ଯ୍ୟକ୍ରମ ‘ଶିଶୁ ସଂସାର’ ଉପସ୍ଥାପକ ବଡ଼ଭାଇ ନଦିୟା ବିହାରୀ ମହାନ୍ତିଙ୍କର ଦେହାନ୍ତ ହୋଇଛି। ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ପରଲୋକ ନେଇ ନଦୀୟା ବିହାରୀଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଲୋକପ୍ରିୟ ଆକାଶବାଣୀ କାର୍ଯ୍ୟକ୍ରମ ଶିଶୁ ସଂସାରର ବଡ଼ଭାଇ ନଦୀୟା ୨୦୧୩ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ ଜଣେ ଜଣାଶୁଣା ଶିଶୁ […]

nadea

Manoranjan Sial
  • Published: Monday, 14 September 2020
  • , Updated: 14 September 2020, 03:44 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ଆକାଶବାଣୀ କେନ୍ଦ୍ରର ଲୋକପ୍ରିୟ କାର୍ଯ୍ୟକ୍ରମ ‘ଶିଶୁ ସଂସାର’ ଉପସ୍ଥାପକ ବଡ଼ଭାଇ ନଦିୟା ବିହାରୀ ମହାନ୍ତିଙ୍କର ଦେହାନ୍ତ ହୋଇଛି। ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ପରଲୋକ ନେଇ ନଦୀୟା ବିହାରୀଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଲୋକପ୍ରିୟ ଆକାଶବାଣୀ କାର୍ଯ୍ୟକ୍ରମ ଶିଶୁ ସଂସାରର ବଡ଼ଭାଇ ନଦୀୟା ୨୦୧୩ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ ଜଣେ ଜଣାଶୁଣା ଶିଶୁ ସାହିତ୍ୟିକ ଥିଲେ। ତାଙ୍କ ବିୟୋଗରେ ସମଗ୍ର ଓଡ଼ିଶାରେ ଶୋକ ଛାୟା ଖେଳି ଯାଇଛି।

 

Related story