ରାଜଧାନୀ ପୁସ୍ତକ ମେଳାରେ ସାହିତ୍ୟ ଓ ଜାତୀୟତାବାଦ ସମ୍ପର୍କିତ ଆଲୋଚନାଚକ୍ର

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଚାଲିଥିବା ୧୯ତମ ରାଜଧାନୀ ପୁସ୍ତକ ମେଳାର ସପ୍ତମ ସନ୍ଧ୍ୟାରେ ଜାତୀୟ ସାହିତ୍ୟ ପ୍ରକାଶନୀ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ “ସାହିତ୍ୟ ଓ ଜାତୀୟତାବାଦ” ଉପରେ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ ଓ ବିଶିଷ୍ଟ ବକ୍ତାମାନେ ଯୋଗଦେଇ ଏ ସଂପର୍କରେ ସାରଗର୍ଭକ ଭାଷଣମାନ ଦେଇ ସାହିତ୍ୟ ଓ ଜାତୀୟତାବାଦ ଯେ ଏକ ମୁଦ୍ରାର ଦୁଇ ପାର୍ଶ୍ଵ ପରି ପରସ୍ପରର ପରିପୂରକ ବୋଲି ମତବ୍ୟକ୍ତ କରିଥିଲେ। ଏହି ଆଲୋଚନାଚକ୍ରରେ ପୌରୋହିତ୍ୟ କରିଥିଲେ ଜାତୀୟ ସାହିତ୍ୟ ପ୍ରକାଶନୀର […]

book

book

Manoranjan Sial
  • Published: Saturday, 12 January 2019
  • Updated: 12 January 2019, 05:49 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଚାଲିଥିବା ୧୯ତମ ରାଜଧାନୀ ପୁସ୍ତକ ମେଳାର ସପ୍ତମ ସନ୍ଧ୍ୟାରେ ଜାତୀୟ ସାହିତ୍ୟ ପ୍ରକାଶନୀ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ “ସାହିତ୍ୟ ଓ ଜାତୀୟତାବାଦ” ଉପରେ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ ଓ ବିଶିଷ୍ଟ ବକ୍ତାମାନେ ଯୋଗଦେଇ ଏ ସଂପର୍କରେ ସାରଗର୍ଭକ ଭାଷଣମାନ ଦେଇ ସାହିତ୍ୟ ଓ ଜାତୀୟତାବାଦ ଯେ ଏକ ମୁଦ୍ରାର ଦୁଇ ପାର୍ଶ୍ଵ ପରି ପରସ୍ପରର ପରିପୂରକ ବୋଲି ମତବ୍ୟକ୍ତ କରିଥିଲେ।

ଏହି ଆଲୋଚନାଚକ୍ରରେ ପୌରୋହିତ୍ୟ କରିଥିଲେ ଜାତୀୟ ସାହିତ୍ୟ ପ୍ରକାଶନୀର ସଭାପତି ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଶକୁନ୍ତଳା ବଳୀଆର ସିଂହ ସାହିତ୍ୟରେ ଜାତୀୟତାବାଦର ଅର୍ଥ ନିଜ ଜାତି, ନିଜ ଦେଶ, ନିଜ ସଂସ୍କୃତି ଏବଂ ପରମ୍ପରା ପ୍ରତି ଗଭୀର ଶ୍ରଦ୍ଧା ରଖିବା ବୋଲି କହିଥିଲେ। ରାଷ୍ଟ୍ରଦୀପର ପୂର୍ବତନ ସଂପାଦକ ଜଗବନ୍ଧୁ ମିଶ୍ର ଜାତୀୟତାବାଦ ଏକ ଚିରନ୍ତନ ପର୍ଯ୍ୟାୟବାଚୀ ଶବ୍ଦ ଏବଂ ଏହାର ବୈଶିଷ୍ଟ୍ୟ ଯୁଗେ ଯୁଗେ ରହି ଆସିଛି ବୋଲି ମତ ଦେଇଥିଲେ। ସାହିତ୍ୟ ଓ ଜାତୀୟତାବାଦ ଏକ ବ୍ୟାପକ ବିଷୟବସ୍ତୁ ଓ ଏହା ଉପରେ ସମାଜରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ଦରକାର ବୋଲି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ବସନ୍ତ କୁମାର ପଣ୍ଡା ମତବ୍ୟକ୍ତ କରିଥିଲେ। ଜାତୀୟ ସାହିତ୍ୟ ପ୍ରକାଶନୀର ସଂପାଦକ ଭାଗବତ ପ୍ରସାଦ ସ୍ୱାଇଁ ସଂପାଦକୀୟ ଅଭିଭାଷଣ ରଖିଥିଲେ। କୋଷାଧ୍ୟକ୍ଷ ଶୁଭାଶିଷ ମିଶ୍ର ଅତିଥିଙ୍କ ପରିଚୟ ପ୍ରଦାନ ଓ ଉପସଭାପତି ପ୍ରମୋଦ କୁମାର ପରିଡ଼ା ଧନ୍ୟବାଦ ଭାଷଣ ପ୍ରଦାନ କରିଥିବା ବେଳେ ଗୋଲଖ ଚନ୍ଦ୍ର ଦାସ ଆଲୋଚନାଚକ୍ର ପରିଚାଳନାରେ ସହଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story