ଏନ୍‌ସେଫାଲାଇଟିସ୍ ଭୟ: ଅନ୍ୟ ଜିଲ୍ଲାରେ ଟୀକା ଦେବାକୁ କେନ୍ଦ୍ରର ମତ ଲୋଡ଼ିଲା ଏନ୍‌ଏଚ୍‌ଏମ୍‌

ଭୁବନେଶ୍ୱର: ମାଲକାନଗିରିରେ ଆତଙ୍କ ଖେଳାଇଛି ଜାପାନିଜ୍ ଏନ୍‌ସେଫାଲାଇଟିସ୍। ଏଥିରେ ୪୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି। ଜିଲ୍ଲାରେ ଏହି ରୋଗ ଏବେ ସଂକ୍ରାମକ ସ୍ଥିତିରେ ରହିଛି। ତେଣୁ ଟୀକା ଦେବାକୁ କେନ୍ଦ୍ର ସରକାର ମନା କରି ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଏହି ରୋଗ ପାଇଁ ଉଦ୍ଦିଷ୍ଟ ପ୍ରତିଷେଧକ ଟୀକା ଦିଆଯାଇପାରିବ ନା ନାହିଁ ସେ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ଏନ୍‌ଏଚ୍‌ଏମ୍‌। ଏନେଇ ଆଜି ସୂଚନା ଦେଇଛନ୍ତି ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ। […]

shalini

Rakesh Mallick
  • Published: Sunday, 09 October 2016
  • , Updated: 09 October 2016, 08:33 PM IST

ଭୁବନେଶ୍ୱର: ମାଲକାନଗିରିରେ ଆତଙ୍କ ଖେଳାଇଛି ଜାପାନିଜ୍ ଏନ୍‌ସେଫାଲାଇଟିସ୍। ଏଥିରେ ୪୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି। ଜିଲ୍ଲାରେ ଏହି ରୋଗ ଏବେ ସଂକ୍ରାମକ ସ୍ଥିତିରେ ରହିଛି। ତେଣୁ ଟୀକା ଦେବାକୁ କେନ୍ଦ୍ର ସରକାର ମନା କରି ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଏହି ରୋଗ ପାଇଁ ଉଦ୍ଦିଷ୍ଟ ପ୍ରତିଷେଧକ ଟୀକା ଦିଆଯାଇପାରିବ ନା ନାହିଁ ସେ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ଏନ୍‌ଏଚ୍‌ଏମ୍‌। ଏନେଇ ଆଜି ସୂଚନା ଦେଇଛନ୍ତି ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ। ଯଦି ଜିଲ୍ଲାରେ ଟୀକା ଦେବାରେ କୌଣସି ଅସୁବିଧା ନାହିଁ ତା’ହେଲେ ଆବଶ୍ୟକତା ଅନୁସାରେ ଟୀକା ଯୋଗାଇ ଦେବା ପାଇଁ ମଧ୍ୟ କେନ୍ଦ୍ରକୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି।

ଏହା ସହିତ ବେସରକାରୀ ଭାବେ କୌଣସି ଟୀକା ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ମାଲକାନଗିରି, ବାଲେଶ୍ୱର, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ଆସନ୍ତା ନଭେମ୍ବର ଓ ଡିସେମ୍ବର ମାସରେ ଟୀକାକରଣ ନେଇ ଅନୁମତି ମିଳିଥିବା ସ୍ୱାସ୍ଥ୍ୟ ବିଭାଗ କହିଛି।

Related story