୩ ମାଓବାଦୀ ମୃତ, ବିପୁଳ ପରିମାଣର ମାରଣାସ୍ତ୍ର ଜବତ

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ନାରାୟଣପାଟଣା ଡୋକରୀ ଘାଟିରେ ପୋଲିସକୁ ବଡ଼ ସଫଳତା ମିଳିଛି। ଗୁଳି ବିନିମୟରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି। ଅନେକ ଆହତ ହୋଇଥିବା ଅନୁମାନ କରାଯାଉଛି। ଏବେ ମଧ୍ୟ ଉକ୍ତ ଜଙ୍ଗଲରେ କମ୍ୱିଂ ଅପରେସନ୍‌ ଜାରି ରହିଛି। ଡୋକରୀ ଘାଟି ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ଥିବା ଜଣା ପଡ଼ିବା ପରେ ଡିଭିଏଫ୍‌ ଓ ଏସ୍‌ଓଜି ଯବାନମାନେ ସର୍ଚ୍ଚ ଅପରେସନ୍‌ ଯାଇଥିଲେ। ଯବାନଙ୍କୁ […]

naxal-sukma

Rakesh Mallick
  • Published: Sunday, 25 March 2018
  • , Updated: 25 March 2018, 11:20 PM IST

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ନାରାୟଣପାଟଣା ଡୋକରୀ ଘାଟିରେ ପୋଲିସକୁ ବଡ଼ ସଫଳତା ମିଳିଛି। ଗୁଳି ବିନିମୟରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି। ଅନେକ ଆହତ ହୋଇଥିବା ଅନୁମାନ କରାଯାଉଛି। ଏବେ ମଧ୍ୟ ଉକ୍ତ ଜଙ୍ଗଲରେ କମ୍ୱିଂ ଅପରେସନ୍‌ ଜାରି ରହିଛି।

ଡୋକରୀ ଘାଟି ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ଥିବା ଜଣା ପଡ଼ିବା ପରେ ଡିଭିଏଫ୍‌ ଓ ଏସ୍‌ଓଜି ଯବାନମାନେ ସର୍ଚ୍ଚ ଅପରେସନ୍‌ ଯାଇଥିଲେ। ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇ ଥିଲେ। ଏହାର ଜବାବରେ ଯବାନମାନେ ମଧ୍ୟ ପ୍ରତିଆକ୍ରମଣ କରିଥିଲେ। ଦୀର୍ଘ ସମୟରେ ଧରି ଚାଲିଥିଲା ଗୁଳି ବିନିମୟ। ଶେଷରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ। ଏବେ ମଧ୍ୟ ସେହି ଜଙ୍ଗଲରେ କମ୍ୱିଂ ଅପରେସନ୍‌ ଚାଲିଛି।

Related story