ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପରି ମହାମାରୀ ସମୟରେ ଲୋକଙ୍କ ଜୀବନ, ଜୀବିକା ବିପନ୍ନ ହୋଇ ପଡ଼ିଥିବା ବେଳେ ସେମାନଙ୍କ ଉପରେ ପଡ଼ିଛି ବିଦ୍ୟୁତ୍ ଛାଟ।
ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି) ପକ୍ଷରୁ ୨୦୨୦-୨୧ ବର୍ଷ ଲାଗି ୪ ପ୍ରତିଶତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରାଯାଇଛି। ଅକ୍ଟୋବର ପହିଲାରୁ ଗ୍ରାହକଙ୍କୁ ଏହି ବର୍ଦ୍ଧିତ ବିଦ୍ୟୁତ୍ ବିଲ୍ ଦେବାକୁ ପଡ଼ିବ। ଏହାକୁ ନେଇ ଉପଭୋକ୍ତା ଓ ଅନ୍ୟ ରାଜନୈତିକ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ଏନେଇ ମତ ପ୍ରକାଶ କରିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।
ଏନେଇ ଶକ୍ତି ମନ୍ତ୍ରୀ କହିଛନ୍ତି, ଦୀର୍ଘ ୭ ବର୍ଷ ପରେ ୪ ପ୍ରତିଶତ ଶୁଳ୍କ ବୃଦ୍ଧି କରାଯାଇଛି। ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ଓଇଆରସି ନେଇଥାନ୍ତି। ଏହା ମଧ୍ୟରେ ଉତ୍ପାଦନ, ପ୍ରସାରଣ ଏବଂ ବଣ୍ଟନ ଖର୍ଚ୍ଚ ବଢ଼ିଥିବାରୁ ଶୁଳ୍କ ବୃଦ୍ଧି କରାଯାଇଛି।