ସୁକତେଲ ପୋଲ ଭୁଶୁଡ଼ିବା ଘଟଣାରେ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଏପ୍ରିଲ୍‌ ୨୯ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସୁକତେଲ ବ୍ରିଜ୍‌ ଭୁଶୁଡ଼ି ଯିବା ଯୋଗୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଗତକାଲି ରାତିରେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଶାନଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ସ୍ଥାନରେ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ, ପାଟଣାଗଡ଼ ବ୍ଲକର ତମିଆଁରୁ ମୁଦଲସରକୁ ସଂଯୋଗ କରୁଥିବା ୧୮୨ ମିଟର ଦୀର୍ଘ ବିଶିଷ୍ଟ ଏହି ବ୍ରିଜ୍‌ର […]

suspend-1--1

Niharika Rout
  • Published: Saturday, 09 May 2020
  • , Updated: 09 May 2020, 09:20 AM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଏପ୍ରିଲ୍‌ ୨୯ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସୁକତେଲ ବ୍ରିଜ୍‌ ଭୁଶୁଡ଼ି ଯିବା ଯୋଗୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଗତକାଲି ରାତିରେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଶାନଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ସ୍ଥାନରେ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସୂଚନାଯୋଗ୍ୟ, ପାଟଣାଗଡ଼ ବ୍ଲକର ତମିଆଁରୁ ମୁଦଲସରକୁ ସଂଯୋଗ କରୁଥିବା ୧୮୨ ମିଟର ଦୀର୍ଘ ବିଶିଷ୍ଟ ଏହି ବ୍ରିଜ୍‌ର ଭିତ୍ତିପ୍ରସ୍ତର ସ୍ଥାପନ ୨୦୧୪ ମସିହା ଜାନୁଆରୀ ମାସରେ ହୋଇଥିଲା। ମାତ୍ର ୧ ବର୍ଷ ୪ ମାସ ମଧ୍ୟରେ ଏହି ବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଏଥିନିମନ୍ତେ ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।  ଧାର୍ଯ୍ୟ ସମୟ ପୂର୍ବରୁ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଶେଷ ଏବଂ ଏହାର ଗୁଣବତ୍ତା ଯୋଗୁ ଠିକା ସଂସ୍ଥାକୁ ପୁରସ୍କୃତ କରାଯାଇଥିଲା। ହେଲେ ଏହାର ଗୋଟିଏ ପିଲର ଦବି ଯାଇଥିଲା। ଗତ ୨୯ ତାରିଖରେ ମରାମତି କାମ ଚାଲିଥିବା‌ ବ୍ରିଜଟି ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଉତ୍ତରାଞ୍ଚଳ ଡି.ଆଇ.ଜି ହିମାଂଶୁ ଲାଲ, ଗ୍ରାମ୍ୟ ନିର୍ମାଣ ବିଭାଗର ମୁଖ୍ୟ  ଯନ୍ତ୍ରୀ ପ୍ରମୁଖ ପହଞ୍ଚି ତଦନ୍ତ କରିଥିଲେ । ଉକ୍ତ ସମୟରେ ଠିକା ସଂସ୍ଥାର ଜଣେ କର୍ମଚାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ପାଟଣାଗଡ ପୁଲିସ୍‌।  ଏହାପରେ ଗତକାଲି ରାତିରେ ନିର୍ବାହୀ ଯନ୍ତ୍ରୀ ଆନ୍ଥୋନୀ କିଶାନଙ୍କୁ ସସପେଣ୍ଡ କରାଯାଇଛି।

Related story