ଗାଧୋଇବା ବେଳେ ଭାସିଗଲେ ଯୁବକ

ପୁରୀ(ମଧୁସୂଦନ ମିଶ୍ର): ସାଙ୍ଗମାନଙ୍କ ସହ ସମୁଦ୍ରରେ ଗାଧୋଇବା ବେଳେ ଅଭିଷେକ ପାଣ୍ଡେ ନାମକ ଜଣେ ଯୁବକ ଭାସି ଯାଇଛନ୍ତି। ସେ ଦିଲ୍ଲୀର କ୍ରାଇମ୍‌ ଖବର କାଗଜର ଜୋନାଲ୍‌ ଆଡଭାଇଜର। ତାଙ୍କ ପରିଚୟପତ୍ରରୁ ଏହା ଜଣାପଡ଼ିଛି। ଅଭିଷେକ ଭୁବନେଶ୍ୱର ସିପେଟ୍‌ ଇଞ୍ଜିନିୟରିଂ କଲେଜରେ ପଢୁଥିବା ସାଙ୍ଗଙ୍କ ସହ ପୁରୀ ଚୈତନ୍ୟ ଛକ ନିକଟରେ ସମୁଦ୍ରରେ ଗାଧୋଉଥିଲେ। ପରେ ଅନ୍ୟ ସାଙ୍ଗମାନେ କୂଳକୁ ଚାଲି ଆସିଥିଲେ। ମାତ୍ର ଅଭିଷେକ ଏକୁଟିଆ ଗାଧୋଉଥିଲେ। ଠିକ୍‌ ଏହି ସମୟରେ ଆସିଥିବା ଲହଡିରେ ଅଭିଷେକ […]

puri

Manoranjan Sial
  • Published: Saturday, 20 April 2019
  • , Updated: 20 April 2019, 05:54 PM IST

ପୁରୀ(ମଧୁସୂଦନ ମିଶ୍ର): ସାଙ୍ଗମାନଙ୍କ ସହ ସମୁଦ୍ରରେ ଗାଧୋଇବା ବେଳେ ଅଭିଷେକ ପାଣ୍ଡେ ନାମକ ଜଣେ ଯୁବକ ଭାସି ଯାଇଛନ୍ତି। ସେ ଦିଲ୍ଲୀର କ୍ରାଇମ୍‌ ଖବର କାଗଜର ଜୋନାଲ୍‌ ଆଡଭାଇଜର। ତାଙ୍କ ପରିଚୟପତ୍ରରୁ ଏହା ଜଣାପଡ଼ିଛି।

ଅଭିଷେକ ଭୁବନେଶ୍ୱର ସିପେଟ୍‌ ଇଞ୍ଜିନିୟରିଂ କଲେଜରେ ପଢୁଥିବା ସାଙ୍ଗଙ୍କ ସହ ପୁରୀ ଚୈତନ୍ୟ ଛକ ନିକଟରେ ସମୁଦ୍ରରେ ଗାଧୋଉଥିଲେ। ପରେ ଅନ୍ୟ ସାଙ୍ଗମାନେ କୂଳକୁ ଚାଲି ଆସିଥିଲେ। ମାତ୍ର ଅଭିଷେକ ଏକୁଟିଆ ଗାଧୋଉଥିଲେ। ଠିକ୍‌ ଏହି ସମୟରେ ଆସିଥିବା ଲହଡିରେ ଅଭିଷେକ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ସମୁଦ୍ରରେ ଖୋଜିଥିଲେ ମଧ୍ୟ ତାଙ୍କର ପତ୍ତା ପାଇନଥିଲେ।

ସେପଟେ ଆଜି ସମୁଦ୍ରରେ ଗାଧୋଇବା ସମୟରେ ଏକାଧିକ ଘଟଣରେ ଅଗ୍ନିଶମ ବିଭାଗର ଲାଇଫଗାର୍ଡମାନେ ସାତଜଣଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।

Related story