EOW ଜାଲରେ ଦୁଇ ନକଲି ଆଇଏଏସ୍‌ ଅଫିସର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନକଲି ମସଲା ପରେ ନକଲି ପୁଲିସ ଅଫିସର ଓ ନକଲି କିରାଣୀ ଧରା ପଡ଼ିଥିବା ଶୁଣିଥିଲେ। ହେଲେ ଆଜି ଧରା ପଡ଼ିଛି ନକଲି ଆଇଏଏସ୍‌ ଅଫିସର। ଦୁଇ ନକଲି ଆଇଏଏସ୍‌ ଅଫିସର ଅସଲି କହି କୋଟିଏରୁ ଅଧିକ ଟଙ୍କା ଠକିଛି। ଏବେ ସେମାନେ କ୍ରାଇମବ୍ରାଞ୍ଚ EOW ହାତରେ ଧରା ପଡ଼ିଛନ୍ତି। କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ EOW ଶୁକ୍ରବାର ୨ ନକଲି ଆଇଏଏସ୍‌ ଗିରଫଙ୍କୁ କଟକ ଓ ଭୁବନେଶ୍ୱରରୁ ଗିରଫ […]

IAS-Officer

Manoranjan Sial
  • Published: Saturday, 30 October 2021
  • , Updated: 30 October 2021, 04:21 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନକଲି ମସଲା ପରେ ନକଲି ପୁଲିସ ଅଫିସର ଓ ନକଲି କିରାଣୀ ଧରା ପଡ଼ିଥିବା ଶୁଣିଥିଲେ। ହେଲେ ଆଜି ଧରା ପଡ଼ିଛି ନକଲି ଆଇଏଏସ୍‌ ଅଫିସର। ଦୁଇ ନକଲି ଆଇଏଏସ୍‌ ଅଫିସର ଅସଲି କହି କୋଟିଏରୁ ଅଧିକ ଟଙ୍କା ଠକିଛି। ଏବେ ସେମାନେ କ୍ରାଇମବ୍ରାଞ୍ଚ EOW ହାତରେ ଧରା ପଡ଼ିଛନ୍ତି।

କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ EOW ଶୁକ୍ରବାର ୨ ନକଲି ଆଇଏଏସ୍‌ ଗିରଫଙ୍କୁ କଟକ ଓ ଭୁବନେଶ୍ୱରରୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ସ୍ୱାଇଁ। ଜଣେ ଠକ ନିଜକୁ ଆଡିସନାଲ ସେକ୍ରେଟେରୀ କହି ଠକୁଥିବା ବେଳେ ଅନ୍ୟ ଜଣେ ନିଜକୁ ପିଡବ୍ଲ୍ୟୁଡି ଅଫିସର ପରିଚୟ ଦେଇ ଠକୁଥିଲା। ଏମାନଙ୍କ ବିରୋଧରେ ଠିକାଦାରୀ ଦେବା ନାଁରେ ୧ କୋଟି ୧୭ ଲକ୍ଷ ଠକିଥିବା ଅଭିଯୋଗ ଆସିଥିଲା। ଏମାନେ ମିଛ ଓ୍ୱାର୍କ ଅର୍ଡର ଦେଇ ଠିକାଦାରଙ୍କୁ ଠକେଇ କରିବା ସହ ଟଙ୍କା ହଡ଼ପ୍‌ କରୁଥିଲେ।

ତେବେ RTI ତଥ୍ୟ ଅନୁଯାୟୀ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ସ୍ୱାଇଁ ନାଁରେ କୌଣସି IAS ଅଧିକାରୀ ନଥିବା ଜଣାପଡ଼ିବା ପରେ ଦୁଇ ଜଣ ଅଭିଯୋଗକାରୀ ରିକାବ ଚାନ୍ଦ ମନତ ଓ ମୁକେଶ ଜେନ ଅଭିଯୋଗ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କ ମୋବାଇଲ୍‌ରୁ ବହୁ ଉଚ୍ଚ ପଦସ୍ତ ଅଧିକାରୀଙ୍କ ଫୋନ ନମ୍ବର ମିଳିଥିବା EOW ସୂଚନା ଦେଇଛି।

Related story