ସିଟି ହସ୍ପିଟାଲ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ

କଟକ(ଓଡ଼ିଶା ରିପୋର୍ଟର): ହାଇକୋର୍ଟଙ୍କ ନିର୍ଦ୍ଦେଶରେ କଟକ ସିଟି ହସ୍ପିଟାଲ ସମ୍ମୁଖରୁ ଆଜି ଜବରଦଖଲ ଉଚ୍ଛେଦ ହେଉଛି। ଏଠାରେ ଥିବା ଦୋକାନ ଘରଗୁଡ଼ିକୁ ଭାଙ୍ଗୁଛି ସିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ।  ଆଇନ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଛି । ସିଟି ହସ୍ପିଟାଲ ଆଗରେ ବହୁ ଦୋକାନ ଘର ଥିଲା । ବହୁ ଜାଗା ଜବରଦଖଲ ହୋଇଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେଣୁ ଏହି ଜବରଦଖଲ ଉଚ୍ଛେଦ ପାଇଁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। କିନ୍ତୁ ଉଚ୍ଛେଦ […]

ctc-4--1

Niharika Rout
  • Published: Friday, 28 February 2020
  • , Updated: 28 February 2020, 01:28 PM IST

କଟକ(ଓଡ଼ିଶା ରିପୋର୍ଟର): ହାଇକୋର୍ଟଙ୍କ ନିର୍ଦ୍ଦେଶରେ କଟକ ସିଟି ହସ୍ପିଟାଲ ସମ୍ମୁଖରୁ ଆଜି ଜବରଦଖଲ ଉଚ୍ଛେଦ ହେଉଛି। ଏଠାରେ ଥିବା ଦୋକାନ ଘରଗୁଡ଼ିକୁ ଭାଙ୍ଗୁଛି ସିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ।  ଆଇନ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଛି ।

ସିଟି ହସ୍ପିଟାଲ ଆଗରେ ବହୁ ଦୋକାନ ଘର ଥିଲା । ବହୁ ଜାଗା ଜବରଦଖଲ ହୋଇଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେଣୁ ଏହି ଜବରଦଖଲ ଉଚ୍ଛେଦ ପାଇଁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। କିନ୍ତୁ ଉଚ୍ଛେଦ କରାଯାଉଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଏବେ ବାସହରା ହୋଇଗଲେ, କେଉଁଠି ରହିବେ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି।

Related story