ଏ ଯାଏଁ ୨୭ ଘର ଖାଇଲାଣି ସମୁଦ୍ର

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର)ଦିନକୁ ଦିନ ଉଗ୍ର ହୋଇ ମାଡି ଆସୁଛି ସମୁଦ୍ର । ଅବିଶ୍ରାନ୍ତ ଜୁଆର ମାଡରେ ଲୀନ ହେବାକୁ ବସିଛି ଗଞ୍ଜାମ ଜିଲ୍ଲାର ରାମୟାପାଟଣା ଗାଁ । ଗତ ୩ ସପ୍ତାହ ଭିତରେ ଗାଁର ୨୭ରୁ ଅଧିକ ଘର ସମୁଦ୍ର ଗର୍ଭକୁ ଚାଲି ଗଲାଣି । ଆହୁରି ଅନେକ ଘର ସତେ ଯେମିତି ଲୀନ ହେବାକୁ ଅପେକ୍ଷା କରିଛି । ଦୀର୍ଘ ବର୍ଷ ହେଲା ଏଠାରେ ଗାର୍ଡ ୱାଲ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ବି […]

p-987

Tapas Behera
  • Published: Thursday, 29 August 2019
  • , Updated: 29 August 2019, 09:10 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର)ଦିନକୁ ଦିନ ଉଗ୍ର ହୋଇ ମାଡି ଆସୁଛି ସମୁଦ୍ର । ଅବିଶ୍ରାନ୍ତ ଜୁଆର ମାଡରେ ଲୀନ ହେବାକୁ ବସିଛି ଗଞ୍ଜାମ ଜିଲ୍ଲାର ରାମୟାପାଟଣା ଗାଁ । ଗତ ୩ ସପ୍ତାହ ଭିତରେ ଗାଁର ୨୭ରୁ ଅଧିକ ଘର ସମୁଦ୍ର ଗର୍ଭକୁ ଚାଲି ଗଲାଣି । ଆହୁରି ଅନେକ ଘର ସତେ ଯେମିତି ଲୀନ ହେବାକୁ ଅପେକ୍ଷା କରିଛି ।

ଦୀର୍ଘ ବର୍ଷ ହେଲା ଏଠାରେ ଗାର୍ଡ ୱାଲ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ବି ପ୍ରଶାସନ ନଶୁଣିବାରୁ ଏଭଳି ସ୍ଥିତି ଉପୁଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣେ ଭୟରେ ଲୋକମାନେ ଘରଦ୍ୱାର ଛାଡ଼ି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଓଡିଆରପି ଘରେ ରହୁଛନ୍ତି। ହେଲେ ସେ ସବୁ ଘର ଅତ୍ୟନ୍ତ ଛୋଟ ହୋଇଥିବାରୁ ଚଳିବା ମୁସ୍କିଲ ବୋଲି କହିଛନ୍ତି। ସେପଟେ ଜିଲ୍ଲା ପ୍ରଶାସନ କହିଛି ପରିସ୍ଥିତିର ମୁକାବିଲା ପାଇଁ ଆମେ ସଜାଗ ଅଛୁ।

Related story