୨ ଛାତ୍ରଙ୍କୁ ଧକ୍କା ଦେଇ ମନ୍ତ୍ରୀଙ୍କ ଏସକର୍ଟ ଗାଡ଼ି ଫେରାର

ନୂଆପଡ଼ା (ମାୟାଧର ସରାଫ): କଲେଜ ଯାଉଥିବା ୨ ଛାତ୍ରଙ୍କୁ ଧକ୍କା ଦେଲା ମନ୍ତ୍ରୀଙ୍କ ଏସକର୍ଟ ଗାଡ଼ି । ପିଲା ୨ ଜଣ ଯନ୍ତ୍ରଣାରେ ରାସ୍ତାରେ ଛଟପଟ ହେଉଥିବା ବେଳେ ଏସକର୍ଟ ଗାଡ଼ି ଫେରାର ହୋଇଯାଇଥିଲା।  ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏହାକୁ ନେଇ  ନୂଆପଡ଼ା ଜିଲ୍ଲା ହସ୍ପିଟାଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁତର ଛାତ୍ରଦ୍ୱୟ ହେଲେ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଖରିଆରରୋଡ୍‌ର ପିଏଚଡି ପଡ଼ାର […]

accident

  • Published: Saturday, 29 October 2022
  • , Updated: 29 October 2022, 02:23 PM IST

ନୂଆପଡ଼ା (ମାୟାଧର ସରାଫ): କଲେଜ ଯାଉଥିବା ୨ ଛାତ୍ରଙ୍କୁ ଧକ୍କା ଦେଲା ମନ୍ତ୍ରୀଙ୍କ ଏସକର୍ଟ ଗାଡ଼ି । ପିଲା ୨ ଜଣ ଯନ୍ତ୍ରଣାରେ ରାସ୍ତାରେ ଛଟପଟ ହେଉଥିବା ବେଳେ ଏସକର୍ଟ ଗାଡ଼ି ଫେରାର ହୋଇଯାଇଥିଲା।  ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏହାକୁ ନେଇ  ନୂଆପଡ଼ା ଜିଲ୍ଲା ହସ୍ପିଟାଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ଗୁରୁତର ଛାତ୍ରଦ୍ୱୟ ହେଲେ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଖରିଆରରୋଡ୍‌ର ପିଏଚଡି ପଡ଼ାର ଜିତୁ ଦାସ ଓ ଯୋଗେଶ ପୋଡ଼ । ସେମାନେ ନ୍ୟାସନାଲ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ।

ଆଜି ସକାଳେ ଜିତୁ ଓ ଯୋଗେଶ ଏକ ବାଇକ୍‌ରେ କଲେଜ ଯାଉଥିଲେ। ଏହି ସମୟରେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ  ଏସ୍‌କର୍ଟ ଗାଡି ନୂଆପଡ଼ାରୁ ଖରିଆରରୋଡ଼ସ୍ଥିତ ମନ୍ତ୍ରୀଙ୍କ ବାସଭବନକୁ ଯାଉଥିଲା । ଗୋତମା ଗାଁ ନିକଟ ରାଜପଥ ଉପରେ ମନ୍ତ୍ରୀଙ୍କ ଏସକର୍ଟ ଗାଡ଼ି ବାଇକ୍‌କୁ ପିଟି ଦେଇଥିଲା। ଛାତ୍ରଦ୍ୱୟ ତଳେ ପଡ଼ି ଛଟପଟ ହେଉଥିବା ବେଳେ ଏସକର୍ଟ ଗାଡ଼ିଟି ପଳାଇଥିଲା।

ଖବର ପାଇ ଘଟଣାସ୍ଥଳରେ କଲେଜର ପିଲାମାନେ ରୁଣ୍ଡ ହୋଇଥିଲେ। ଏହାପରେ ପୁଲିସ୍‌ ପହଞ୍ଚି ଆହତଦ୍ୱୟଙ୍କୁ ନୂଆପଡ଼ା ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ରେଫର କରାଯାଇଛି। ମାତ୍ର ପରିବାର ଲୋକେ ସେମାନଙ୍କୁ ରାୟପୁର ନେବାକୁ ଜିଦ୍‌ ଧରିଛନ୍ତି । ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି।

ଏହି ଘଟଣାକୁ ନେଇ ପୁଲିସ୍‌ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story