ଆଜି ନବୀନଙ୍କୁ ଭେଟିପାରନ୍ତି ମମତା

ଭୁବନେଶ୍ୱର: ଓଡ଼ିଶାରେ ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକଙ୍କୁ  ସାକ୍ଷାତ କରିପାରନ୍ତି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କେଉଁ ପ୍ରସଙ୍ଗରେ ଚର୍ଚ୍ଚା କରିବେ ତାକୁ ନେଇ ସସପେନସ୍‌ ରହିଛି।  ଉଭୟଙ୍କ ସାକ୍ଷାତ ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇ ନ ଥିଲେ  ବି ସୁଯୋଗ ମିଳିଲେ ସେ ନବୀନଙ୍କୁ ଭେଟିବେ ବୋଲି ମମତା ଗଣମାଧ୍ୟମକୁ କହିଥିଲେ। ମମତା ବର୍ତ୍ତମାନ ପୁରୀରେ ଅଛନ୍ତି। ଗତକାଲି ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଆଜି […]

naveen-patnaik-mamata,,

Rakesh Mallick
  • Published: Thursday, 20 April 2017
  • , Updated: 20 April 2017, 11:26 AM IST

ଭୁବନେଶ୍ୱର: ଓଡ଼ିଶାରେ ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକଙ୍କୁ  ସାକ୍ଷାତ କରିପାରନ୍ତି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କେଉଁ ପ୍ରସଙ୍ଗରେ ଚର୍ଚ୍ଚା କରିବେ ତାକୁ ନେଇ ସସପେନସ୍‌ ରହିଛି।  ଉଭୟଙ୍କ ସାକ୍ଷାତ ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇ ନ ଥିଲେ  ବି ସୁଯୋଗ ମିଳିଲେ ସେ ନବୀନଙ୍କୁ ଭେଟିବେ ବୋଲି ମମତା ଗଣମାଧ୍ୟମକୁ କହିଥିଲେ। ମମତା ବର୍ତ୍ତମାନ ପୁରୀରେ ଅଛନ୍ତି। ଗତକାଲି ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଆଜି ସେ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି।

Related story