କଟକରେ ବି କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା

କଟକ(ଓଡ଼ିଶା ରିପୋର୍ଟର): ଚଳିତ ମାସ ୧୯ ତାରିଖରେ ପଡ଼ୁଛି କାର୍ତ୍ତିକ ପୂର୍ଣ୍ଣିମା। ତେବେ ତା’ ପୂର୍ବରୁ କଟକରେ ଜାରି ହୋଇଛି କଟକଣା। ଚଳିତ ବର୍ଷ ସର୍ବସାଧାରଣ ସ୍ଥାନରେ କେହି ବୁଡ଼ ପକାଇପାରିବେ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ଗାଇଡଲାଇନ୍ ଜାରି କରିଥିବା ଆଜି କଟକ ଡିସିପି ପ୍ରତୀକ ସିଂଙ୍କ ଏନେଇ ସୂଚନା ଦେଇଛନ୍ତି। ଡିସିପିଙ୍କ  ସୂଚନା ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ଜଳାଶୟ କୂଳରେ ଲୋକଙ୍କର ପ୍ରବଳ ସମାଗମ ହୋଇଥାଏ। ତେଣୁ ଲୋକଙ୍କ ସୁରକ୍ଷା ଓ […]

kartik purnima

Tapaswini Nayak
  • Published: Tuesday, 16 November 2021
  • , Updated: 16 November 2021, 02:52 PM IST

କଟକ(ଓଡ଼ିଶା ରିପୋର୍ଟର): ଚଳିତ ମାସ ୧୯ ତାରିଖରେ ପଡ଼ୁଛି କାର୍ତ୍ତିକ ପୂର୍ଣ୍ଣିମା। ତେବେ ତା’ ପୂର୍ବରୁ କଟକରେ ଜାରି ହୋଇଛି କଟକଣା। ଚଳିତ ବର୍ଷ ସର୍ବସାଧାରଣ ସ୍ଥାନରେ କେହି ବୁଡ଼ ପକାଇପାରିବେ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ଗାଇଡଲାଇନ୍ ଜାରି କରିଥିବା ଆଜି କଟକ ଡିସିପି ପ୍ରତୀକ ସିଂଙ୍କ ଏନେଇ ସୂଚନା ଦେଇଛନ୍ତି।

ଡିସିପିଙ୍କ  ସୂଚନା ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ଜଳାଶୟ କୂଳରେ ଲୋକଙ୍କର ପ୍ରବଳ ସମାଗମ ହୋଇଥାଏ। ତେଣୁ ଲୋକଙ୍କ ସୁରକ୍ଷା ଓ କୋଭିଡ୍ ବ୍ୟାପିବା ଆଶଙ୍କାରେ କେହି ଜଳାଶୟକୁ ଯାଇ ଡଙ୍ଗା ଭସାଇ ପାରିବେ ନାହିଁ। ଏହାସହ ବୁଡ଼ ପକାଇ ପାରିବେ ନାହିଁ। ଏନେଇ SRCଙ୍କ ପାଖରୁ ଗାଇଡଲାଇନ୍ ଆସିଛି।  ଯେପରି ସର୍ବସାଧାରଣ ସ୍ଥାନରେ  ଭିଡ଼  ନ ହେବ, ସେଥିପତି ପୁଲିସ ପ୍ରଶାସନ ନଜର ରଖିବ।

ସୂଚନାଯୋଗ୍ୟ,  କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ ଓଷା ପାଇଁ ବିଏମ୍‌ସି ପକ୍ଷରୁ କଟକଣା ଜାରି କରାଯାଇଛି। କୋଭିଡ ସଂକ୍ରମଣକୁ ଏଡାଇବାକୁ ଆସନ୍ତା ୧୯ ତାରିଖ ପାଇଁ ବିଏମ୍‌ସି ପକ୍ଷରୁ ଜାରି ହୋଇଛି ଏହି କଟକଣା। ରାଜଧାନୀର ବିନ୍ଦୁ ସାଗର, ନଦୀ ଘାଟ, ଜଳାଶୟରେ ଏକାଠି ହେବାକୁ ବାରଣ କରାଯାଇଛି।  ବିଏମ୍‌ସି ଅଧୀନ ସମସ୍ତ ମନ୍ଦିରରେ ଉତ୍ସବ ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି କରାଯାଇଛି।

Related story