ଘୋଷଣାର ୪ ଦିନ ପରେ ବି ସ୍ୱାଭାବିକ ହୋଇପାରିନି ବସ୍ ସେବା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବା ପରେ ଜୁଲାଇ ୧ ତାରିଖରୁ ଆଂଶିକ ଲକଡାଉନର ଘୋଷଣା କରାଯାଇଛି । କ୍ୟାଟେଗୋରୀ-ଏ’ରେ ଥିବା ୨୦ ଜିଲ୍ଲାରେ କଟକଣା ଅଧିକ କୋହଳ କରାଯାଇଥିବା ବେଳେ କ୍ୟାଟେଗୋରୀ-ବି’ରେ ଥିବା ୧୦ ଜିଲ୍ଲାରେ ସାମାନ୍ୟ କୋହଳ କରାଯାଇଛି। କଟକଣା କୋହଳ ପରେ ରାଜ୍ୟ ସରକାର ୨୦ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ଦେଇଥିଲେ। କିନ୍ତୁ ଘୋଷଣାର ୪ ଦିନ ପରେ ବି ରାଜ୍ୟରେ ସ୍ୱାଭାବିକ […]

Bus

Ranjit Kumar Jena
  • Published: Sunday, 04 July 2021
  • , Updated: 04 July 2021, 08:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବା ପରେ ଜୁଲାଇ ୧ ତାରିଖରୁ ଆଂଶିକ ଲକଡାଉନର ଘୋଷଣା କରାଯାଇଛି । କ୍ୟାଟେଗୋରୀ-ଏ’ରେ ଥିବା ୨୦ ଜିଲ୍ଲାରେ କଟକଣା ଅଧିକ କୋହଳ କରାଯାଇଥିବା ବେଳେ କ୍ୟାଟେଗୋରୀ-ବି’ରେ ଥିବା ୧୦ ଜିଲ୍ଲାରେ ସାମାନ୍ୟ କୋହଳ କରାଯାଇଛି। କଟକଣା କୋହଳ ପରେ ରାଜ୍ୟ ସରକାର ୨୦ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ଦେଇଥିଲେ। କିନ୍ତୁ ଘୋଷଣାର ୪ ଦିନ ପରେ ବି ରାଜ୍ୟରେ ସ୍ୱାଭାବିକ ହୋଇପାରିନି ବସ୍ ଚଳାଚଳ। ରାଜ୍ୟର ସବୁ ପ୍ରମୁଖ ସହରର ବଡ଼ ବଡ଼ ବସଷ୍ଟାଣ୍ଡରେ ହଜାର ହଜାର ବସ୍ ଖତ ଖାଉଛି।

ଦିନେ ଜନଗହଳିରେ ଫାଟି ପଡୁଥିବା ବସଷ୍ଟାଣ୍ଡ୍ ଅଞ୍ଚଳ ଆଜି ଜନଶୂନ୍ୟ। ଯେଉଁଠି ଦିନେ ଯାତ୍ରୀଙ୍କ କୋଳାହାଳ ଆଉ ଧାଡ଼ି ଧାଡ଼ି ବସ୍ ଯାଆସ କରୁଥିଲା। ଆଜି ସେ ସ୍ଥାନ ଆଜି ଶୁନଶାନ। ସମ୍ବଲପୁର ଘରୋଇ ବସଷ୍ଟାଣ୍ଡର ସର୍ବସାଧାରଣଙ୍କ ପାଇଁ ବସ୍ ସେବା ଆରମ୍ଭ ଲାଗି ସରକାରଙ୍କ ଅନୁମତିକୁ ୪ ଦିନ ବିତିଲାଣି ହେଲେ। ଏଠି ପୂର୍ବରୁ ସ୍ଥିତି ଯାହା ଥିଲା, ଏବେ ବି ପ୍ରାୟ ସେଇୟା।

ଏ ଷ୍ଟାଣ୍ଡକୁ ଦୈନିକ ସାଢେ ୩ ଶହରୁ ଅଧିକ ବସ୍ ଚଳାଚଳ କରନ୍ତି। ହେଲେ ଏବେ ଯାତ୍ରୀଙ୍କ ଯାତାୟାତ ନଥିବାରୁ ହାତଗଣିତ କେଇଟା ବସ୍ ଗଡ଼ୁଛି। ଯେଉଁ ବସ୍ ଚାଲୁଛି, ସେଥିରେ ଯାତ୍ରୀଙ୍କ ସଂଖ୍ୟା ଦୁଇ ଅଙ୍କ ବି ଛୁଉଁନି। ବଲାଙ୍ଗିର ବସଷ୍ଟାଣ୍ଡରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଏଠି ମଧ୍ୟ କଟକଣା କୋହଳ ପୂର୍ବରୁ ସ୍ଥିତି ଆଦୌ ବଦଳିନି। ଯାତ୍ରୀ ଅଭାବ ଓ ସ୍ଥିତିକୁ ଦେଖି ଚାଲି ପାରୁନି ବସ୍ । ଫଳରେ ବ୍ୟବସାୟ ଓ ଜୀବିକାକୁ ନେଇ ହତାଶ ଉଭୟ ମାଲିକ ଓ ବସ୍ କର୍ମଚାରୀ।

ରାଜ୍ୟରେ ଯାତ୍ରୀ ପରିବହନରେ ମୁଖ୍ୟ ଭୂମିକା ନେଇଥାଏ ଘରୋଇ ବସ୍। ହେଲେ ସରକାରଙ୍କ ଅନୁମତି ପରେ ବି କାହିଁକି ସ୍ବାଭାବିକ ହୋଇପାରୁନି ବସ୍ ସେବା, ତାକୁ ନେଇ ଉଠୁଛି ପ୍ରଶ୍ନ। ସରକାର କେବଳ ୨୦ଟି ଜିଲ୍ଲାରେ ବସ୍ ସେବାକୁ ଅନୁମତି ଦେଇଥିବା ବେଳେ ବାକି ୧୦ଟି ଜିଲ୍ଲାରେ ପ୍ରତିବନ୍ଧକ ହଟାଇ ନାହାନ୍ତି। କଟକଣାଯୁକ୍ତ ଜିଲ୍ଲା ଭିତରେ ଉଭୟ କଟକ ଓ ଭୁବନେଶ୍ୱର ଆସୁଥିବାରୁ ବାଦାମବାଡ଼ି ଓ ବରମୁଣ୍ଡାକୁ ଆସି ପାରୁନି ବସ୍। ସେହିଭଳି ଆନ୍ତଃରାଜ୍ୟ ରୁଟରେ ମଦ୍ୟ ବସ୍ ଚଳାଚଳକୁ ଅନୁମତି ନଥିବାରୁ ଲଙ୍ଗ ରୁଟ୍ ସେବା ମଧ୍ୟ ଆରମ୍ଭ ହୋଇପାରୁନି।

ଅନ୍ୟପକ୍ଷରେ କରୋନା ସଂକ୍ରମଣକୁ ନେଇ ଆଜି ଲୋକଙ୍କ ମନରୁ ଭୟ ସମ୍ପୂର୍ଣ୍ଣ ଦୂର ହୋଇନି। ତେଣୁ ଲୋକେ ପଦାକୁ ବାହାରିବାକୁ ଏବେ ବି ଡରୁଥିବା ବେଳେ ବସ୍ ଯାତ୍ରାକୁ ସୁରକ୍ଷିତ ମଣୁ ନାହାନ୍ତି। ଏସବୁ ପରେ ତେଲ ଦର ବି ଆକାଶ ଛୁଆଁ ହୋଇଛି। ତେଣୁ ବସ୍ ମାଲିକମାନେ ବ୍ୟବସାୟରେ ନିଶ୍ଚିତ କ୍ଷତିକୁ ସାମ୍ନା କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ଏପଟେ ବସ୍ ପାଇଁ ୩ ମାସର ଟିକସ ଛାଡ଼ ହୋଇଛି। ଆଗକୁ ଆଉ କିଛି ପଦକ୍ଷେପ ନେଇ ରାଜ୍ୟ ସରକାର ଯୋଜନା କରୁଥିବା ପରିବହନ ମନ୍ତ୍ରୀ କହିଛନ୍ତି।

Related story