ବିଜେପିରୁ ଟିକେଟ୍ ପାଇଲା ପରେ ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନୀ ଋତୁରେ ଚାଲିଛି ଦଳବଦଳ। ଟିକେଟ୍ ନ ମିଳିବାରୁ ଅନେକ ନେତା ଦଳ ବଦଳାଉଥିବା ବେଳେ ଜଣେ ପୂର୍ବତନ ବିଧାୟକ ଟିକେଟ୍ ପାଇ ସୁଦ୍ଧା ଦଳ ବଦଳାଇଛନ୍ତି। ତାଙ୍କ ନାଁ ଭାଗିରଥୀ ସେଠୀ। ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ ବିଧାୟକ। ଭାଗିରଥୀ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଏହାକୁ ତାଙ୍କ ଘର ବାହୁଡ଼ା କୁହାଯାଇପାରିବ। କାରଣ ପୂର୍ବରୁ ସେ ବିଜେଡିରେ ଥିଲେ। […]

cm1

Jitendra Garnayak
  • Published: Friday, 29 March 2019
  • , Updated: 29 March 2019, 06:30 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନୀ ଋତୁରେ ଚାଲିଛି ଦଳବଦଳ। ଟିକେଟ୍ ନ ମିଳିବାରୁ ଅନେକ ନେତା ଦଳ ବଦଳାଉଥିବା ବେଳେ ଜଣେ ପୂର୍ବତନ ବିଧାୟକ ଟିକେଟ୍ ପାଇ ସୁଦ୍ଧା ଦଳ ବଦଳାଇଛନ୍ତି। ତାଙ୍କ ନାଁ ଭାଗିରଥୀ ସେଠୀ। ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ ବିଧାୟକ।

ଭାଗିରଥୀ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଏହାକୁ ତାଙ୍କ ଘର ବାହୁଡ଼ା କୁହାଯାଇପାରିବ। କାରଣ ପୂର୍ବରୁ ସେ ବିଜେଡିରେ ଥିଲେ।

ଭାଗିରଥୀ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ଥିଲେ। ସେ ବିଜେଡି ଟିକେଟ୍‌ରେ ହିଁ ବିଧାୟକ ହୋଇଥିଲେ। ତେବେ ଗତ ନିର୍ବାଚନରେ ଟିକେଟ୍ ନ ମିଳିବାରୁ ସେ ଦଳ ଛାଡ଼ି ବିଜେପିରେ ମିଶିଥିଲେ। ଏଥର ତାଙ୍କୁ ବିଜେପି ଆନନ୍ଦପୁର ବିଧାନସଭା ଆସନରୁ ଟିକେଟ୍ ଦେଇଥିଲା।

ବିଜେପିରୁ ଟିକେଟ୍ ପାଇବା ସତ୍ତ୍ୱେ ଭାଗିରଥୀ କାହିଁକି ପୁଣି ବିଜେଡିକୁ ଫେରିଲେ, ତାହା ଜଣାପଡ଼ିନାହିଁ। ଏନେଇ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ବିଜେଡି ତାଙ୍କୁ ଆନନ୍ଦପୁରରୁ ଟିକେଟ୍ ଦେବ ବୋଲି କୁହାଯାଉଛି।

Related story