ଥାନାରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ଼ କରିବା ପାଇଁ ହେବ ନୂଆ ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଆଉ ବାରମ୍ୱାର ବୟାନ ରେକର୍ଡ଼ କରିବାକୁ ଡକାଯିବ ନାହିଁ। ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ମୁଦାଲା ବା ଅଭିଯୁକ୍ତଙ୍କ ଅଡିଓ ଓ ଭିଡ଼ିଓ ବୟାନ୍‌ ରେକର୍ଡ଼ କରିବାକୁ ଦ୍ୱୈତ ନଗରୀର ସମସ୍ତ ଥାନାରେ Examination cell ଖୋଲାଯିବ। ଆଜି ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏହି ସେଲ୍‌ ଉଦ୍‌ଘାଟନ କରିଛନ୍ତି ପୋଲିସ କମିଶନର ୱାଇବି ଖୁରାନିଆ। ସେ କହିଛନ୍ତି-“Examination cell ରେ ୩ଟି କକ୍ଷ ରହିବ। ପ୍ରଥମ କକ୍ଷରେ ମୁଦାଲା ବା ଅଭିଯୁକ୍ତଙ୍କ ଓକିଲ […]

exam cell

Rakesh Mallick
  • Published: Thursday, 05 April 2018
  • , Updated: 05 April 2018, 02:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଆଉ ବାରମ୍ୱାର ବୟାନ ରେକର୍ଡ଼ କରିବାକୁ ଡକାଯିବ ନାହିଁ। ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ମୁଦାଲା ବା ଅଭିଯୁକ୍ତଙ୍କ ଅଡିଓ ଓ ଭିଡ଼ିଓ ବୟାନ୍‌ ରେକର୍ଡ଼ କରିବାକୁ ଦ୍ୱୈତ ନଗରୀର ସମସ୍ତ ଥାନାରେ Examination cell ଖୋଲାଯିବ। ଆଜି ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏହି ସେଲ୍‌ ଉଦ୍‌ଘାଟନ କରିଛନ୍ତି ପୋଲିସ କମିଶନର ୱାଇବି ଖୁରାନିଆ।

ସେ କହିଛନ୍ତି-“Examination cell ରେ ୩ଟି କକ୍ଷ ରହିବ। ପ୍ରଥମ କକ୍ଷରେ ମୁଦାଲା ବା ଅଭିଯୁକ୍ତଙ୍କ ଓକିଲ କିମ୍ୱା ତାଙ୍କ ପରିବାର ଲୋକେ ବସି ପଚରାଉଚରା ନୀରିକ୍ଷଣ କରିପାରିବେ। ଦ୍ୱିତୀୟ କକ୍ଷରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ଼ କରାଯିବ। ତୃତୀୟ କକ୍ଷରେ ଅଡ଼ିଓ ଓ ଭିଡିଓର ରେକର୍ଡ଼ ରହିବ।”

ସେ କହିଛନ୍ତି-“କିଛି ବର୍ଷ ତଳେ ସିଆର୍‌ପିସି ଓ ଆଇପିସିରେ ଆମେଣ୍ଡମେଣ୍ଟ ହୋଇଥିଲା। ସେଥିରେ ପ୍ରଥମ ଥର ପାଇଁ ଅଡିଓ ଓ ଭିଡ଼ିଓ ରେକଡ଼ିଂ କରିବାକୁ କୁହାଯାଇଥିଲା। ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ କ୍ୟାପିଟାଲ ଥାନାରେ ଆଜି Examination cell ଉଦ୍‌ଘାଟିତ ହୋଇଛି। ପରେ ଦ୍ୱୈତନଗରୀରେ ସମସ୍ତ ଥାନାରେ Examination cell ଖୋଲାଯିବ। ଅଳ୍ପ ଦିନ ଭିତରେ କଟକରେ ମଧ୍ୟ ଖୋଲାଯିବ। ସାଇବର କ୍ରାଇମ ରୋକିବା ପାଇଁ ସାଇବର ଥାନା ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି।”

Related story