କିଣିବାକୁ ଯାଇ ବ୍ରାଉନ୍‌ସୁଗର ବେପାରୀକୁ ଧରି ପକାଇଲେ

ଭୁବେଶ୍ୱର(ଓଡ଼ିଶା ରିପୋର୍ଟର): ଛଦ୍ମ ବେଶରେ ଯାଇ ବ୍ରାଉନ୍‌ସୁଗର କିଣୁଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ଜାଲରେ ପଡିଗଲେ ବ୍ରାଉନ୍‌ସୁଗର ବ୍ୟବସାୟୀ। ଆଜି ଏପରି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ। ଅବକାରୀ ବିଭାଗ ସାଲିଆ ସାହିରୁ ବ୍ରାଉନ୍‌ସୁଗର ଜବତ କରିବା ସହିତ ଜଣେ ମହିଳାଙ୍କୁ ଗିରଫ କରିଛି। ଅଭିଯୋଗରୁ ପ୍ରକାଶ, କିଛି ଦିନ ଧରି ସାଲିଆ ସାହିରେ ବ୍ରାଉନ୍‌ସୁଗର କାରବାର ଚାଲିଥିବା ଅଭିଯୋଗ ହେଉଥିଲା। ଏହା ଜଣେ ଇନ୍‌ଫର୍ମରକୁ ବ୍ରାଉନ୍‌ସୁଗର କିଣିବା ପାଇଁ ପଠାଇଥିଲା ଅବକାରୀ ବିଭାଗ। ଇନ୍‌ଫର୍ମର ଜଣକ […]

brown-suger

Manoranjan Sial
  • Published: Tuesday, 10 August 2021
  • , Updated: 10 August 2021, 06:28 PM IST

ଭୁବେଶ୍ୱର(ଓଡ଼ିଶା ରିପୋର୍ଟର): ଛଦ୍ମ ବେଶରେ ଯାଇ ବ୍ରାଉନ୍‌ସୁଗର କିଣୁଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ଜାଲରେ ପଡିଗଲେ ବ୍ରାଉନ୍‌ସୁଗର ବ୍ୟବସାୟୀ। ଆଜି ଏପରି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ। ଅବକାରୀ ବିଭାଗ ସାଲିଆ ସାହିରୁ ବ୍ରାଉନ୍‌ସୁଗର ଜବତ କରିବା ସହିତ ଜଣେ ମହିଳାଙ୍କୁ ଗିରଫ କରିଛି।

ଅଭିଯୋଗରୁ ପ୍ରକାଶ, କିଛି ଦିନ ଧରି ସାଲିଆ ସାହିରେ ବ୍ରାଉନ୍‌ସୁଗର କାରବାର ଚାଲିଥିବା ଅଭିଯୋଗ ହେଉଥିଲା। ଏହା ଜଣେ ଇନ୍‌ଫର୍ମରକୁ ବ୍ରାଉନ୍‌ସୁଗର କିଣିବା ପାଇଁ ପଠାଇଥିଲା ଅବକାରୀ ବିଭାଗ। ଇନ୍‌ଫର୍ମର ଜଣକ ଗୋଟିଏ ପୋଡ଼ିଆ କିଣିଥିଲେ। ଯାହାର ଦାମ୍‌ ଥିଲା ୬୦୦ ଟଙ୍କା। ବ୍ରାଉନ୍‌ସୁଗର କାରବାର ନେଇ କନ୍‌ଫର୍ମ ହେବା ପରେ ଆଜି ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଉକ୍ତ ବସ୍ତିରେ ଚଢ଼ଉ କରିଥିଲା।

ବ୍ରାଉନ୍‌ସୁଗର ବିକୁଥିବା ବେଳେ ଜଣେ ମହିଳାଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ। ତାଙ୍କଠାରୁ ୯୫ ଗ୍ରାମର ବ୍ରାଉନ୍‌ସୁଗର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗିରଫ ମହିଳା ହେଲେ ନର୍ମଦା ସାହୁ। ତାଙ୍କ କହିବା କଥା ଯେ ସେ ଖୋର୍ଦ୍ଧାରୁ ଆଣି ଏଠାରେ ବେପାର କରୁଥିଲେ। ଦୀର୍ଘ ୬ ମାସ ଧରି ସେ ବେପାର କରୁଥିଲେ। ବ୍ୟକ୍ତିଗତ କାରଣରୁ ସେ ବ୍ରାଉନ୍‌ସୁଗର ବେପାର କରୁଥିବା ସ୍ୱୀକାର କରିଛି।

ତେବେ ଏହି କାରବାରରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ଉପରେ ଜଣାପଡ଼ି ନାହିଁ। ଅବକାରୀ ବିଭାଗ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ଅବକାରୀ ବିଭାଗର କହିବା କଥା- ପଟିଆ, ହଦଳୀପଡ଼ିଆ, ସାଲିଆସାହି, ଭରତପତୁର, ଧୌଳି, ଖଣ୍ଡଗିରି ଅଞ୍ଚଳରେ ବ୍ରାଉନ୍‌ସୁଗର ବାପାର ହେଉଛି। ସେହି ଅଞ୍ଚଳରେ ନିୟମିତ ଚଢ଼ଉ ମଧ୍ୟ କରାଯାଇ ବ୍ରାଉନ୍‌ସୁଗର ଜବତ କରାଯାଉଛି

Related story