ସାମ୍ନାକୁ ଆସିଲା ରାଣୀ ମହୁମାଛି ଅର୍ଚ୍ଚନାଙ୍କ ଡିଲ୍‌ର ଭିଡିଓ; ‘ଏଠି କଥା ହେବା ଠିକ୍‌ ହେବନି, କର୍ଣ୍ଣରକୁ ଚାଲ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଭୁବନେଶ୍ୱରର ରାଣୀ ମହୁମାଛି ଅର୍ଚ୍ଚନା ନାଗଙ୍କର ଗୋଟିଏ ପରେ ଗୋଟି଼ଏ ଖୋଲୁଛି କଳା କରନାମାର ରହସ୍ୟ।। ନିଜ ନାଗ ଫାଶରେ କିପରି ବଡ଼ ବଡ଼ିଆ ଲୋକଙ୍କୁ ଫସାଇ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିଲେ ତାର ଏକ ଏକ ଭିଡିଓ ସାମ୍ନାକୁ ଆସିଛି। ରହସ୍ୟମୟୀ ମହିଳା ଜଣକ କିପରି ଭାବେ ଡିଲ୍‌ କରୁଥିଲେ, ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି। ଆଡ଼ମ୍ବରପୂର୍ଣ୍ଣ ହୋଟେଲ ପରି ଜାଗାରେ […]

Archana

  • Published: Saturday, 08 October 2022
  • , Updated: 08 October 2022, 02:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଭୁବନେଶ୍ୱରର ରାଣୀ ମହୁମାଛି ଅର୍ଚ୍ଚନା ନାଗଙ୍କର ଗୋଟିଏ ପରେ ଗୋଟି଼ଏ ଖୋଲୁଛି କଳା କରନାମାର ରହସ୍ୟ।। ନିଜ ନାଗ ଫାଶରେ କିପରି ବଡ଼ ବଡ଼ିଆ ଲୋକଙ୍କୁ ଫସାଇ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିଲେ ତାର ଏକ ଏକ ଭିଡିଓ ସାମ୍ନାକୁ ଆସିଛି।

ରହସ୍ୟମୟୀ ମହିଳା ଜଣକ କିପରି ଭାବେ ଡିଲ୍‌ କରୁଥିଲେ, ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି। ଆଡ଼ମ୍ବରପୂର୍ଣ୍ଣ ହୋଟେଲ ପରି ଜାଗାରେ ବସି ଚାଲିଥିଲା ଡିଲ୍। ଆଉ ରହସ୍ୟମୟୀଙ୍କ ପାଖରେ ଜଣେ ଯୁବତୀ ଓ ଜଣେ ପୁରୁଷ ବସିଥିଲେ। ସେମାନଙ୍କ ସହ ସେ କୌଣସି ଡିଲ୍ ସମ୍ପର୍କରେ କଥା ହେଉଥିବା ଭାଇରାଲ୍‌ ଭିଡିଓରୁ ଜଣାପଡ଼ିଛି।

ଭାଇରାଲ୍‌ ଭିଡିଓରେ ଜଣେ ପୁରୁଷ କହୁଥିବାର ଶୁଣାଯାଉଛି ଯେ- ଆଠ ଦିନ ଦରକାର ନାହିଁ। ଏହି ସମୟରେ ଏକ ମହିଳା କଣ୍ଠସ୍ୱର ଶୁଭୁଛି। ୪ ଦିନ ଦରକାର କି ?  ତା’ପରେ ପୁରୁଷ ଜଣକ କହୁଛନ୍ତି, ୪ ଦିନ ବି ଦରକାର ନାହିଁ। ଲାଷ୍ଟ ୩-୪ ଦିନ ହେଲାଣି କିଛି କାମ ଧନ୍ଦା କରିହେଉନି। ପୁରା ମୁଣ୍ଡଟା ଖରାପ ହୋଇଗଲାଣି। କିଛି ସମୟର କଥାବାର୍ତ୍ତା ପରେ ଜଣେ ମହିଳା କହୁଛନ୍ତି, ଭାଇଙ୍କ ସହିତ କ୍ଲିୟର କଥା ହୁଅ, ତା’ ପରେ ତୋ ସହ ଫାଇନାଲ ଡିସିସନ୍‌। ଏହାସହ ସେ କହୁଛନ୍ତି, ଏଠି ଠିକ୍ ହେବନି। କର୍ଣ୍ଣରକୁ ନେଇ କଥା ହେବା କି, କିଛି ଦେଖାଇବାର କଥା କହୁଛନ୍ତି ସେହି ମହିଳା ଜଣକ। ତା’ପରେ ପାଖରେ ବସିଥିବା ଯୁବତୀଙ୍କ ସହିତ  ରହସ୍ୟମୟୀ ମହିଳା ଜଣକ ସେହି ସ୍ଥାନରୁ ଉଠି ଚାଲି ଯାଉଛନ୍ତି।

ରହସ୍ୟମୟୀ ମହିଳା କେଉଁ ପ୍ରସଙ୍ଗରେ କଥା ହେଉଥିଲେ ? ତାଙ୍କ ପାଖରେ ବସିଥିବା ପୁରୁଷ ଓ ଯୁବତୀ ଜଣକ କିଏ? କ’ଣ ଡିଲ୍ ହେଉଥିଲା ସେମାନଙ୍କ ସହ?  ଚାରି ଦିନ, ଆଠ ଦିନ କେଉଁ ପ୍ରସଙ୍ଗରେ କୁହାଯାଉଛି। କ୍ଲିୟର କଥା ହେବାର ସ୍ୱର ଭାଇରାଲ୍‌ ଭିଡିଓରେ ଶୁଣିବାକୁ ମିଳିଛି। କେଉଁ ପ୍ରସଙ୍ଗରେ ଏହା କୁହାଯାଉଛି? ଏହାସହ ଫାଇନାଲ୍‌ ଡିସିସନ କଥା ବି ଉଠୁଛି। କେଉଁ ପ୍ରସଙ୍ଗରେ କୁହାଯାଉଛି ଏହି ଫାଇନାଲ ଡିସିଜନ କଥା, ଏବେ ଏହି ସବୁ ବଡ଼ ବଡ଼ ପ୍ରଶ୍ନ ଉଠୁଛି। ରାତି ଅଧରେ ସମ୍ପୃକ୍ତ ରହସ୍ୟମୟୀ ମହିଳାଙ୍କୁ ପୁଲିସ୍‌ ଗିରଫ କରିଥିଲା। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। ଅଧିକ ତଦନ୍ତ ଲାଗି କମିଶନରେଟ୍ ପୁଲିସ ତାଙ୍କୁ ରିମାଣ୍ଡରେ ଆଣିବ ବୋଲି ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ ତାଙ୍କ ପାଖରୁ ଜବତ ହୋଇଥିବା ପେନ୍ ଡ୍ରାଇଭର ଛାନଭିନ୍ କରୁଛି ପୁଲିସ୍। ଅର୍ଚ୍ଚନା ନାଗଙ୍କ ଲାପଟପରେ ଥିବା ତଥ୍ୟକୁ ନେଇ ବି ଖୋଳତାଡ଼ କରୁଛି ପୁଲିସ।

https://youtu.be/8fq4bmkucUA

Related story