ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଗଂଜାମ ରମ୍ଭା ଥାନା ଗୋପାଳପୁର ଅଞ୍ଚଳରେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିବା ଏକ ଗୋଦାମ ଉପରେ ଏସଟିଏଫ୍ ପକ୍ଷରୁ ଚଢ଼ଉ କରାଯାଇଛି। ଗୋଦାମରୁ ୧୯୬ କ୍ୱିଣ୍ଟାଲ ଆମୋନିୟମ ନାଇଟ୍ରେଟ୍ ଜବତ ହୋଇଛି।
ଏଥିସହ ୩୨ଶହ ଖଣ୍ଡ ଜିଲାଟିନ ଷ୍ଟିକ ଓ ୪୦୬ ଖଣ୍ଡ ଡିଟୋନେଟର ଜବତ ହୋଇଛି । ବେଆଇନ ବିସ୍ପୋରକ ସାମଗ୍ରୀ ରଖିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ବେଆଇନ ବିସ୍ଫୋରକ ସାମଗ୍ରୀ ମହଜୁଦ ସମ୍ପର୍କରେ ଖବର ପାଇଁ ଏସଟିଏଫ୍ ପକ୍ଷରୁ ଚଢ଼ଉ ହୋଇଥିଲା। ଯାଞ୍ଚବେଳେ ଅଭିଯୁକ୍ତ ଜଣଙ୍କ ଆବଶ୍ୟକ କାଗଜପତ୍ର ଦେଖାଇ ପାରି ନଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୁଲିସ୍ ମାରିଛି ପୋଷ୍ଟର- ଅଭିଯୁକ୍ତକୁ ଧରାଇ ଦିଅ, ଲକ୍ଷେ ଟଙ୍କା ନିଅ
ସଂପୃକ୍ତ ଅଭିଯୁକ୍ତର ୨ଟି ଫଟୋ ଜାରି କରିଛି ସମ୍ବଲପୁର ପୁଲିସ୍। କୌଣସି ବ୍ୟକ୍ତି ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ କହିଛି।
Miscellaneous
ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ, ରାଜଧାନୀରେ ଜମିଲାଣି ଭିଭିଆଇପିଙ୍କ ଭିଡ଼
। ଆସନ୍ତାକାଲି ଜନତା ମୈଦାନରେ ପ୍ରବାସୀ ଭାରତୀୟ ସମ୍ମେଳନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ମୋଦି। ଆସିବା ଆଗରୁ ପ୍ରଧାନମନ୍ତ୍ରୀ ସୋଶାଲ ମିଡ଼ିଆ ଏକ୍ସରେ ଏ ନେଇ ସୂଚନା ଦେଇଛନ୍ତି।
Events & Festivals
ଆଜିଠୁ ପ୍ରବାସୀ ଭାରତୀୟ ସମ୍ମେଳନ, ସ୍ୱାଗତ ପାଇଁ ପ୍ରସ୍ତୁତ ଜନତା ମଇଦାନ
ଆଜି ଯୁବ ସମାବେଶରୁ ଆରମ୍ଭ ହେବ ୩ ଦିନିଆ ସମ୍ମିଳନୀ। ଯାହାକୁ ସମ୍ବୋଧନ କରିବେ ବୈଦେଶିକ ବ୍ୟାପାର ଏବଂ ଯୁବ ବ୍ୟାପାର ମନ୍ତ୍ରୀଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ।
Events & Festivals
ମୁଖ୍ୟମନ୍ତ୍ରୀଙ୍କ ଅପିଲ: ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରନ୍ତୁ, ଶ୍ରେଷ୍ଠ ଅନୁଭୂତି ଦିଅନ୍ତୁ
ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଚିବ ମନୋଜ ଆହୁଜା ଓ କେନ୍ଦ୍ର ବୈଦେଶିକ ବ୍ୟାପାର ସଚିବ ଅରୁଣ କୁମାର ଚାଟାର୍ଜୀ କହିଛନ୍ତି ଯେ, ଯୁବ ସମାବେଶରୁ ୩ଦିନିଆ ପ୍ରବାସୀ ଭାରତୀୟ ଦିବସ ସମାରୋହ ଆରମ୍ଭ ହେବ । ଭାରତ ସରକାରଙ୍କ ପୂର୍ବୋଦୟ ବିକାଶ ଯୋଜନା ଅନୁସାରେ ଏଥର ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ୧୮ତମ ସଂସ୍କରଣ ଆୟୋଜନ କରାଯାଇଛି ।
Miscellaneous
ଦିନକରେ ଏକକାଳୀନ ୧୪୮ଜଣ ଓଏଏସ୍ ଅଫିସରଙ୍କ ବଦଳି, ୬୯ ବ୍ଲକରେ ନୂଆ ବିଡିଓ
ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ରାଉରକେଲା ମହାନଗର ନିଗମର ଡେପୁଟି କମିଶନର, କଲ୍ୟାଣୀ ସଂଘମିତ୍ରା ଦେବୀଙ୍କୁ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର ଓ ମନ୍ମଥ କୁମାର ନାୟକଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ ବଦଳି କରାଯାଇଥିବା ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।