୧୯୬ କ୍ୱିଣ୍ଟାଲ ବିସ୍ଫୋରକ ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଗଂଜାମ ରମ୍ଭା ଥାନା ଗୋପାଳପୁର ଅଞ୍ଚଳରେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିବା ଏକ ଗୋଦାମ ଉପରେ ଏସଟିଏଫ୍ ପକ୍ଷରୁ ଚଢ଼ଉ କରାଯାଇଛି।  ଗୋଦାମରୁ ୧୯୬ କ୍ୱିଣ୍ଟାଲ ଆମୋନିୟମ ନାଇଟ୍ରେଟ୍ ଜବତ ହୋଇଛି। ଏଥିସହ ୩୨ଶହ ଖଣ୍ଡ ଜିଲାଟିନ ଷ୍ଟିକ ଓ ୪୦୬ ଖଣ୍ଡ ଡିଟୋନେଟର ଜବତ  ହୋଇଛି । ବେଆଇନ ବିସ୍ପୋରକ ସାମଗ୍ରୀ ରଖିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ବେଆଇନ ବିସ୍ଫୋରକ ସାମଗ୍ରୀ ମହଜୁଦ ସମ୍ପର୍କରେ ଖବର ପାଇଁ ଏସଟିଏଫ୍ ପକ୍ଷରୁ ଚଢ଼ଉ […]

ganjam-1

Niharika Rout
  • Published: Wednesday, 29 January 2020
  • , Updated: 29 January 2020, 02:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଗଂଜାମ ରମ୍ଭା ଥାନା ଗୋପାଳପୁର ଅଞ୍ଚଳରେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିବା ଏକ ଗୋଦାମ ଉପରେ ଏସଟିଏଫ୍ ପକ୍ଷରୁ ଚଢ଼ଉ କରାଯାଇଛି।  ଗୋଦାମରୁ ୧୯୬ କ୍ୱିଣ୍ଟାଲ ଆମୋନିୟମ ନାଇଟ୍ରେଟ୍ ଜବତ ହୋଇଛି।

ଏଥିସହ ୩୨ଶହ ଖଣ୍ଡ ଜିଲାଟିନ ଷ୍ଟିକ ଓ ୪୦୬ ଖଣ୍ଡ ଡିଟୋନେଟର ଜବତ  ହୋଇଛି । ବେଆଇନ ବିସ୍ପୋରକ ସାମଗ୍ରୀ ରଖିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ବେଆଇନ ବିସ୍ଫୋରକ ସାମଗ୍ରୀ ମହଜୁଦ ସମ୍ପର୍କରେ ଖବର ପାଇଁ ଏସଟିଏଫ୍ ପକ୍ଷରୁ ଚଢ଼ଉ ହୋଇଥିଲା। ଯାଞ୍ଚବେଳେ ଅଭିଯୁକ୍ତ ଜଣଙ୍କ ଆବଶ୍ୟକ କାଗଜପତ୍ର ଦେଖାଇ ପାରି ନଥିଲେ ।

Related story