ମାଡ଼ିଗଲା ଏକ୍ସପ୍ରେସ୍ ଟ୍ରେନ୍‌, ମରିଗଲେ ୨୭ ମଇଁଷି

ରାୟଗଡ଼ା (ମାଉଡ଼ି ବାରିକ): ଏକ୍ସପ୍ରେସ ଟ୍ରେନ୍ ଧକ୍କାରେ ଚାଲିଗଲା ୨୭ ମଇଁଷିଙ୍କ ଜୀବନ। ରାୟଗଡ଼ା ଜିଲ୍ଲା ପିତାମହଲ ନିକଟରେ ଆଜି ଅପରାହ୍ଣରେ ଘଟିଛି ଏହି ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ଏହି ମଇଁଷି ପଲରେ ପ୍ରାୟ ୩୫ଟି ମଇଁଷି ଥିଲେ। ସେମାନେ ପିତାମହଲ ନିକଟରେ ରେଳ ଧାରଣା ପାରି ହେଉଥିବା ବେଳେ ହଠାତ୍ ଆସି ଯାଇଥିଲା ଆଲେପି-ଧାନବାଦ ଏକ୍ସପ୍ରେସ ଟ୍ରେନ୍‌। ଏହି ଘଟଣା ପରେ ମଇଁଷି ମାନଙ୍କ ମୃତଦେହକୁ ରେଳ ଧାରଣା ଓ ଏହା ଆଖପାଖରୁ ଜବତ […]

Train line

Train line

Jitendra Garnayak
  • Published: Saturday, 23 April 2022
  • Updated: 23 April 2022, 06:17 PM IST

Sports

Latest News

ରାୟଗଡ଼ା (ମାଉଡ଼ି ବାରିକ): ଏକ୍ସପ୍ରେସ ଟ୍ରେନ୍ ଧକ୍କାରେ ଚାଲିଗଲା ୨୭ ମଇଁଷିଙ୍କ ଜୀବନ। ରାୟଗଡ଼ା ଜିଲ୍ଲା ପିତାମହଲ ନିକଟରେ ଆଜି ଅପରାହ୍ଣରେ ଘଟିଛି ଏହି ଘଟଣା।

ମିଳିଥିବା ସୂଚନା ଅନୁଯାୟୀ, ଏହି ମଇଁଷି ପଲରେ ପ୍ରାୟ ୩୫ଟି ମଇଁଷି ଥିଲେ। ସେମାନେ ପିତାମହଲ ନିକଟରେ ରେଳ ଧାରଣା ପାରି ହେଉଥିବା ବେଳେ ହଠାତ୍ ଆସି ଯାଇଥିଲା ଆଲେପି-ଧାନବାଦ ଏକ୍ସପ୍ରେସ ଟ୍ରେନ୍‌।

ଏହି ଘଟଣା ପରେ ମଇଁଷି ମାନଙ୍କ ମୃତଦେହକୁ ରେଳ ଧାରଣା ଓ ଏହା ଆଖପାଖରୁ ଜବତ କରାଯାଇଛି। ଏହି ଦୁର୍ଘଟଣା ଯୋଗୁ ଉକ୍ତ ରୁଟ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇନାହିଁ।

ତେବେ କେଉଁ ପରିସ୍ଥିତିରେ ଏମିତି ଏକ ଘଟଣା ଘଟିଗଲା, ତାହା ଜଣାପଡ଼ିନାହିଁ। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos