ବାହା ଘର ବେଳେ ଜଣାପଡ଼ିଲା କନିଆ ଝିଅ ନୁହେଁ ପୁଅ

ବାସୁଦେବପୁର(କିରୀଟି ଦାସ ): କେହି କାହାକୁ ଦେଖି ନଥିଲେ। କିନ୍ତୁ ଫେସବୁକରୁ ହୋଇଥିଲା ପ୍ରେମ। ମାତ୍ର ୧୫ ଦିନର କଥାବାର୍ତ୍ତା ପରେ ନିବିଡ଼ତା ଏତେ ବଢ଼ି ଯାଇଥିଲା ଯେ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଦୁଇ ପ୍ରେମ ପକ୍ଷୀ। ସବୁ କିଛି ଠିକ୍‌ ଠାକ ଚାଲିଥିଲା। ବାହାଘର ପାଇଁ ବି ଯୋଜନା ହୋଇଥିଲା। କିନ୍ତୁ ଠିକଣା ବେଳେ ସବୁ କିଛି ଓଲଟ ପାଲଟ ହୋଇଯାଇଛି। ପ୍ରେମିକ ଜଣଙ୍କ ଯାହାକୁ ଫେସବୁକରେ ଝିଅ ଭାବି ବାହା ହେବାକୁ […]

Facebook

Hemant Lenka
  • Published: Friday, 27 May 2022
  • , Updated: 27 May 2022, 06:20 PM IST

ବାସୁଦେବପୁର(କିରୀଟି ଦାସ ): କେହି କାହାକୁ ଦେଖି ନଥିଲେ। କିନ୍ତୁ ଫେସବୁକରୁ ହୋଇଥିଲା ପ୍ରେମ। ମାତ୍ର ୧୫ ଦିନର କଥାବାର୍ତ୍ତା ପରେ ନିବିଡ଼ତା ଏତେ ବଢ଼ି ଯାଇଥିଲା ଯେ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଦୁଇ ପ୍ରେମ ପକ୍ଷୀ। ସବୁ କିଛି ଠିକ୍‌ ଠାକ ଚାଲିଥିଲା। ବାହାଘର ପାଇଁ ବି ଯୋଜନା ହୋଇଥିଲା। କିନ୍ତୁ ଠିକଣା ବେଳେ ସବୁ କିଛି ଓଲଟ ପାଲଟ ହୋଇଯାଇଛି। ପ୍ରେମିକ ଜଣଙ୍କ ଯାହାକୁ ଫେସବୁକରେ ଝିଅ ଭାବି ବାହା ହେବାକୁ କଥା ଦେଇଥିଲେ, ବାସ୍ତବରେ ସେ ଝିଅ ନୁହେଁ ବରଂ ପୁଅ ବୋଲି ଜଣାପଡ଼ିଛି।

ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା କସିଆ ଅଞ୍ଚଳର ଘଟିଥିବା ଏପରି ଏକ ଘଟଣା ପୂରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପଶ୍ଚିମବଙ୍ଗ ୨୪ ପ୍ରଗଣା ଅଞ୍ଚଳର ଆଲୋକ କୁମାର ମିସ୍ତ୍ରୀ କେନ୍ଦ୍ରାପଡ଼ା ଜମ୍ବୁ ରାମନଗର ଅଞ୍ଚଳର ଜଣେ ଯୁବତୀଙ୍କ ସହ ଫେସବୁକରେ ବନ୍ଧୁତା କରିଥିଲେ। କିଛି ଦିନ ଚାଟିଂ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ କଥାବାର୍ତ୍ତା ହେବା ପରେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।

ଯୋଜନା ଅନୁଯାୟୀ, ଆଲୋକ ମଧ୍ୟ ନିଜ ପ୍ରେମିକାଙ୍କୁ ବିବାହ କରିବା ପାଇଁ ପଶ୍ଚିମବଙ୍ଗରୁ ଓଡ଼ିଶା ଆସିଥିଲେ। ଉଭୟ ପ୍ରେମୀ ଯୁଗଳ ଚଣ୍ଡିଖୋଲ ନିକଟରେ ଭେଟ ହୋଇ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଚଣ୍ଡିଖୋଲରୁ ଉଭୟେ ପ୍ରେମିକର ମାମୁ ଘର ବାସୁଦେବପୁର କସିଆ ଅଞ୍ଚଳକୁ ଯାଇଥିଲେ। ମାମୁ ଘରେ ପହଞ୍ଚିବା ପରେ ସେମାନଙ୍କୁ ଗାଁ ଲୋକ ଦେଖିବାକୁ ଆସିଥିଲେ। ଗାଁ ଲୋକଙ୍କ ଭିଡ଼ ଭିତରେ କସିଆ ଅଞ୍ଚଳର ଜଣେ ମହିଳା ଯୁବତୀଙ୍କୁ ଦେଖି ପାଟି କରି ଉଠିଥିଲେ।

ଯୁବତୀ ଜଣଙ୍କ ଝିଅ ନୁହେଁ ବରଂ ପୁଅ ବୋଲି ସେ ଦାବି କରିଥିଲେ। ଏହାକୁ ନେଇ ବେଶ କିଛି ସମୟ ହଙ୍ଗାମା ଚାଲିଥିଲା। ଦେଖୁ ଦେଖୁ ପୂରା ଗାଁ ଦାଣ୍ଡ ଲୋକାରଣ୍ୟ ହୋଇ ଉଠିଥିଲା। ସମସ୍ତେ ଯୁବତୀଙ୍କ ଅସଲ ପରିଚୟ ଜାଣିବାକୁ ଚାହିଁଥିଲେ। ଶେଷରେ ଯୁବତୀଙ୍କ ଉପରେ ଚାପ ପଡ଼ିବାରୁ ସେ ସତ କଥା କହିଥିଲେ। ଏହା ଶୁଣି ଆଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଗାଁ ଲୋକ ଏକାଠି ହୋଇ ନକଲି ଯୁବତୀର ଲମ୍ବା ଚୁଟିକୁ କାଟି ପୁଅଙ୍କ ଭଳି ପୋଷାକ ପିନ୍ଧାଇଥିଲେ। ଏହାପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଥାନାକୁ ନେଇଥିଲା। ପରେ କେନ୍ଦ୍ରାପଡ଼ାରେ ଥିବା ପରିବାର ଲୋକଙ୍କୁ ଡାକି ତାଙ୍କୁ ହସ୍ତାନ୍ତର କରିଥିଲା।

https://youtu.be/N1dKwGTV3oQ
ଆଲୋକଙ୍କ ଭାଇ କହିଛନ୍ତି, ଆମେ ଏତେ କଥା ଜାଣି ନଥିଲୁ। ସେ ଶାଢ଼ି ପିନ୍ଧି ପୂରା ଝିଅ ଭଳି ଦିଶୁଥିଲା। ଆମେ ରାତି ୨ଟାରେ ଘରେ ପହଞ୍ଚିଥିଲୁ। ସକାଳୁ ଲୋକ ଆସିବା ପରେ ପ୍ରକୃତ ସତ ଜଣାପଡ଼ିଥିଲା। ପୂର୍ବରୁ ମଧ୍ୟ ସେ କିଛି ପୁଅଙ୍କୁ ଏମିତି ଝିଅ ବେଶରେ ଫସାଇଥିଲା। ତା’ର ଉଦ୍ଦେଶ୍ୟ ବିଷୟରେ ଆମେ ଜାଣିନୁ ବୋଲି ସେ କହିଛନ୍ତି।

Related story