ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ରେ ନିଆଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳେ ହସ୍ପିଟାଲର ପଞ୍ଚମ ମହଲାରେ ଥିବା ପାଓ୍ୱାର ବ୍ୟାକ ଅପ୍ ବ୍ୟାଟେରୀ ରୁମରେ ସର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା।  ଫଳରେ ସତର୍କତାମୂଳକ ପଦକ୍ଷେପ ଦୃଷ୍ଟିରୁ ସମସ୍ତ ରୋଗୀଙ୍କୁ ବାହାରକୁ ଅଣାଯାଇଥିଲା। ଦମକଳବାହିନୀ ନିଆଁକୁ ଆୟତ୍ତ କରିଛି। ଏଥିରେ ପାଓ୍ୱାର ବ୍ୟାକ୍ ଅପ୍ ସିଷ୍ଟମ ଛଡ଼ା ଆଉ କିଛି କ୍ଷୟକ୍ଷତି ହେବାର ସୂଚନା ନାହିଁ। ହସ୍ପିଟାଲରେ ପାଓ୍ୱାର ସିଷ୍ଟମ ଅଚଳ ହୋଇପଡ଼ିଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା […]

hospital-156

hospital-156

Jyoshna Pradhan
  • Published: Saturday, 02 February 2019
  • Updated: 02 February 2019, 01:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳେ ହସ୍ପିଟାଲର ପଞ୍ଚମ ମହଲାରେ ଥିବା ପାଓ୍ୱାର ବ୍ୟାକ ଅପ୍ ବ୍ୟାଟେରୀ ରୁମରେ ସର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା।  ଫଳରେ ସତର୍କତାମୂଳକ ପଦକ୍ଷେପ ଦୃଷ୍ଟିରୁ ସମସ୍ତ ରୋଗୀଙ୍କୁ ବାହାରକୁ ଅଣାଯାଇଥିଲା।

ଦମକଳବାହିନୀ ନିଆଁକୁ ଆୟତ୍ତ କରିଛି। ଏଥିରେ ପାଓ୍ୱାର ବ୍ୟାକ୍ ଅପ୍ ସିଷ୍ଟମ ଛଡ଼ା ଆଉ କିଛି କ୍ଷୟକ୍ଷତି ହେବାର ସୂଚନା ନାହିଁ।

ହସ୍ପିଟାଲରେ ପାଓ୍ୱାର ସିଷ୍ଟମ ଅଚଳ ହୋଇପଡ଼ିଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ଯେଉଁ ରୋଗୀଙ୍କ ଚିକିତ୍ସା ପାଇଁ ଇଲେଟ୍ରିକ୍‌ ଆବଶ୍ୟକ, ସେମାନଙ୍କୁ ଅନ୍ୟତ୍ର ନିଆଯାଇଛି।

ମିଳିଥିବା ସୂଚନା ମୁତାବକ, ୨୧ ଜଣ ଆଇସିୟୁ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାକୁ କମିଶନରେଟ ପୁଲିସ୍‌ ଗୁରୁତ୍ୱ ସହ ନେଇଛି। ଟ୍ୱିନ୍‌ସିଟିରେ ଅଗ୍ନି ନିରାପକ ବ୍ୟବସ୍ଥା ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ପୁଲିସ୍‌ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।

ସେ କହିଛନ୍ତି, “ଘଟଣାର ତଦନ୍ତ ହେବ। ଫାୟାର ଅଡିଟ୍, ସେଫ୍ଟି ବ୍ୟବସ୍ଥା ହୋଇଛି କି ନାହିଁ ଯାଞ୍ଚ କରାଯିବ। କେବଳ ଖାଲି ଆପୋଲୋ ନୁହେଁ, ରାଜଧାନୀର ସବୁ ହସ୍ପିଟାଲରେ ଏହି ଯାଞ୍ଚ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos