ଫେକ ଏନ୍‌କାଉଣ୍ଟରରେ ମୃତ ଦମ୍ପତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ

କନ୍ଧମାଳ: କନ୍ଧମାଳ ଜିଲ୍ଲା ତଗଲପଦର ଫେକ୍‌ ଏନକାଉଣ୍ଟର ମାମଲାରେ ମୃତ ଦମ୍ପତିଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୫ ଲକ୍ଷ ଲେଖାଏଁ ଟଙ୍କା ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ୮ ସପ୍ତାହ ମଧ୍ୟରେ ଏହି ଟଙ୍କା ପ୍ରଦାନ କରିବାକୁ ମାନବାଧିକାର କମିଶନ, ରାଜ୍ୟ ଗୃହ ସଚିବଙ୍କୁ ଜଣାଇଛନ୍ତି। ୨୦୧୫ ମସିହାରେ ତଗଲପଦର ଗାଁର ବୁଦ ନାଏକ ଓ ତାଙ୍କ ପତ୍ନୀ ବୁଡି ନାୟକ ନିଜ ପୁଅ ସହ କଥା ହେବାକୁ ଗାଁ ନିକଟ ପାହାଡ଼ ଉପରକୁ […]

ohrc

Rakesh Mallick
  • Published: Tuesday, 03 January 2017
  • , Updated: 03 January 2017, 09:21 PM IST

କନ୍ଧମାଳ: କନ୍ଧମାଳ ଜିଲ୍ଲା ତଗଲପଦର ଫେକ୍‌ ଏନକାଉଣ୍ଟର ମାମଲାରେ ମୃତ ଦମ୍ପତିଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୫ ଲକ୍ଷ ଲେଖାଏଁ ଟଙ୍କା ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ୮ ସପ୍ତାହ ମଧ୍ୟରେ ଏହି ଟଙ୍କା ପ୍ରଦାନ କରିବାକୁ ମାନବାଧିକାର କମିଶନ, ରାଜ୍ୟ ଗୃହ ସଚିବଙ୍କୁ ଜଣାଇଛନ୍ତି।

୨୦୧୫ ମସିହାରେ ତଗଲପଦର ଗାଁର ବୁଦ ନାଏକ ଓ ତାଙ୍କ ପତ୍ନୀ ବୁଡି ନାୟକ ନିଜ ପୁଅ ସହ କଥା ହେବାକୁ ଗାଁ ନିକଟ ପାହାଡ଼ ଉପରକୁ ଯାଇଥିଲେ। ମୋବାଇଲ ନେଟୱାର୍କ ଠିକ ନ ଥିବାରୁ ସେମାନେ ସେଠାରେ ଫୋନ ଲଗାଇବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀ ମାଓବାଦୀ ଭାବି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣା ସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ସେତେବେଳେ ସମଗ୍ର ରାଜ୍ୟର ଚର୍ଚ୍ଚାର ବିଷୟ ହୋଇଥିଲା।

Related story