ନକଲି ହ୍ୱାଇଟ୍‌ ସିମେଣ୍ଟ କାରଖାନା ଠାବ

କଟକ(ଓଡ଼ିଶା ରିପୋର୍ଟର): କଟକ ଜଗତପୁର ଶିଳ୍ପାଞ୍ଚଳରେ ନକଲି ହ୍ୱାଇଟ୍‌ ସିମେଣ୍ଟ କାରଖାନା ଠାବ କରିଛି ପୁଲିସ୍। ଏହି ଘଟଣାରେ ପୁଲିସ୍‌ କାରଖାନା ମାଲିକ ସଦାଶିବ ବେହେରାଙ୍କୁ ଗିରଫ କରିଛି। ଏଥିସହ ୩ଟି ଗୋଦାମରୁ ୭୧୦ରୁ ଅଧିକ ନକଲି ହ୍ୱାଇଟ୍‌ ସିମେଣ୍ଟ ବସ୍ତା ଓ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ କରାଯାଇଛି। ପ୍ରାୟ ୧୫ଟି କମ୍ପାନୀର ହ୍ୱାଇଟ୍‌ ସିମେଣ୍ଟ ଏଠାରେ ନକଲି କରି ବଜାରରେ ବିକ୍ରି କରାଯାଉଥିଲା। ମାର୍ବଲ ଗୁଣ୍ଡ, କିଛି ହ୍ୱାଇଟ ସିମେଣ୍ଟ ଓ କେମିକାଲ ମିଶାଇ […]

cuttack,,,

Tapaswini Nayak
  • Published: Friday, 28 September 2018
  • , Updated: 28 September 2018, 01:45 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ଜଗତପୁର ଶିଳ୍ପାଞ୍ଚଳରେ ନକଲି ହ୍ୱାଇଟ୍‌ ସିମେଣ୍ଟ କାରଖାନା ଠାବ କରିଛି ପୁଲିସ୍।

ଏହି ଘଟଣାରେ ପୁଲିସ୍‌ କାରଖାନା ମାଲିକ ସଦାଶିବ ବେହେରାଙ୍କୁ ଗିରଫ କରିଛି।

ଏଥିସହ ୩ଟି ଗୋଦାମରୁ ୭୧୦ରୁ ଅଧିକ ନକଲି ହ୍ୱାଇଟ୍‌ ସିମେଣ୍ଟ ବସ୍ତା ଓ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ କରାଯାଇଛି।

ପ୍ରାୟ ୧୫ଟି କମ୍ପାନୀର ହ୍ୱାଇଟ୍‌ ସିମେଣ୍ଟ ଏଠାରେ ନକଲି କରି ବଜାରରେ ବିକ୍ରି କରାଯାଉଥିଲା। ମାର୍ବଲ ଗୁଣ୍ଡ, କିଛି ହ୍ୱାଇଟ ସିମେଣ୍ଟ ଓ କେମିକାଲ ମିଶାଇ ହ୍ୱାଇଟ ସିମେଣ୍ଟ ତି‌ଆରି କରାଯାଉଥିବା ପୁଲିସ ଜାଣିବାକୁ ପାଇଛି।

Related story