ସ୍ୱାମୀ ବହିଷ୍କୃତ ଓ ସ୍ତ୍ରୀ ନିଲମ୍ବିତ

ଉଦଳା(ଓଡ଼ିଶା ରିପୋର୍ଟର): ଚାକିରିରୁ ଏକକାଳୀନ ବିଦା ହୋଇଛନ୍ତି ସ୍ୱାମୀ ଓ ସ୍ତ୍ରୀ। ଜାଲ ସାର୍ଟିଫିକେଟ ଦେଇ ଉଭୟ ସରକାରୀ ସ୍କୁଲରେ ଶିକ୍ଷକ ଚାକିରି କରିଥିଲେ। ସୂଚନାଧିକାର ଆଇନରେ ମିଳିଥିବା ତଥ୍ୟରେ ଏହା ପର୍ଦ୍ଦାଫାସ୍ ହେବା ପରେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକରେ ଏହି ଘଟଣା ଘଟିଛି। ଶିକ୍ଷକ ଜଣକ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ମଝିଗଡିଆ ହାଇସ୍କୁଲର ଯଯାତି ବାରିକ ଓ ତାଙ୍କ ସ୍ତ୍ରୀ ସସ୍ମିତା ସାହୁ। ସ୍ୱମୀଙ୍କୁ […]

Teacher

Teacher

Niranjan Mishra
  • Published: Friday, 03 June 2022
  • , Updated: 03 June 2022, 05:16 PM IST

ଉଦଳା(ଓଡ଼ିଶା ରିପୋର୍ଟର): ଚାକିରିରୁ ଏକକାଳୀନ ବିଦା ହୋଇଛନ୍ତି ସ୍ୱାମୀ ଓ ସ୍ତ୍ରୀ। ଜାଲ ସାର୍ଟିଫିକେଟ ଦେଇ ଉଭୟ ସରକାରୀ ସ୍କୁଲରେ ଶିକ୍ଷକ ଚାକିରି କରିଥିଲେ। ସୂଚନାଧିକାର ଆଇନରେ ମିଳିଥିବା ତଥ୍ୟରେ ଏହା ପର୍ଦ୍ଦାଫାସ୍ ହେବା ପରେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକରେ ଏହି ଘଟଣା ଘଟିଛି। ଶିକ୍ଷକ ଜଣକ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ମଝିଗଡିଆ ହାଇସ୍କୁଲର ଯଯାତି ବାରିକ ଓ ତାଙ୍କ ସ୍ତ୍ରୀ ସସ୍ମିତା ସାହୁ। ସ୍ୱମୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ତାଙ୍କ ପତ୍ନୀଙ୍କୁ ନିଲମ୍ବିତ କରାଯାଇଛି। ଉଭୟଙ୍କୁ ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରି କରିବା ମହଙ୍ଗା ପଡ଼ିଛି।

କପ୍ତିପଦା ବ୍ଲକ ମଝିଗଡ଼ିଆ ହାଇସ୍କୁଲରେ ଯଯାତି ୨୦୧୩ ମସିହାରେ ଶିକ୍ଷକ ଭାବରେ ନିଯୁକ୍ତି ପାଇଥିଲେ। ୨୦୧୯ ରେ ତାଙ୍କ ଚାକିରି ରେଗୁଲାର ହୋଇଥିଲା।

ତେବେ ଜଣେ ସୂଚନା ଅଧିକାର କର୍ମୀ ଆରଟିଆଇ ତଥ୍ୟ ଜରିଆରେ ଯଯାତି ଜାଲ +୩ ଓ ବିଇଡି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଜାଣିବାକୁ ପାଇଥିଲେ। ଯେଉଁ ଶିକ୍ଷାନୁଷ୍ଠାନରୁ ସେ ଯୁକ୍ତ ୩ ଓ ବିଇଡି ପାଠପଢ଼ି ପାସ୍ କରିଥିଲେ ସେଠାରୁ ସୂଚନାଧିକାର କର୍ମୀ ତଥ୍ୟ ମାଗିଥିଲେ। ହେଲେ ସେଠାରେ ଯଯାତି ବାରିକ କେହି ପରୀକ୍ଷା ଦେଇନଥିବା ତଥ୍ୟରେ ମିଳିଥିଲା।

ଠିକ୍ ସେହିପରି ତାଙ୍କ ସ୍ତ୍ରୀ ସସ୍ମିତା ସଂସ୍କୃତରେ ଏମ୍ଏ କରିଥିବା ଦର୍ଶାଇ ଚାକିରି କରିଥିଲେ। ସେ ଯେଉଁ ଶିକ୍ଷାନୁଷ୍ଠାନରୁ ଏମ୍‌ଏ କରିଥିଲେ ସେଠାରୁ ସୂଚନାଧିକାର କର୍ମୀ ତଥ୍ୟ ମାଗିଥିଲେ। ତେବେ ସସ୍ମିତା ସାହୁ ନାମଧାରୀ କେହି ଏମଏ କରି ନ ଥିବା ତଥ୍ୟ ମିଳିଥିଲା।

ଉକ୍ତ ତଥ୍ୟକୁ ଆଧାର କରି ଉକ୍ତ ଶିକ୍ଷକ ଦମ୍ପତିଙ୍କ ବିରୋଧରେ ସେ ତଥ୍ୟପ୍ରମାଣ ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ। ଅଭିଯୋଗର ସତ୍ୟାସତ୍ୟକୁ ଉପଲବ୍ଧି କରି ଜିଲ୍ଲା ଶିକ୍ଷାଧିକାରୀ ସସ୍ମିତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ଯଯାତିଙ୍କୁ ବହିଷ୍କାର କରିବା ସହ ଚାକିରି କରିବା ଠାରୁ ନେଇଥିବା ଦରମା ବାବଦ ୧୬ ଲକ୍ଷ ୯୯ ହଜାର ଟଙ୍କା ତୁରନ୍ତ ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Related story