କିଏ ଦେଉଛି ନକଲି କୋଭିସିଲ୍ଡ ତାକୁ ଧର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲାପାଳମାନଙ୍କୁ  ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ନକଲି କୋଭିସିଲ୍ଡ ଟିକା ନେଇ WHO ସତର୍କ କରିଛି । ଆଫ୍ରିକା ଓ ଦକ୍ଷିଣ-ପୂର୍ବ ଏସିଆରେ ନକଲି କୋଭିସିଲ୍ଡ ଠାବ ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିକ […]

Covishlid

Tapas Behera
  • Published: Saturday, 28 August 2021
  • , Updated: 28 August 2021, 05:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲାପାଳମାନଙ୍କୁ  ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ନକଲି କୋଭିସିଲ୍ଡ ଟିକା ନେଇ WHO ସତର୍କ କରିଛି । ଆଫ୍ରିକା ଓ ଦକ୍ଷିଣ-ପୂର୍ବ ଏସିଆରେ ନକଲି କୋଭିସିଲ୍ଡ ଠାବ ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିକ ସଜାଗ ହେବାକୁ କହିଛି ।

ତେଣୁ ଟିକା ବ୍ୟବହାର ପୂର୍ବରୁ ଉତ୍ପାଦ ଓ ସପ୍ଲାଇ ଚେନ୍ ପ୍ରତି ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି । ଘରୋଇ ହସ୍ପିଟାଲର ଘର ପାଖରେ ଟିକାକରଣ ଅଭିଯାନ ପ୍ରତି ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏମିତି କିଛି ନଜରକୁ ଆସିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ACS ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ,  କିଛି ଘରୋଇ ହସ୍ପିଟାଲ ଟିକାକରଣ କେନ୍ଦ୍ର ନାଁରେ ନକଲି କୋଭିସିଲ୍‌ଡ ଟିକା ଦେଉଥିବା ନଜରକୁ ଆସିଛି। ଗତ ମେ ଓ ଜୁନ୍ ମାସରେ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଏଭଳି କ୍ୟାମ୍ପ ସଂପର୍କରେ ଜଣାପଡ଼ିଥିଲା। ଏହାକୁ  ଦୃଷ୍ଟିରେ ରଖି  କେନ୍ଦ୍ର ସରକାର ଏହା ଉପରେ କଡ଼ା ନଜର ରଖିବା ଲାଗି ରାଜ୍ୟମାନଙ୍କୁ ନିର୍ଦେଶ ଦେଇଛନ୍ତି। କୌଣସିଠାରେ ଏଭଳି ଘଟଣା ନଜରକୁ ଆସିଲେ ଏହାକୁ ଗୁରୁତର ସହ ନେବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

Related story