ଗୁପ୍ତ କୋଠରୀରେ କ‘ଣ କରୁଥିଲା ରୋମିଓ ନକଲି ଡାକ୍ତର ରମେଶ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୮ ପତ୍ନୀକୁ ନେଇ ଚର୍ଚ୍ଚାରେ ଥିବା ରୋମିଓ ନକଲି ଡାକ୍ତର ରମେଶ ସ୍ୱାଇଁର ଘରେ ରହିଛି ଗୁପ୍ତ କୋଠରୀ। ଯେଉଁ କୋଠରୀ ଭିତରକୁ ସିଡ଼ି ପକାଇ ଯାଉଥିଲା ରମେଶ। ଆଉ ସେଠାରେ କରୁଥିଲା ଗୁପ୍ତ ଅପରେସନ୍‌। ରମେଶର ଏହି ଗୁପ୍ତ କୋଠରୀ ରହିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ। ତେବେ ଏହି କୋଠରୀରେ ସେ ପ୍ରକୃତରେ ଅପରେସନ୍‌ କରୁଥିଲା ନା ଅନ୍ୟ କିଛି କାର୍ଯ୍ୟରେ ଲିପ୍ତ ରହୁଥିଲା, ତାହା ତଦନ୍ତ ସାପେକ୍ଷ। ଏବେ କମିଶନରେଟ୍‌ […]

Fake Doctor

Fake Doctor

Manoranjan Sial
  • Published: Wednesday, 23 February 2022
  • Updated: 23 February 2022, 08:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୮ ପତ୍ନୀକୁ ନେଇ ଚର୍ଚ୍ଚାରେ ଥିବା ରୋମିଓ ନକଲି ଡାକ୍ତର ରମେଶ ସ୍ୱାଇଁର ଘରେ ରହିଛି ଗୁପ୍ତ କୋଠରୀ। ଯେଉଁ କୋଠରୀ ଭିତରକୁ ସିଡ଼ି ପକାଇ ଯାଉଥିଲା ରମେଶ। ଆଉ ସେଠାରେ କରୁଥିଲା ଗୁପ୍ତ ଅପରେସନ୍‌। ରମେଶର ଏହି ଗୁପ୍ତ କୋଠରୀ ରହିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ। ତେବେ ଏହି କୋଠରୀରେ ସେ ପ୍ରକୃତରେ ଅପରେସନ୍‌ କରୁଥିଲା ନା ଅନ୍ୟ କିଛି କାର୍ଯ୍ୟରେ ଲିପ୍ତ ରହୁଥିଲା, ତାହା ତଦନ୍ତ ସାପେକ୍ଷ। ଏବେ କମିଶନରେଟ୍‌ ପୁଲିସ୍‌ ନଜରରେ ପଡ଼ିଛି ଏହି ଗୁପ୍ତ କୋଠରୀ।

ମାଟ୍ରିକ ଫେଲ୍‌ ରମେଶର କାମାକ୍ଷାନଗରରେ ରହିଛି ଗୋଟିଏ ଘର। ଏହି ଘରେ ଚାଲିଥିଲା ସାଇଶ୍ରୀ କ୍ଲିନିକ୍‌। ଜଣେ ଅଭିଜ୍ଞ ଡାକ୍ତରଙ୍କ ପରି ସେଠାରେ ସେ ରୋଗୀ ସେବା କରୁଥିଲା। ୧୯୯୦ରୁ ୨୦୧୦ ମସିହା ପର୍ଯ୍ୟନ୍ତ ଅନ୍ୟତମ ପତ୍ନୀ ଶାନ୍ତିଲତାଙ୍କ ସହ ସେଠାରେ ରହୁଥିଲା ରମେଶ। କେବଳ ସେତିକି ନୁହେଁ, ତା’ ଗ୍ୟାରେଜରେ ଏକ ପୁରୁଣା ଟିଭିଏସ୍‌ ବାଇକ ରଖାଯାଇଛି। ଯାହାର ଗାଡ଼ି ନମ୍ବରଟିକୁ ପଥରରେ ଘଷି ଲିଭାଇ ଦିଆଯାଇଛି। ଏଥିରୁ ଜଣାପଡ଼ୁଛି ଜାଲିଆତିର ସବୁ ସୀମା ଅତିକ୍ରମ କରିସାରିଥିଲା ରମେଶ।

ଅନ୍ୟପକ୍ଷରେ ଆଜି ବନ୍ଧା ହୋଇଛି ଠକ ଡାକ୍ତରର ଭଉଣୀ। ଯିଏ ଭାଇର କ୍ରାଇମ ପାର୍ଟନର ସାଜି ଚଳାଉଥିଲା କଳା ବେପାର। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶଙ୍କ କହିବା ଅନୁସାରେ, ରମେଶର ଭଉଣୀ ରଶ୍ମିତା ଭାଇର କ୍ରାଇମ୍‌ କନେକ୍ସନରେ ଥିଲେ ମୁଖ୍ୟ ପୁରୋଧା। ଟଙ୍କା, ସୁନା, ଧନ ସମ୍ପତ୍ତି ଲୁଟିବା ଚକ୍କରରେ ଏକାଧିକ ମହିଳାଙ୍କୁ ବିବାହ ଷଡ଼ଯନ୍ତ୍ରରେ ସଂଶ୍ଳିଷ୍ଟ ଥିଲା। ଭାଇଙ୍କୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ଡାକ୍ତର ବୋଲି ଦର୍ଶାଇ ମହିଳାଙ୍କୁ ପରିଚିତ କରାଉଥିଲା। ଅଭିଯୁକ୍ତ ରମେଶ ସ୍ୱାଇଁଙ୍କ ସହ ତାଙ୍କ ଭଉଣୀଙ୍କ ଭିଡିଓ କନଫରେନ୍ସିଂରୁ ଏହାର ପ୍ରମାଣ ମିଳିଥିବା  ଡିସିପି କହିଛନ୍ତି। ରମେଶ ଓ ରଶ୍ମିତାଙ୍କୁ ରିମାଣ୍ଡରେ ନେବା ପରେ ଆହୁରି ଅନେକ ଗୁପ୍ତ ତଥ୍ୟ ପଦାକୁ ଆସିବ ବୋଲି ଡିସିପି କହିଛନ୍ତି। ତା’ସହ ରମେଶଙ୍କ କ୍ରାଇମ ସିଣ୍ଡିକେଟ୍‌ରେ ଥିବା ଭିଣୋଇ ତଥା ରଶ୍ମିତାଙ୍କ ସ୍ୱାମୀ ଓ ଡ୍ରାଇଭରଙ୍କୁ ଖୋଜୁଛି ପୁଲିସ।

ସେପଟେ ଆନ୍ଧ୍ରପ୍ରଦେଶର ନର୍ସରୀ ବ୍ୟବସାୟୀ ଆଣିଥିବା ଅଭିଯୋଗର ମଧ୍ୟ  ଫିଟୁଛି ଗୁମର। ରମେଶ ୪ ଲକ୍ଷ ଟଙ୍କାର ଚାରା ନେଇ ଧରାଛୁଆଁ ଦେଇନଥିଲା। ରମେଶର କଟକ ଖୁଣ୍ଟୁଣି ଥାନା ଖମାରନୂଆଗାଁରେ ରହିଛି ଫାର୍ମ ହାଉସ। ଅଭିଯୋଗ ହୋଇଛି, ସଂପୃକ୍ତ ବ୍ୟବସାୟୀଙ୍କଠୁ ଯେଉଁ ଚାରି ଲକ୍ଷ ଟଙ୍କାର ଚାରା ଆଣିଥିଲେ ରମେଶ, ସେ ସବୁକୁ ଏହି ଫାର୍ମହାଉସରେ ଲଗାଇଛନ୍ତି। ୨୦୧୮ ମସିହାରେ ଏହି ଫାର୍ମ ହାଉସ୍ ଜମିକୁ ଅନ୍ୟତମ ପତ୍ନୀ କମଳା ସ୍ୱାଇଁଙ୍କ ନାଁରେ କିଣିଥିଲେ ରମେଶ। ସେହି ଜମିରେ ଏକ ୪ ମହଲା ଘର ମଧ୍ୟ ରହିଛି। ଏସବୁ ସ୍ଥାନରେ ଆଜି ଚଢ଼ଉ କରିଛି ପୁଲିସ। ତା’ସହ ପତ୍ନୀ କମଳାଙ୍କୁ ପଚରାଉଚରା କରିବା ପାଇଁ ପୁଲିସ୍‌ ଯୋଜନା ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story