ଦୁଇ ଥରରେ ମାଟ୍ରିକ୍ ପାସ୍, ଫେକ୍ ସାର୍ଟିଫିକେଟ୍ ଦେଇ ଏମ୍‌ବିବିଏସ୍‌ ଡାକ୍ତର

ରାଉରକେଲା/ସୁନ୍ଦରଗଡ଼ /ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):ନକଲି ଡାକ୍ତର ହାତରେ ରୋଗୀଙ୍କ ଜୀବନ। ଜାଲ୍ ସାର୍ଟିଫିକେଟ୍ ବଳରେ ସ୍ୱାସ୍ଥ୍ୟ ବିଭାଗକୁ ଚୁନ ମାରି ତିନି ବର୍ଷ କାଳ ଜଣେ ନକଲି ଡାକ୍ତର ରୋଗୀଙ୍କ ସେବା କରିବାଏବଂ ଘଟଣା ସାମ୍ନାକୁ ଆସିବା ପରେ ଫେରାର ମାରିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୁନ୍ଦରଗଡ଼ ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଏହି ୪୨୦ଡାକ୍ତରଙ୍କ ସଂପର୍କରେ ବିଭାଗ ଖୋଳତାଡ଼ ଆରମ୍ଭ କରିଛି। ଦୁଇ ଥରରେ ତୃତୀୟ ଶ୍ରେଣୀରେ ମାଟ୍ରିକ୍ ପାସ୍। ପ୍ଲସ୍-୨ ରେ ଥାର୍ଡ ଡିଭିଜନ୍। ହେଲେ ସେ […]

g-908

Tapas Behera
  • Published: Tuesday, 12 November 2019
  • , Updated: 12 November 2019, 08:37 PM IST

ରାଉରକେଲା/ସୁନ୍ଦରଗଡ଼ /ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):ନକଲି ଡାକ୍ତର ହାତରେ ରୋଗୀଙ୍କ ଜୀବନ। ଜାଲ୍ ସାର୍ଟିଫିକେଟ୍ ବଳରେ ସ୍ୱାସ୍ଥ୍ୟ ବିଭାଗକୁ ଚୁନ ମାରି ତିନି ବର୍ଷ କାଳ ଜଣେ ନକଲି ଡାକ୍ତର ରୋଗୀଙ୍କ ସେବା କରିବାଏବଂ ଘଟଣା ସାମ୍ନାକୁ ଆସିବା ପରେ ଫେରାର ମାରିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୁନ୍ଦରଗଡ଼ ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଏହି ୪୨୦ଡାକ୍ତରଙ୍କ ସଂପର୍କରେ ବିଭାଗ ଖୋଳତାଡ଼ ଆରମ୍ଭ କରିଛି।

ଦୁଇ ଥରରେ ତୃତୀୟ ଶ୍ରେଣୀରେ ମାଟ୍ରିକ୍ ପାସ୍। ପ୍ଲସ୍-୨ ରେ ଥାର୍ଡ ଡିଭିଜନ୍। ହେଲେ ସେ ଡାକ୍ତର। ବୁର୍ଲା ଭିମ୍‌ସାରୁ ଏମ୍‌ବିବିଏସ୍ ଡିଗ୍ରୀ। କିନ୍ତୁ ଏମ୍‌ବିବିଏସ୍ ସାର୍ଟିଫିକେଟ୍ ରେଜିଷ୍ଟ୍ରେସନ୍ ବିହାର ମେଡିକାଲ୍ କାଉନ୍‌ସିଲରୁ । ବର୍ଷେ କି ଦୁଇ ବର୍ଷ ନୁହେଁ, ଅଭିଯୋଗ ହେଉଛି ଏ ବାବୁ ନକଲି ସାର୍ଟିଫିକେଟ୍ ଦେଇ ୨୦୧୬ ମସିହାରୁ ନୂଆଗାଁ ପିଏଚ୍‌ସିରେ ଅସ୍ଥାୟୀ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ । କିନ୍ତୁ ଅଭିଯୋଗ ପରଠୁ ସାର୍ ଫେରାର। ସିଟ୍ ଖାଲି।  କେବଳ ନୂଆଗାଁ ଡାକ୍ତରଖାନା ନୁହେଁ, ଏହା ପୂର୍ବରୁ ମିଥ୍ୟା ସାର୍ଟିଫିକେଟ୍ ଦେଖାଇ ହାଇଟେକ୍ ମେଡିକାଲ୍  କଲେଜ, ରେଲେଓ୍ୱ ଏବଂ ରାଉରକେଲା ଇସ୍ପାତ କାରଖାନା ସମାଜ ମଙ୍ଗଳ ବିଭାଗରେ ବି କାମ କରିଛନ୍ତି ଏହି ମହାଭାଗ ।

ତେବେ ହାଇଟେକରେ ଚାକିରି କରୁଥିବା ବେଳେ ସନ୍ଦେହରୁ ତାଙ୍କ ବିଷୟରେ ଖୋଳତାଡ଼ କରିବାରୁ ସେ ଚାକିରି ଛାଡ଼ି ଏପରିକି ପାଚେରୀ ଡେଇଁ ପଳାଇଥିଲେ ବୋଲି କହିଛନ୍ତି ହାଇଟେକ୍ ମେଡିକାଲ୍  କଲେଜ ନିର୍ଦ୍ଦେଶକ । ଏପରିକି ଏ ନେଇ ସେ ରେଲେଓ୍ୱ କର୍ତ୍ତୃପକ୍ଷ ଓ ସୁନ୍ଦରଗଡ଼ ସିଡିଏମ୍ଓଙ୍କୁ ମଧ୍ୟ ଜଣାଇଥିବା କହିଛନ୍ତି।

ହେଲେ ଏଠି ପ୍ରଶ୍ନ ରୋଗୀଙ୍କ ଜୀବନ ସହ ଖେଳୁଥିବା ଏ ନକଲି ଡାକ୍ତରଙ୍କୁ ସରକାରୀ ନିଯୁକ୍ତି ମିଳୁଥିଲା କେମିତି? ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ଏକ ତଥ୍ୟ ଅନୁସାରେ ସ୍ୱାସ୍ଥ୍ୟ ବିଭାଗ ତାଙ୍କର ଯେଉଁ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଦେଖାଉଛନ୍ତି ତାହା ସଂପୂର୍ଣ୍ଣ ନକଲି ବୋଲି ସ୍ପଷ୍ଟ ହେବାରେ ଲାଗିଛି । ହେଲେ ଏକଥା ବିଭାଗ ଜାଣିପାରିଲାନି କେମିତି? ନିଯୁକ୍ତି ବେଳେ ତାଙ୍କ ସାର୍ଟିଫିକେଟ୍ ଭେରିଫିକେସନ୍  ହୋଇଥିଲା କି ନାହିଁ ? ସୁନ୍ଦରଗଡ଼ର ତତ୍କାଳୀନ ସିଡିଏମ୍ଓ ଡାକ୍ତର ଶଶିଭୂଷଣ ନାୟକଙ୍କ ସମୟରେ ଏଇ ନିଯୁକ୍ତି ହୋଇଥିଲା ବେଳେ ସେ କହିଛନ୍ତି ସେତେବେଳେ ଏହା ନଜରକୁ ଆସିନି। ତେବେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଘଟଣାର ତଦନ୍ତ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ତିନି ବର୍ଷ ଧରି ଜଣେ ନକଲି ଡାକ୍ତର ରୋଗୀଙ୍କ ଜୀବନ ସହ ଖେଳୁଛି। ହେଲେ ଆମ ବ୍ୟବସ୍ଥା ଜାଣି ପାରୁନି । ଏହା ଯେତିକି ଚିନ୍ତାଜନକ, ତାଠୁ ଅଧିକ ଚିନ୍ତା ଏଇ ପ୍ରଶ୍ନକୁ ନେଇ ଯେ ଏମିତି ୪୨୦ ଡାକ୍ତର ଆଉ ନାହାଁନ୍ତି ତ ।

Related story