ନକଲି ଔଷଧ କାରବାର ମାମଲା: ଜାମିନ୍ ଖାରଜ୍ ପରେ ୨ ଅଭିଯୁକ୍ତ ଜେଲ୍ ଗଲେ

କଟକ(ଓଡ଼ିଶା ରିପୋର୍ଟର): ନକଲି ଔଷଧ କାରବାର ମାମଲାରେ ଗିରଫ ଦୁଇ ଅଭିଯୁକ୍ତ ରାହୁଲ କୟାଲ ଓ ସଂଜୟ ଜଲାନଙ୍କ ଜାମିନ୍ ଆବେଦନ ଖାରଜ। ଜାମିନ୍ ଆବେଦନ ଖାରଜ କଲେ କଟକ ଏସ୍‌ଡିଜେଏମ୍। ଏଥିସହ ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ। ଆଜି ଦୁଇ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିବା ପରେ ସେମାନଙ୍କ ଜାମିନ ଆବେଦନ ଖାରଜ ହୋଇଛି। ସୂଚନା ମୁତାବକ, ଗତକାଲି ଠାରୁ ଅଟକ ଥିବା ଦୁଇ ଅଭିଯୁକ୍ତଙ୍କୁ ଆଜି ଗିରଫ […]

Medicine-1

Medicine-1

Niranjan Mishra
  • Published: Tuesday, 13 September 2022
  • Updated: 13 September 2022, 05:49 PM IST

କଟକ(ଓଡ଼ିଶା ରିପୋର୍ଟର): ନକଲି ଔଷଧ କାରବାର ମାମଲାରେ ଗିରଫ ଦୁଇ ଅଭିଯୁକ୍ତ ରାହୁଲ କୟାଲ ଓ ସଂଜୟ ଜଲାନଙ୍କ ଜାମିନ୍ ଆବେଦନ ଖାରଜ।
ଜାମିନ୍ ଆବେଦନ ଖାରଜ କଲେ କଟକ ଏସ୍‌ଡିଜେଏମ୍। ଏଥିସହ ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ। ଆଜି ଦୁଇ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିବା ପରେ ସେମାନଙ୍କ ଜାମିନ ଆବେଦନ ଖାରଜ ହୋଇଛି।

ସୂଚନା ମୁତାବକ, ଗତକାଲି ଠାରୁ ଅଟକ ଥିବା ଦୁଇ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁରିଘାଟ ପୁଲିସ। ଭି.ଆର ଡ୍ରଗ ଏଜେନ୍ସିର ମାଲିକ ରାହୁଲ କୟାଲ୍ ଏବଂ ପୂଜା ଏଣ୍ଟରପ୍ରାଇସର ମାଲିକ ସଞ୍ଜୟ ଜଲାନ ନକଲି ଔଷଧ କାରବାରର ମୁଖ୍ୟ କାର୍ପଟଦାର ବୋଲି ଡିସିପି ପିନାକ ମିଶ୍ର ଆଜି କହିଥିଲେ।

ସେ ସୂଚନା ଦେଇଥିଲେ, ଭି.ଆର ଡ୍ରଗ ଏଜେନ୍ସିର ମାଲିକ ରାହୁଲ ତାଙ୍କ ପତ୍ନୀଙ୍କ ନାମରେ ଓ ପୂଜା ଏଣ୍ଟରପ୍ରାଇଜସ୍‌ର ମାଲିକ ସଞ୍ଜୟ ଜଲାନ ତାଙ୍କ ମା’ଙ୍କ ନାମରେ ଡ୍ରଗ ଲାଇସେନ୍ସ ଆଣି ଏହି ନକଲି କାରବାର ଚଳାଉଥିବା ତଦନ୍ତରୁ ଜଣାପଡିଛି। ଗିରଫ ଦୁଇ ଅଭିଯୁକ୍ତ ବାଙ୍ଗାଲୋର ଓ ବିହାରର ଶ୍ରୀ ବାଲାଜୀ ଏଜେନ୍ସି ଓ ବାଲାଜୀ ଫାର୍ମା ନାମକ ନକଲି କମ୍ପାନୀରୁ ଔଷଧ କିଣିଥିଲେ।

ଏହି ମାମଲାର ଅଧିକ ଖୋଳତାଡ଼ ପାଇଁ ଏକ ଟିମ୍ ରାଜ୍ୟ ବାହାରକୁ ଯିବ। ତେବେ ଏହି ମାମଲାରେ ଅନ୍ୟ କିଛି ବ୍ୟବସାୟୀଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। କାରଣ ନକଲି ଔଷଧ ଜାଣି ମଧ୍ୟ କିଛି  ବ୍ୟବସାୟୀ ଏହି ଔଷଧ କିଣି ମେଡିସିନ ଷ୍ଟୋରରେ ବିକ୍ରି କରିଥିବା ଥିବା ସୂଚନା ମିଳିଛି। ତେବେ ଗିରଫ ଅଭିଯୁକ୍ତମାନଙ୍କୁ ୫ ଦିନିଆ ରିମାଣ୍ଡରେ ଅଣାଯିବା ପାଇଁ ପୁଲିସ କୋର୍ଟରେ ଆବେଦନ କରିବା ସହ ଏହି ଘଟଣାରେ ଆଗକୁ ଗିରଫ ଦାରି ସଂଖ୍ୟା ବୃଦ୍ଧି ପାଇବ ବୋଲି କଟକ ଡିସିପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos