ପୋଖରୀ ଓ ହୁଡାରେ ହେଉଛି ଧାନ ଚାଷ! ସାଟେଲାଇଟ୍‌ ସର୍ଭେ ଖୋଲିଲା ପୋଲ୍‌

କେନ୍ଦୁଝର (ପ୍ରଣୟ ପାଣି): ପୋଖରୀ ଓ ହୁଡାରେ ହେଉଛି ଧାନ ଚାଷ! ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ଏପରି ନୂଆ ପ୍ରଣାଳୀରେ ହେଉଛି ଧାନ ଚାଷ!ସାଟେଲାଇଟ୍‌ ଇମେଜରୁ ଏପରି ତଥ୍ୟ ମିଳିବା ପରେ ନକଲି ଚାଷୀଙ୍କ ପୋଲ୍‌ ଖୋଲି ଯାଇଛି। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛି ଜିଲ୍ଲା ପ୍ରଶାସନ। ବର୍ତ୍ତମାନ ପରିସ୍ଥିତିରେ ସାଟେଲାଇନ୍‌ ଇମେଜ ତଥ୍ୟକୁ ଆଧାର କରି ନକଲି ଚାଷୀଙ୍କୁ ଚିହ୍ନଟ ପାଇଁ କ୍ଷେତ୍ର ପରିଦର୍ଶନ କରୁଛନ୍ତି ଅଧିକାରୀ। ଶିଳ୍ପ ସମୃଦ୍ଧ କେନ୍ଦୁଝର ହେଉଛି […]

Kendujhar

Kendujhar

Manoranjan Sial
  • Published: Thursday, 01 December 2022
  • Updated: 01 December 2022, 09:32 PM IST

କେନ୍ଦୁଝର (ପ୍ରଣୟ ପାଣି): ପୋଖରୀ ଓ ହୁଡାରେ ହେଉଛି ଧାନ ଚାଷ! ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ଏପରି ନୂଆ ପ୍ରଣାଳୀରେ ହେଉଛି ଧାନ ଚାଷ!ସାଟେଲାଇଟ୍‌ ଇମେଜରୁ ଏପରି ତଥ୍ୟ ମିଳିବା ପରେ ନକଲି ଚାଷୀଙ୍କ ପୋଲ୍‌ ଖୋଲି ଯାଇଛି। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛି ଜିଲ୍ଲା ପ୍ରଶାସନ। ବର୍ତ୍ତମାନ ପରିସ୍ଥିତିରେ ସାଟେଲାଇନ୍‌ ଇମେଜ ତଥ୍ୟକୁ ଆଧାର କରି ନକଲି ଚାଷୀଙ୍କୁ ଚିହ୍ନଟ ପାଇଁ କ୍ଷେତ୍ର ପରିଦର୍ଶନ କରୁଛନ୍ତି ଅଧିକାରୀ।

ଶିଳ୍ପ ସମୃଦ୍ଧ କେନ୍ଦୁଝର ହେଉଛି ଏକ କୃଷି ବହୁଳ ଜିଲ୍ଲା। ମୋଟ୍‌ ୧ ଲକ୍ଷ ୬୦ ହଜାର ୩୯୦ ହେକ୍ଟର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। କୃଷି ବିଭାଗର ଏହି ଲକ୍ଷ୍ୟ ପୂରଣ କରିଥିବା ବେଳେ ଜମିରୁ ଅମଳ ହେଉଥିବା ଧାନ ବିକ୍ରି କରିବା ପାଇଁ ଚଳିତବର୍ଷ ମୋଟ୍‌ ୬୪୦୬୦ ଜଣ ଚାଷୀ ନାଁ ପଞ୍ଜୀକରଣ କରିଛନ୍ତି। ପଞ୍ଜିକୃତ ଚାଷୀଙ୍କ ତଥ୍ୟକୁ ଯାଞ୍ଚ କରିଥିଲା ପ୍ରଶାସନ। ସେଥିପାଇଁ ଧାନ ଚାଷ ଜମିର ସ୍ଥିତି ଜାଣିବାକୁ କରିଥିଲା ସାଟେଲାଇଟ୍‌ ଇମାଜେନାରୀ ସର୍ଭେ।

ଆଉ ସେହି ସର୍ଭେ ଖୋଲିଦେଲା ନକଲି ଚାଷୀଙ୍କ ପୋଲ୍‌। ୬୨୨୭୧ଟି ପ୍ଲଟରେ ଧାନ ଚାଷ ହୋଇନଥିବା ସାଟେଲାଇନ୍‌ ସର୍ଭେରୁ ଜଣାପଡ଼ିଥିଲା। ଏହା ପରେ ସମବାୟ ନିବନ୍ଧକଙ୍କ ନିର୍ଦ୍ଦେଶରେ ଲ୍ୟାମ୍ପ ଓ ସୋସାଇଟିର ସମ୍ପାଦକ, ସହକାରୀ ସମ୍ପାଦକ, ଡିଇଓ, ଆର‌୍‌ଆଇ, ବ୍ଲକ କୃଷି ବିଭାଗ କର୍ମଚାରୀଙ୍କୁ ନେଇ ଗଠିତ କମିଟି କ୍ଷେତ୍ର ପରିଦର୍ଶନ କରିଥିଲା। ନଭେମ୍ବର ୩୦ ତାରିଖ ସୁଦ୍ଧା ୨୦ ହଜାର ୮୧୧ରୁ ଅଧିକ ପ୍ଲଟରେ କ୍ଷେତ୍ର ପରିଦର୍ଶନ କରାଯାଇଥିଲା। ସେଥିରୁ ୧୯୮୭୩ଟି ପ୍ଲଟରେ କୌଣସି ପରିସ୍ଥିତିରେ ଧାନ ଚାଷ ହୋଇନଥିବା ଦେଖିବାକୁ ମିଳିଥିଲା। ସେ ଗୁଡ଼ିକ ପୋଖରୀ, ହୁଡା, ବାଡି ଭଳି ପ୍ଲଟ୍‌ ରହିଥିବା ଜଣାପଡ଼ିଛି। ଅର୍ଥାତ ଚାଷୀଙ୍କ ଦ୍ୱାରା ଏହି ସବୁ ପ୍ଲଟ୍‌ ପଞ୍ଜୀକୃତ କରାଯାଇଛି। ଧାନ ଚାଷ ନକରି ଏଭଳି ଅଣ ଧାନ ଚାଷର ପ୍ଲଟକୁ ପଞ୍ଜୀକରଣ କରାଇ କିଛି ଦଲାଲ ଶହଶହ କ୍ୱିଣ୍ଟାଲ୍‌ ଧାନ ବିକ୍ରି କରିବା ପାଇଁ ଟୋକନ୍‌ ପାଉଛନ୍ତି। ଯେଉଁଥିପାଇଁ ପ୍ରକୃତ ଚାଷୀ ମଣ୍ତିରେ ଧାନ ବିକିବାରୁ ବଞ୍ଚିତ ହେଉଛନ୍ତି।

ଚାଷୀ ବିପିନ ବିହାରୀ ସିଂ କହିଛନ୍ତି, “ଧାନ ବିକିବା ପାଇଁ ଗତବର୍ଷ ଟୋକନ ଆସିଲା। ମାତ୍ର ଧାନ ନେଲେ ନାହିଁ। ଟୋକନ୍‌ ଲାପ୍‌ସ ହୋଇଗଲା। ଧାନ ସବୁ ଘରେ ରହିଗଲା। ଏବର୍ଷ ବହୁତ ଅସୁବିଧା। ଏଯାଏଁ ମେସେଜ ଆସିନି। କିନ୍ତୁ ଶୁଣିବାକୁ ପାଉଛୁ ୭ ତାରିଖରେ ଧାନ କିଣାଯିବ। ଧାନ ନେବେ କି ନାହିଁ ଆମେ ଜାଣିପାରୁ ନାହୁଁ।”

ଚାଷୀ ପୂରନ୍ଦର ନାଏକ କହିଛନ୍ତି, “ଧାନ ବିକିବାକୁ ଟୋକନ୍‌ ଖଣ୍ଡକ ପାଇଁ ଗତବର୍ଷ ଦୌଡି ଦୌଡ଼ି ନୟାନ୍ତ ହେଲି। ଏଥିପାଇଁ ୧୦ ହଜାର ଟଙ୍କା ଖର୍ଚ୍ଚ ମଧ୍ୟ କଲି। ଶେଷରେ ଟୋକନ୍‌ ପାଇଲି। ହେଲେ ସେହି ଟୋକନ୍‌ରେ ଧାନ ବିକି ପାରିଲି ନାହିଁ। ମୋ’ ଟୋକନ୍‌ ଲାପସ୍‌ ହୋଇଗଲା। ଏବର୍ଷ ମଣ୍ଡିରେ ଧାନ ବିକିବାକୁ ନେଇ ସନ୍ଦେହ ଘେରରେ ରହିଛି। କାରଣ ଯେଉଁ ଭଳିଆ ଜାଲିଆତି କରାଯାଉଛି, ଟୋକନ ମିଳିବ କି ନାହିଁ ଜାଣିପାରୁନାହିଁ।”

ଜିଲ୍ଲା ଯୋଗାଣ ଅଧିକାରୀ ବସନ୍ତ କୁମାର ପଣ୍ଡା କହିଛନ୍ତି, ଜିଲ୍ଲାସ୍ତରୀୟ ସଂଗ୍ରହ କମିଟିର ନିଷ୍ପତ୍ତି ଅନୁସାରେ ଆସନ୍ତା ୭ ତାରିଖରୁ ଧାନ କ୍ରୟ ଆରମ୍ଭ କରାଯିବ। କେନ୍ଦୁଝର ଓ ଚମ୍ପୁଆ ସବ୍‌ଡିଭିଜନ୍‌ରୁ ଧାନ କିଣାଯିବ। ଆନନ୍ଦପୁର ଓ ଘଷିପୁରାରେ ୧୪ ତାରିଖରେ ଏବଂ ହାଟଡିହିରେ ୨୦ ତାରିଖରେ ଧାନ କିଣାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story