ଜଗତପୁରରେ ଠାବ ହେଲା ନକଲି ଫ୍ୟାକ୍ଟ୍ରି, ମିଳିଲା କୋଟିଏ ଟଙ୍କାର ଘିଅ

କଟକ(ଓଡ଼ିଶା ରିପୋର୍ଟର): ନକଲି ସାମଗ୍ରୀର ହବ୍‌ ପାଲଟିଛି କଟକ। ୨ ଦିନ ପୂର୍ବେ  କଟକରୁ ଦୁଇଟି ନକଲି ସାମଗ୍ରୀ ପ୍ରସ୍ତୁତ କାରଖାନା ଠାବ ହୋଇଥିବା ବେଳେ ଆଜି ଜଗତପୁର ଶିଳ୍ପାଞ୍ଚଳରୁ ଠାବ ହୋଇଛି ଏପରି ଏକ ଫ୍ୟାକ୍ଟ୍ରି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ୍‌ ଚଢ଼ାଉ କରି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ଘିଅ ଜବତ କରିଛି। ଏହାସହ ଘିଅ ପ୍ରସ୍ତୁତିରେ ଲାଗୁଥିବା କେମିକାଲ ଓ ଯନ୍ତ୍ରାଂଶ ବି ଜବତ ହୋଇଛି । ବହୁ ନାମୀଦାମୀ କମ୍ପାନୀର […]

ctc

ctc

Niharika Rout
  • Published: Monday, 30 November 2020
  • Updated: 30 November 2020, 02:40 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ନକଲି ସାମଗ୍ରୀର ହବ୍‌ ପାଲଟିଛି କଟକ। ୨ ଦିନ ପୂର୍ବେ  କଟକରୁ ଦୁଇଟି ନକଲି ସାମଗ୍ରୀ ପ୍ରସ୍ତୁତ କାରଖାନା ଠାବ ହୋଇଥିବା ବେଳେ ଆଜି ଜଗତପୁର ଶିଳ୍ପାଞ୍ଚଳରୁ ଠାବ ହୋଇଛି ଏପରି ଏକ ଫ୍ୟାକ୍ଟ୍ରି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ୍‌ ଚଢ଼ାଉ କରି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ଘିଅ ଜବତ କରିଛି।

ଏହାସହ ଘିଅ ପ୍ରସ୍ତୁତିରେ ଲାଗୁଥିବା କେମିକାଲ ଓ ଯନ୍ତ୍ରାଂଶ ବି ଜବତ ହୋଇଛି । ବହୁ ନାମୀଦାମୀ କମ୍ପାନୀର ଲୋଗୋ ଓ ପ୍ୟାକିଂ ସାମଗ୍ରୀ ବି ପୁଲିସ୍‌ ହାତରେ ଲାଗିଛି । ବ୍ରାଣ୍ଡେଡ୍ ଘିଅ ନାଁରେ ନାମୀଦାମୀ କମ୍ପାନୀର ଲୋଗୋ ଲଗାଇ  ବଜାରରେ ଏହାକୁ ବିକ୍ରି କରାଯାଉଥିବା ପୋଲିସ୍ ସନ୍ଦେହ କରୁଛି ।

ଅପରପକ୍ଷେ, ଗତ ଦୁଇ ଦିନ ତଳେ କଟକରେ ଦୁଇଟି ନକଲି ସାମଗ୍ରୀ ପ୍ରସ୍ତୁତ କରୁଥିବା କାରଖାନାକୁ ଠାବ କରିଥିଲା ପୁଲିସ୍‌ । ଗତିରାଉତ ପାଟଣା ଅଞ୍ଚଳରୁ ନକଲି ମସଲା କାରଖାନା ଉପରେ ଚଢ଼ାଉ ହୋଇଥିଲା । ସେହିଦିନ ସନ୍ଧ୍ୟାରେ ନୂଆ ବଜାର ଅଞ୍ଚଳରୁ ନକଲି ଘିଅ କମ୍ପାନି ଠାବ ହୋଇଥିଲା  । ନାମିଦାମୀ କମ୍ପାନିର ପୋଷ୍ଟର୍ ଲଗାଇ ନକଲି ସାମଗ୍ରୀକୁ ବଜାରକୁ ଛାଡ଼ୁଥିଲେ ବ୍ୟବସାୟୀ।

ଏହାପୂର୍ବରୁ ପୂଜା ସାମଗ୍ରୀ, ଖାଇବା ତେଲ ଏବଂ କିଛି ଦିନ ପୂର୍ବରୁ କଟକରୁ ନକଲି ମୋବିଲ୍ କାରଖାନା ବି ଜବତ ହୋଇଥିଲା । ବଜାରକୁ ଅସଲି ନାଁରେ ନକଲି ବିକ୍ରି କରି ମାଲେମାଲ୍ ହେଉଛନ୍ତି ବହୁ ବ୍ୟବସାୟୀ  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos