ଟ୍ୱିନ୍‌ ସିଟିରେ ବିକ୍ରି ହେଉଛି ନକଲି ମହୁ, ଗୋଲାପ ଜଳ, ଅଗୁର

କଟକ(ଓଡ଼ିଶା ରିପୋର୍ଟର): କଟକରେ ନକଲି ମହୁ କାରଖାନା ଠାବ ହୋଇଛି। ରାଣୀହଟ କେନାଲ ରୋଡ୍‌ ଅଞ୍ଚଳରେ ଏକ ନକଲି ମହୁ ତିଆରି କାରଖାନା ଠାବ କରିବା ସହ ବିପୁଳ ପରିମାଣର ନକଲି ମହୁ ଜବତ କରିଛି ମାଲଗୋଦାମ ଥାନା ପୁଲିସ। କେବଳ ମହୁ ନୁହେଁ ଗୋଲାପ ଜଳ, ଅଗୁର, ଲକ୍ଷାଧିକ ଟଙ୍କାର ନକଲି ପୂଜା ସାମଗ୍ରୀ ଜବତ ହୋଇଛି। ରାଜ୍ୟ ବାହାରର ବିଭିନ୍ନ କମ୍ପାନୀର ଷ୍ଟିକରକୁ ବ୍ୟବହାର କରି ନକଲି ସାମଗ୍ରୀ ତିଆରି କରାଯାଉଥିଲା। ଏହି ଅଭିଯୋଗରେ […]

duplicate-hony-seazed-by-ploice

Manoranjan Sial
  • Published: Saturday, 12 September 2020
  • , Updated: 12 September 2020, 04:51 PM IST

କଟକ(ଓଡ଼ିଶା ରିପୋର୍ଟର): କଟକରେ ନକଲି ମହୁ କାରଖାନା ଠାବ ହୋଇଛି। ରାଣୀହଟ କେନାଲ ରୋଡ୍‌ ଅଞ୍ଚଳରେ ଏକ ନକଲି ମହୁ ତିଆରି କାରଖାନା ଠାବ କରିବା ସହ ବିପୁଳ ପରିମାଣର ନକଲି ମହୁ ଜବତ କରିଛି ମାଲଗୋଦାମ ଥାନା ପୁଲିସ। କେବଳ ମହୁ ନୁହେଁ ଗୋଲାପ ଜଳ, ଅଗୁର, ଲକ୍ଷାଧିକ ଟଙ୍କାର ନକଲି ପୂଜା ସାମଗ୍ରୀ ଜବତ ହୋଇଛି।

ରାଜ୍ୟ ବାହାରର ବିଭିନ୍ନ କମ୍ପାନୀର ଷ୍ଟିକରକୁ ବ୍ୟବହାର କରି ନକଲି ସାମଗ୍ରୀ ତିଆରି କରାଯାଉଥିଲା। ଏହି ଅଭିଯୋଗରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଚିନି ଓ ଅନ୍ୟାନ୍ୟ କେମିକାଲ ମିଶାଇ ମହୁ ତିଆରି କାଯାଇଥିଲା। ଏହାଛଡ଼ା କେମିକାଲ ପକାଇ ଗୋଲାପ ଜଳ ମଧ୍ୟ ପ୍ରସ୍ତୁତ ହେଉଥିଲା। ତେବେ ଏହି ସାମଗ୍ରୀ କେଉଁ କେଉଁ ସ୍ଥାନକୁ ବିକ୍ରି ପାଇଁ ଛଡ଼ା ଯାଇଛି ଓ ଏଥିରେ କାହାର ସଂପୃକ୍ତି ଅଛି ତାହାର ତଦନ୍ତ କରୁଛି ପୁଲିସ।

 

Related story