୫୦ ଟଙ୍କା ଦିଅ, ଆଇକାର୍ଡ ନିଅ, ଲକ୍‌ଡାଉନ୍‌ରେ ମନଇଚ୍ଛା ବୁଲ

ଭୁବନେଶ୍ୱର(ଓଡିଶା ରିପୋର୍ଟର ): ମାତ୍ର ୫୦ ଟଙ୍କାରେ ମିଳିଯାଉଥିଲା ନିଜ ମନ ପସନ୍ଦ କମ୍ପାନୀର ଲୋଗୋ ଥିବା ଫେକ୍‌ ଆଇଡି କାର୍ଡ। ଏହାକୁ ଦେଖାଇ ଲକ୍‌ଡାଉନ୍‌ ବେଳେ ଖୁଲମଖୁଲା ବୁଲୁଥିଲେ ଅମାନିଆ l ଗୋଟିଏ ପଟେ ସଂକ୍ରମଣ ଚେନ ଭାଙ୍ଗିବାକୁ ଦିନରାତି ପୁଲିସ ରାସ୍ତାରେ  ପହରା  ଦେଉଥିବା ବେଳେ ସେମାନଙ୍କ ଆଖିରେ ଧୂଳି ଦେଇ ବେଧଡକ ବୁଲୁଥିଲେ ଏମିତି ଅନେକ ବ୍ୟକ୍ତି। ଏପରି ଫେକ ଆଇଡି ତିଆରି ଅଭିଯୋଗରେ ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ […]

Accused

Niharika Rout
  • Published: Tuesday, 18 May 2021
  • , Updated: 18 May 2021, 03:06 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର ): ମାତ୍ର ୫୦ ଟଙ୍କାରେ ମିଳିଯାଉଥିଲା ନିଜ ମନ ପସନ୍ଦ କମ୍ପାନୀର ଲୋଗୋ ଥିବା ଫେକ୍‌ ଆଇଡି କାର୍ଡ। ଏହାକୁ ଦେଖାଇ ଲକ୍‌ଡାଉନ୍‌ ବେଳେ ଖୁଲମଖୁଲା ବୁଲୁଥିଲେ ଅମାନିଆ l

ଗୋଟିଏ ପଟେ ସଂକ୍ରମଣ ଚେନ ଭାଙ୍ଗିବାକୁ ଦିନରାତି ପୁଲିସ ରାସ୍ତାରେ  ପହରା  ଦେଉଥିବା ବେଳେ ସେମାନଙ୍କ ଆଖିରେ ଧୂଳି ଦେଇ ବେଧଡକ ବୁଲୁଥିଲେ ଏମିତି ଅନେକ ବ୍ୟକ୍ତି।

ଏପରି ଫେକ ଆଇଡି ତିଆରି ଅଭିଯୋଗରେ ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।ଅଭିଯୁକ୍ତ ଜଣକ ବିଭିନ୍ନ କମ୍ପାନୀର ଲୋଗୋ ଲଗାଇ ଫେକ ଆଇଡି କାର୍ଡ ତିଆରି କରୁଥିଲେ। ତାଙ୍କ ଠାରୁ ଫେକ୍ ଆଇଡି କାର୍ଡ ତିଆରି ପାଇଁ ବ୍ୟବହୃତ କିଛି ସାମଗ୍ରୀ ଜବତ କରାଯାଇଛି।

ବିଶ୍ୱସ୍ତ ସୂତ୍ରରୁ ପୁଲିସ ସୂଚନା ପାଇ ଡମଣା ମାର୍କେଟରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ କାବୁ କରିଥିଲା। ସେ  କେବେଠୁ ଏହି ବେପାର ଆରମ୍ଭ କରିଛନ୍ତି, କେତେଜଣଙ୍କୁ ପାସ ଯୋଗାଇ ସାରିଲେଣି ସେନେଇ ପଚରାପଚରି କରୁଛି ପୁଲିସ l

 

Related story