୪୨ ହଜାର ଟଙ୍କାର ଜାଲ ନୋଟ୍‌ ଜବତ: ୩ ଗିରଫ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା):  ସୁବର୍ଣ୍ଣପୁର ଜିଲ୍ଲାରେ ଜାଲ ନୋଟ ରାକେଟ ଠାବ କରାଯାଇଛି। ଜାଲ ନୋଟ କାରବାର ଅଭିଯୋଗରେ ବୀରମହାରାଜପୁର ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪୨ ହଜାର ୫ ଶହ ନକଲି ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡାର ରଂଜିତ ନାଏକ, ଗୁଡଭେଲିପଦରର ରାଜେଶ କୁମାର ସାହୁ ଓ ସୁବର୍ଣ୍ଣପୁର ପାଣିସିଆଲି ଗାଁର ସର୍ବେଶ୍ୱର ମିଶ୍ର। ଘଟଣାରେ ସଂପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ରାମାନନ୍ଦ ପ୍ରଧାନ […]

money

Rakesh Mallick
  • Published: Friday, 27 April 2018
  • , Updated: 27 April 2018, 03:26 PM IST

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା):  ସୁବର୍ଣ୍ଣପୁର ଜିଲ୍ଲାରେ ଜାଲ ନୋଟ ରାକେଟ ଠାବ କରାଯାଇଛି। ଜାଲ ନୋଟ କାରବାର ଅଭିଯୋଗରେ ବୀରମହାରାଜପୁର ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪୨ ହଜାର ୫ ଶହ ନକଲି ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡାର ରଂଜିତ ନାଏକ, ଗୁଡଭେଲିପଦରର ରାଜେଶ କୁମାର ସାହୁ ଓ ସୁବର୍ଣ୍ଣପୁର ପାଣିସିଆଲି ଗାଁର ସର୍ବେଶ୍ୱର ମିଶ୍ର। ଘଟଣାରେ ସଂପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ରାମାନନ୍ଦ ପ୍ରଧାନ ଏବେବି ଫେରାର ରହିଛି।

ଗତ ୧୪ ତାରିଖରେ ଠେଙ୍ଗୋ ଅଞ୍ଚଳରେ ଏମାନେ ୪୦ ହଜାର ଟଙ୍କା ୫ ଶହ ଟଙ୍କାରେ ୪ଟି ଛେଳି କିଣିଥିଲେ। ବିକ୍ରେତାମାନେ ଉକ୍ତ ଟଙ୍କା ନକଲି ବୋଲି ଜାଣିବା ପରେ ଏନେଇ ବୀରମହାରାଜପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରିବା ସହ ୪୨ ହଜାର ୫ ଶହ ଟଙ୍କା ଜବତ କରିଛି। ତେବେ ବୌଦ୍ଧ ଜାଲ ନୋଟ କାରବାର ଘଟଣା ସହ ଏହାର ଲିଙ୍କ ଥିବା ପୋଲିସ କହିଛି।

Related story