ମହାପ୍ରଭୁଙ୍କୁ ଠକୁଥିଲେ! ଫେକ୍‌ RT-PCR ରିପୋର୍ଟ ଦେଖାଇ ଶ୍ରୀମନ୍ଦିରରେ ପଶୁଥିଲେ

ପୁରୀ(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବେଳେ ମହାପ୍ରଭୁଙ୍କୁ ଠକୁଥିଲେ ଶ୍ରଦ୍ଧାଳୁ। ଫେକ୍‌ RT-PCR ନେଗେଟିଭ ରିପୋର୍ଟ ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଉଥିଲେ। ଆଉ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ମଧ୍ୟ ଦର୍ଶନ କରୁଥିଲେ। ହେଲେ ଏହି ଫେକ୍ RT-PCR ରିପୋର୍ଟ ଦେଖାଉଥିବା ଅଭିଯୁକ୍ତଙ୍କୁ ଧରିଛି ପୁଲିସ୍। ଫେକ୍‌ RT-PCR ନେଗେଟିଭ ରିପୋର୍ଟ ଦେଖାଇ ଶ୍ରୀମନ୍ଦିରରେ ପ୍ରବେଶ ମାମଲାରେ ପୁରୀ ପୁଲିସ୍‌ ଆଜି ୧୨ ଜଣଙ୍କୁ ଗିରଫ କରିଛି। ଏନେଇ ପୁରୀ ପୁଲିସ ଟ୍ୱିଟ୍‌ କରି ସୂଚନା ଦେଇଛି। ଫେକ୍‌ RT-PCR […]

Puri JagannathTemple

Manoranjan Sial
  • Published: Friday, 10 September 2021
  • , Updated: 10 September 2021, 08:26 PM IST

ପୁରୀ(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବେଳେ ମହାପ୍ରଭୁଙ୍କୁ ଠକୁଥିଲେ ଶ୍ରଦ୍ଧାଳୁ। ଫେକ୍‌ RT-PCR ନେଗେଟିଭ ରିପୋର୍ଟ ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଉଥିଲେ। ଆଉ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ମଧ୍ୟ ଦର୍ଶନ କରୁଥିଲେ। ହେଲେ ଏହି ଫେକ୍ RT-PCR ରିପୋର୍ଟ ଦେଖାଉଥିବା ଅଭିଯୁକ୍ତଙ୍କୁ ଧରିଛି ପୁଲିସ୍। ଫେକ୍‌ RT-PCR ନେଗେଟିଭ ରିପୋର୍ଟ ଦେଖାଇ ଶ୍ରୀମନ୍ଦିରରେ ପ୍ରବେଶ ମାମଲାରେ ପୁରୀ ପୁଲିସ୍‌ ଆଜି ୧୨ ଜଣଙ୍କୁ ଗିରଫ କରିଛି। ଏନେଇ ପୁରୀ ପୁଲିସ ଟ୍ୱିଟ୍‌ କରି ସୂଚନା ଦେଇଛି।

ଫେକ୍‌ RT-PCR ନେଗେଟିଭ ରିପୋର୍ଟ ଦେଖାଇ ମନ୍ଦିର ଭିତରେ ପ୍ରବେଶ ନେଇ ପୁରୀ ସିଂହଦ୍ୱାର ଥାନାରେ ଦୁଇଟି ଓ କୁମ୍ଭାରପଡ଼ା ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସିଂହଦ୍ୱାର ଥାନାରେ ରୁଜୁ ହୋଇଥିବା ଦୁଇଟି ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ଅଛନ୍ତି। ଗିରଫ ଦୁଇ ଶ୍ରଦ୍ଧାଳୁଙ୍କ ଭିତରେ ୨ଜଣ ମଧ୍ୟପ୍ରଦେଶର ହୋଇଥିବା ବେଳେ ଅନ୍ୟ ଜଣେ ଅନୁଗୋଳ ଜିଲ୍ଲାର ଅଛନ୍ତି।

ଶ୍ରଦ୍ଧାଳୁମାନଙ୍କୁ ପୁରୀ ଅଞ୍ଚଳର ୭ ଜଣ ବ୍ୟକ୍ତି ଫେକ୍‌ RT-PCR ରିପୋର୍ଟ ପ୍ରସ୍ତୁତି ପ୍ରଦାନ କରିଥିଲେ। ସେମାନଙ୍କ ଭିତରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ଅଛନ୍ତି। ଗିରଫଦାରୀଙ୍କ ଭିତରେ ମାଷ୍ଟର ମାଇଣ୍ଡ ଓ ମୁଖ୍ୟ ଅଭିଯୁକ୍ତ ଅଛନ୍ତି।

ସେହିପରି କୁମ୍ଭାରପଡ଼ା ଥାନାରେ ରୁଜୁ ହୋଇଥିବା ମାମଲାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଶ୍ରଦ୍ଧାଳୁଙ୍କ ଘର ଛତିଶଗଡ଼ ରାଜ୍ୟର। ତାଙ୍କୁ(ଶ୍ରଦ୍ଧାଳୁ) ପୁରୀ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ଫେକ୍‌ RT-PCR ପ୍ରସ୍ତୁତ କରି ପ୍ରଦାନ କରିଥିଲେ। ଗିରଫ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ପୁଲିସ କହିଛି।

Related story