ସଧବାକୁ ଶଙ୍ଖା ପିନ୍ଧିବା ମନା, ମଥାରେ ସିନ୍ଦୂର ନାଇବା ମନା !  

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର) ତଥାକଥିତ ମାନବବାଦ ସଂଗଠନର ସାମ୍ନାକୁ ଆସୁଛି ରକ୍ତଚରିତ୍ର । କେଉଁଠି ଚାନ୍ଦା ନଦେଲେ ମାଡ଼ ତ କେଉଁଠି ସଂଗଠନକୁ ବିରୋଧ କଲେ ହତ୍ୟା ଅଭିଯୋଗ। ଏସବୁ ଭିତରେ ଆସିଥିଲା ଶାସକ ଦଳ ସହ ସଂପୃକ୍ତିର ନିଚ୍ଛକ ଚିତ୍ର । ସେହିପରି  ଫିଟୁଛି ଗୁରୁଜୀଙ୍କ ନକଲି ମାନବବାଦର ଅସଲି ଗୁମର । ନା ଅଛି ଜାତି ପ୍ରତି ସମବେଦନା ନା ଅଛି ଧର୍ମ ପ୍ରତି ସମ୍ମାନ । ସଧବାକୁ ଶଙ୍ଖା ପିନ୍ଧିବା ମନା, ମଥାରେ ସିନ୍ଦୂର […]

6io

Tapas Behera
  • Published: Monday, 30 August 2021
  • , Updated: 30 August 2021, 07:45 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର) ତଥାକଥିତ ମାନବବାଦ ସଂଗଠନର ସାମ୍ନାକୁ ଆସୁଛି ରକ୍ତଚରିତ୍ର । କେଉଁଠି ଚାନ୍ଦା ନଦେଲେ ମାଡ଼ ତ କେଉଁଠି ସଂଗଠନକୁ ବିରୋଧ କଲେ ହତ୍ୟା ଅଭିଯୋଗ। ଏସବୁ ଭିତରେ ଆସିଥିଲା ଶାସକ ଦଳ ସହ ସଂପୃକ୍ତିର ନିଚ୍ଛକ ଚିତ୍ର । ସେହିପରି  ଫିଟୁଛି ଗୁରୁଜୀଙ୍କ ନକଲି ମାନବବାଦର ଅସଲି ଗୁମର । ନା ଅଛି ଜାତି ପ୍ରତି ସମବେଦନା ନା ଅଛି ଧର୍ମ ପ୍ରତି ସମ୍ମାନ । ସଧବାକୁ ଶଙ୍ଖା ପିନ୍ଧିବା ମନା, ମଥାରେ ସିନ୍ଦୂର ନାଇଁବା ମନା।  ବାପା, ମାଙ୍କ ବିୟୋଗ ହେଲେ ଶୁଦ୍ଧିକ୍ରିୟାକୁ ବାରଣ, ଦିଅଁ ଦେବତାଙ୍କୁ ଛୁଇଁବା ମନା । ଏମିତି ତାଙ୍କ ନାଁରେ ଅନେକ ଅଭିଯୋଗ ଆସିଛି।

ନୀରିହ ଆଦିବାସୀଙ୍କ ଉପରେ ତାଲିବାନୀ ଷ୍ଟାଇଲରେ ଫତୱା ଜାରି କରି ସଂଗଠନ ମୁଖିଆ ତଥା ଗୁରୁଜୀ ଚଳାଇଥିଲେ ଏଭଳି ଗୁଣ୍ଡାରାଜ୍ । ଆଉ ଜଣଙ୍କ ପରେ ଜଣେ ପୀଡ଼ିତ ଏବେ ଆତ୍ମଘୋଷିତ ଗୁରୁଜୀ ମାନସ ଦାସଙ୍କ ବିରୋଧରେ ମୁହଁ ଖୋଲୁଛନ୍ତି । ଏମାନେ ହେଲେ ଖୋର୍ଦ୍ଧା ଡାଳତୋଳା ଆଦିବାସୀ ସାହିର ୬ଟି ପରିବାରର ସଦସ୍ୟ । ସଂଗଠନର ହୁକୁମକୁ ବେଖାତିର୍ କଲେ ବି ଦୀର୍ଘ ବର୍ଷ ହେଲା ଗାଁରୁ ତଡ଼ା ଖାଇବାକୁ ପଡ଼ିଛି ଏମାନଙ୍କୁ । ଏପରିକି ୨୦୧୪ରେ ଏକ ହତ୍ୟା ମାମଲାରେ ଛନ୍ଦି, ଏମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କୁ ଜେଲ୍ ବି ପଠାଇ ଦିଆଯାଇଛି । ତାପରେ କ୍ରମାଗତ ଲୁଟପାଟ ସହ ମାରୁଥିଲେ ନିର୍ଘାତ ମାଡ଼।  ଶେଷରେ ନିର୍ଯାତନା ଅସହ୍ୟ ହେବାରୁ ଗାଁ ଛାଡ଼ି ଜଙ୍ଗଲରେ ରହୁଛନ୍ତି ଏମାନେ।

[caption id="attachment_671373" align="alignnone" width="650"] ଅଭିଯୋଗକାରୀ।[/caption]

ଲୋକଙ୍କ କହିବା କଥା, ମାଓବାଦ ଷ୍ଟାଇଲରେ କ୍ୟାଡର୍ ଚଳାଉଥିଲେ ମାନସ ଦାସ । ୨୦୧୮, ସେପ୍ଟେମ୍ବର ୧୬ରେ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର କାର୍ଯ୍ୟକ୍ରମରେ ନିଜେ ମଞ୍ଚ ଉପରେ ବସିଥିଲେ ଗୁରୁଜୀ । ଶତାଧିକ ଅନୁଗତଙ୍କ ବି ଜମିଥିଲା ଭିଡ଼ । ଏମିତି ପ୍ରତି ରବିବାର ବସୁଥିଲା ବୈଠକ।  ସାଧାରଣତଃ ଏହି ଆତ୍ମଘୋଷିତ ଗୁରୁଜୀଙ୍କ ଚରାଭୁଇଁ ଥିଲା ବେଗୁନିଆ ଅଞ୍ଚଳ। ଟାର୍ଗେଟ୍ କେବଳ ନିରୀହ ଆଦିବାସୀ। ସେମାନଙ୍କୁ ସଂଗଠନରେ ସାମିଲ କରି ଜଣ ପିଛା ସଦସ୍ୟତା ଦେୟ ୩୦ ଟଙ୍କା ରଖାଯାଇଥିଲା । ପୈଠ ନକଲେ ବୈଠକକୁ ପ୍ରବେଶ ମନା।  ନଚେତ ଜୁଲମର ଶୀକାର ହେବାକୁ ପଡୁଥିଲା । ଏଭଳି ଆତଙ୍କରାଜ ଭିଆଇ ଖୋର୍ଦ୍ଧା ଜିଲ୍ଲାରେ ନିଜ ସଂଗଠନର କାୟା ମେଲାଇଥିବାବେଳେ ବାପ, ପୁଅଙ୍କୁ ମରଣାନ୍ତକ ଆକ୍ରମଣକୁ ନେଇ ହଇଚଇ । ପରେ ଅନେକ ଲୋକ ମାନସ ଦାସଙ୍କ ବିରୋଧରେ ଏବେ ମୁହଁ ଖୋଲିବାରେ ଲାଗିଛନ୍ତି।  ତେଣେ ମାନସଙ୍କୁ ଗୁରୁଜୀ କହି ତାଙ୍କ ସପକ୍ଷରେ ଏବେ ବାହାରିଛନ୍ତି କିଛି ଅନୁଗତ ।

ତେବେ ହତ୍ୟା, ମରଣାନ୍ତକ ଆକ୍ରମଣ ଆଦି ଏକାଧିକ ଅପରାଧିକ ଘଟଣରେ ମାନବବାଦ ସଂଗଠନ ଏବଂ ତାର ମୁଖିଆଙ୍କ ବିରୋଧରେ ଇତିମଧ୍ୟରେ ୩ଟି ମାମଲା ରୁଜୁ ହୋଇଥିଲେ ବି କାହିଁକି ଗୁରୁଜୀଙ୍କ ପାଖ ମାଡ଼ିବାକୁ ସାହସ କରିପାରୁନି ପୁଲିସ ? ସେନେଇ ବିଭିନ୍ନ ସଂଗଠନ ପ୍ରଶ୍ନ ଉଠାଇବା ସହ ତୁରନ୍ତ କାଯର୍ୟାନୁଷ୍ଠାନ ଦାବି କରିଛନ୍ତି ।

Related story